Hindi News >>Home >>Odisha Entertainment

Ananya Panday:ଇଟାଲୀରେ ଛୁଟି କାଟୁଛନ୍ତି ଅନନ୍ୟା, ଇନଷ୍ଟାରେ ସେୟାର କଲେ ଫଟୋ

Bollywood Actress Ananya Panday:ବକ୍ସ ଅଫିସରେ ହିଟ ହୋଇ ନଥିଲା ଫିଲ୍ମ ଲିଗେର (Liger)। ସାଉଥ ସୁପରଷ୍ଚାର୍ ବିଜୟ ଦେବରକୋଣ୍ଡା (Vijay Deverakonda) ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ତେ (Ananya Panday ) ଙ୍କ ଅଭିନୀତ ହେଉଛି ଲିଗେର।

Advertisement
ଅନନ୍ୟା ପାଣ୍ତେ
Stop
Zee Odisha Desk|Updated: Sep 12, 2022, 04:37 PM IST

Bollywood Actress Ananya Panday: ବକ୍ସ ଅଫିସରେ ହିଟ ହୋଇ ନଥିଲା ଫିଲ୍ମ ଲିଗେର (Liger)। ସାଉଥ ସୁପରଷ୍ଚାର୍ ବିଜୟ ଦେବରକୋଣ୍ଡା (Vijay Deverakonda) ଓ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ତେ (Ananya Panday ) ଙ୍କ ଅଭିନୀତ ହେଉଛି ଲିଗେର।  ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରି ନ ଥିଲା। ତଥାପି ଇଟାଲୀରେ ଛୁଟି କାଟୁଛନ୍ତି ଲିଗର ଅଭିନେତ୍ରୀ ଅନନ୍ୟା ପାଣ୍ତେ । ଇଟାଲୀର ରୋମ୍ ସହରରେ ସେ ଛୁଟି କାଟୁଛନ୍ତି । ଏ-ନେଇ ସେ ନିଜ ଇନଷ୍ଟାରେ ରବିବାର ଦିନ କିଛି ରୋମ ଭ୍ୟାକେସନର ଫଟୋ ସେୟାର କରିଛନ୍ତି। 

 

ଯେଉଁଥିରେ ସେ ଏକ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି।  ଇନଷ୍ଟାରେ ସେୟାର କରିଥିବା ଫଟୋରେ କିଛି କ୍ୟାପସନ ବି ସେ ଲେଖିଛନ୍ତି । କେବଳ ଫଟୋ ନୁହେଁ କିଛି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଅନନ୍ୟା ଏକ କୃତ୍ରିମ ଝରଣା ନିକଟରେ ଛିଡା ହୋଇଛନ୍ତି। ତେବେ ଏ ଫଟୋ ଗୁଡିକରେ ୫୫୧ ହଜାର ଲାଇକ ଓ ୨୫୦୫ କମେଣ୍ଟ ମଧ୍ୟ ଆସିଛି। ସେହିପରି ଆଉ ଏକ ଫଟୋରେ ଏକ ବୋର୍ଟ ମଧ୍ୟରେ ଧଳା ରଙ୍ଗର ବିକିନି ପିନ୍ଧି ଛିଡା ହୋଇଥିବା ଦେଖିବାକୁ ମିଳିଛି।  ସେହିପରି ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ଯେ, ସେ ଏକ ଧଳା ରଙ୍ଗର ଗାଉନ ପିନ୍ଧିଛନ୍ତି । ସେଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଆଉ ଏକ ଫଟୋରେ ସେ ଏକ ଗ୍ରୀନ ପ୍ରିଣ୍ଟେଡର ବିକିନି ପିନ୍ଧିଥିବା ଦେଖିବାକୁ ମିଳିଛି । ଏ ବୋଲ୍ଟ  ଫଟୋରେ ଫ୍ୟାନ୍ସଙ୍କ କାଫି କମେଣ୍ଟସ ଆସିଛି।  

ଏହାବି ପଢନ୍ତୁ Prachi Desai Birthday Special: ଜାଣନ୍ତୁ, କେଉଁ ଫିଲ୍ମ ପାଇଁ Casting Couchର ଶିକାର ହୋଇଥିଲେ ଅଭିନେତ୍ରୀ

 

ଏପରିକି ବଲିଉଡ ଅଭିନେତ୍ରୀ ସନୟା କପୁର(Shanaya Kapoor) ଓ ସୁହାନା ଖାନ୍ (Suhana Khan) ମଧ୍ୟ ଏ ଫଟୋରେ କମେଣ୍ଚ କରିଛନ୍ତି । ସନୟା କମେଣ୍ଟରେ ଲେଖିଛନ୍ତି ଯେ, ୟୁ ଆର ସୋ ପ୍ରେଟି। ସେହିପରି ଅନନ୍ୟାଙ୍କ ମାଆ (Bhavana Pandey) ଭାବନା ପାଣ୍ତେ ମଧ୍ୟ ଝିଅର ଏ ଫଟୋରେ କମେଣ୍ଟ କରିଛନ୍ତି। ସେ କମେଣ୍ଟରେ ଲେଖିଛନ୍ତି ଯେ,ତୋର ସବୁ ଇଚ୍ଛା ଓ ସ୍ବପ୍ନ ପୁରଣ ହେଉ । ଏହା ପୂର୍ବରୁ  ଅନନ୍ୟା ମଧ୍ୟ ନିଜ ଛୁଟି ଦିନର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ।  ଅନନ୍ୟା ଏବେ  ଡ୍ରିମ୍ ଗାର୍ଲ -୨ (Dream Girl 2) ସୁଟିଂରେ ବ୍ୟସ୍ତ ରହିଛନ୍ତି । ଡ୍ରିମ୍ ଗାର୍ଲ -୨ ରେ ସେ ଆୟୁସମାନ ଖୁରାନା (Ayushmann Khurrana) ଙ୍କ ନଜର ଆସିବେ। ଖୋ ଗାଏ ହାମ୍ କାହାଁ ( Kho Gye Hum Kahan) ଫିଲ୍ମରେ  ସିଦ୍ଧାର୍ଥ ଚତୁରବେଦି(Siddhant Chaturvedi)ଙ୍କ ଲିଡ ରୋଲରେ ନିଜର ଆସିବେ ଅନନ୍ୟା। 
 
୨୦୨୨, ଅଗଷ୍ଟ ୨୫ରେ ସାଉଥ ସୁପରଷ୍ଚାର୍ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ତେଙ୍କ ଅଭିନୀତ ଫିଲ୍ମ ଲିଗେର ପରଦାକୁ ଆସିଥିଲା । ହେଲେ ତାହା ବକ୍ସ ଅଫିସରେ ଏତେ ହିଟ କରି ନ ଥିଲା। ଫିଲ୍ମର ଷ୍ଟାରକାଷ୍ଟରେ  ବିଜୟ ଦେବରକୋଣ୍ଡା , ଅନନ୍ୟା ପାଣ୍ତେ ,ରମ୍ୟାକ୍ରିଷ୍ଣା ଓ ରୋନିତ ରାୟ ପ୍ରମୁଖ ମୁଖ୍ୟ ଭୂମିକାରେ ରହିଥିଲେ। ଫିଲ୍ମର ବଜେଟ ଥିଲା ୯୦-୧୨୫ କୋଟି। ଫିଲ୍ମଟି ବକ୍ସ ଅଫିସରେ  ୮୮.୪ କୋଟି ରୋଜଗାର କରିଥିଲା। 

Read More
{}{}