Hindi News >>Home >>Odisha Entertainment

Anubhav Varsha Controversy: ମନ ମାରି ବହୂର ମାନ ରଖିଲେ ବର୍ଷା! ନୂଆ ଘରେ ପାଳିବେ ଦଶହରା

ମଙ୍ଗଳବାର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିନେତ୍ରୀ ବର୍ଷା ଏକ ମେମୋ ଦାଖଲ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ସେ ଜଣାଇଛନ୍ତି ଯେ, ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ନିଜ ଇଚ୍ଛାରେ ଏକାକୀ ଘରୁ ବାହାରି ଯାଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଷାଙ୍କୁ ନିଜ ମେମୋରେ କୋର୍ଟଙ୍କୁ କହିଥିବା କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ। 

Advertisement
Anubhav Varsha Controversy: ମନ ମାରି ବହୂର ମାନ ରଖିଲେ ବର୍ଷା! ନୂଆ ଘରେ ପାଳିବେ ଦଶହରା
Stop
Zee Odisha Desk|Updated: Sep 01, 2022, 05:07 PM IST

Anubhav Mohanty Varsha Priyadarshani Controversy, ଭୁବନେଶ୍ୱର: ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଅଭିନେତ୍ରୀ ବର୍ଷା ତାଙ୍କ ସ୍ୱାମୀଙ୍କ ପୈତୃକ ବାସଭବନ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବର୍ଷା ଗତ ମଙ୍ଗଳବାର କୋର୍ଟରେ ଏକ ମେମୋ ଦାଖଲ କରିଛନ୍ତି। ଅନୁଭବଙ୍କ ଘର ଛାଡିବା ପାଇଁ ବର୍ଷା ୩୦ ଦିନ ସମୟ ମାଗିଛନ୍ତି। ଏହା ସହ ସେ କହିଛନ୍ତି, 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ।'

ପ୍ରାୟ ଦୁଇ ବର୍ଷ ହେଲା ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ଅଶାନ୍ତି ଲାଗିରହିଛି। ତେବେ ଏହାର ସମାଧାନ ହେବା ବଦଳରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। କିନ୍ତୁ ଏହାରି ମଧ୍ୟରେ ଅନୁଭବଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅଭିନେତ୍ରୀ ତଥା ସାଂସଦ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମନକୁ ମାରି ବହୂର ମାନ ରଖିଛନ୍ତି। ସେ ଶ୍ୱଶୂର ଘର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏଥିପାଇଁ କୋର୍ଟଙ୍କୁ ବର୍ଷା ୩୦ ଦିନ ସମୟ ମାଗିଛନ୍ତି।

Also Read: Ganesh Puja: ସେଲିବ୍ରିଟିଙ୍କ ଘରେ ସେଲିବ୍ରେସନ, ଅଗ୍ରପୂଜ୍ୟଙ୍କ ଆଶୀର୍ବାଦ ନେଲେ ଖାନ୍ ପରିବାର

ମଙ୍ଗଳବାର ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଅଭିନେତ୍ରୀ ବର୍ଷା ଏକ ମେମୋ ଦାଖଲ କରିଛନ୍ତି। କୋର୍ଟରେ ଶୁଣାଣି ବେଳେ ସେ ଜଣାଇଛନ୍ତି ଯେ, ଶ୍ୱଶୁରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଧ୍ୟାନରେ ରଖି ନିଜ ଇଚ୍ଛାରେ ଏକାକୀ ଘରୁ ବାହାରି ଯାଇ ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବର୍ଷାଙ୍କୁ ନିଜ ମେମୋରେ କୋର୍ଟଙ୍କୁ କହିଥିବା କଥା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, 'ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଶାଶୂ ଶ୍ୱଶୁର ଉଦ୍ଧାର ହୁଅନ୍ତୁ।' ଅଭିନେତ୍ରୀଙ୍କ ଏହି ବୟାନରୁ ଏହା ସ୍ପଷ୍ଟ ହେଉଛି ଯେ, କେଉଁଠି କେଉଁଠି ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଅନୁଭବ ଓ ବର୍ଷାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ତାଙ୍କ ଶାଶୂ ଶ୍ୱଶୁର ଅନ୍ୟତ୍ର ରହୁଥିଲେ। ଆଉ ଅନୁଭବଙ୍କ ପୈତୃକ ଘରେ ବର୍ଷା ଏକୁଟିଆ ରହୁଥିଲେ। କିନ୍ତୁ ଏବେ ଅଭିନେତ୍ରୀ ଜଣଙ୍କ ତାଙ୍କ ଶ୍ୱଶୂର ଘର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ବର୍ଷା ସେହି ଘର ଛାଡିବେ ନାହିଁ ବୋଲି ଜିଦ୍ ଧରିଥିଲେ। କିନ୍ତୁ ଏବେ ନିଜ ମନକୁ ମାରି ବୃଦ୍ଧ ଶାଶୂ ଶ୍ୱଶୁରଙ୍କ ପାଇଁ ଘର ଛାଡିବେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ। ଏହି ସମୟରେ ସେମାନଙ୍କୁ ବିଶେଷ ଯତ୍ନ ଆବଶ୍ୟକ କିନ୍ତୁ ଅନୁଭବ ତାହା ଚାହୁଁ ନାହାନ୍ତି। ବର୍ଷାଙ୍କ ପାଇଁ ନିଜ ଘରେ ତାଙ୍କ ପିତାମାତା ଅସହଜ ଅନୁଭବ କରିବେ ବୋଲି ସାଂସଦ ଅନୁଭବ କରୁଛନ୍ତି।

Also Read: Marriage dispute: 'ବିବାହକୁ ଖରାପ ବୋଲି ଭାବି, ଲିଭ୍-ଇନ୍‌ରେ ରହିବାକୁ ପସନ୍ଦ କରନ୍ତି ଯୁବ ପିଢି'

ଗତ ଜୁନ ଦୁଇ ତାରିଖରେ କଟକ ସଦର ଏସଡିଜେଏମ କୋର୍ଟ, ଅନୁଭବଙ୍କ ଏକ ପିଟିସନର ବିଚାର କରି ବର୍ଷାଙ୍କୁ ତାଙ୍କ ପୁରୀଘାଟ ଥାନା ଅଞ୍ଚଳର ଶ୍ୱଶୂର ଘର ଛାଡିବାକୁ କହିଥିଲେ। ଏହା ସହ ବର୍ଷାଙ୍କୁ ଘରଭଡା ବାବାଦକୁ ଅନୁଭବ ପ୍ରତିମାସର ୧୦ ତାରିଖ ସୁଦ୍ଧା ଘରଭଡା ବାବଦକୁ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏସଡିଜେଏମଙ୍କ ରାୟକୁ ବର୍ଷା, ଜିଲ୍ଲା ଦୌରାଜଜ୍ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ଜିଲ୍ଲା ଦୌରାଜଜ୍, ଏସଡିଜେଏମଙ୍କ ରାୟକୁ କାଏମ ରଖିଥିଲେ। 

 

ସେପଟେ, ଗଣେଶ ପୂଜା ଅବସରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏକ ବଡ ଘୋଷଣା କରିଛନ୍ତି। ସେ ଖୁବଶୀଘ୍ର ତାଙ୍କ ଜୀବନର ପ୍ରଥମ ପୁସ୍ତକ ଲେଖିବେ। ଯେଉଁଥିରେ ସେ ଅନେକ ଅକୁହା କଥା କହିବେ। ବର୍ଷା ଟ୍ୱିଟ କରି କହିଛନ୍ତି, 'ଅଗ୍ରପୂଜ୍ୟ ମହାଭିନାୟକଙ୍କ ଆଶୀର୍ବାଦ ଏବଂ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଅପାର କୃପା ସହିତ ମୁଁ ମୋର ପ୍ରଥମ ପୁସ୍ତକକୁ ଏକ ଭିନ୍ନ ପ୍ରୟାସ ଏବଂ ସୃଜନଶୀଳତାରେ ଲେଖିବାକୁ ଯାଉଛି; ଅନ୍ତଃଶ୍ୱର, ଅନେକ ଅକୁହା କଥା......'

 

 

 

 

Read More
{}{}