Hindi News >>Home >>Odisha Entertainment

Amitabh Bachchan: ପ୍ରିୟ ବନ୍ଧୁଙ୍କୁ ହରାଇ ଦୁଃଖରେ ଅମିତାଭ, ଇନଷ୍ଟାରେ ସେୟାର କଲେ ଭାବ ବିହ୍ବଳ ପୋଷ୍ଟ

Amitabh Bachchan: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ । ନିକଟରେ ବିଗ୍ ବିଙ୍କ ଅଭିନୀତ ଫିଲ୍ମ 'ଉଞ୍ଚାଇ' ରିଲିଜ୍ ହୋଇଛି । ବକ୍ସ ଅଫିସରେ ଫିଲ୍ମଟି ଭଲ କଲେକସନ୍ କରୁଛି । ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଅମିତାଭ ବଚ୍ଚନଙ୍କ ସହ ଅନୁପମ ଖେର ଏବଂ ପରିଣିତି ଚୋପ୍ରା ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Nov 16, 2022, 01:34 PM IST

Amitabh Bachchan: ବଲିଉଡ୍ ସୁପରଷ୍ଟାର ଅମିତାଭ ବଚ୍ଚନ । ନିକଟରେ ବିଗ୍ ବିଙ୍କ ଅଭିନୀତ ଫିଲ୍ମ 'ଉଞ୍ଚାଇ' ରିଲିଜ୍ ହୋଇଛି । ବକ୍ସ ଅଫିସରେ ଫିଲ୍ମଟି ଭଲ କଲେକସନ୍ କରୁଛି । ଫିଲ୍ମରେ ଲିଡ୍ ରୋଲରେ ନଜର ଆସିଛନ୍ତି ଅମିତାଭ ବଚ୍ଚନଙ୍କ ସହ ଅନୁପମ ଖେର ଏବଂ ପରିଣିତି ଚୋପ୍ରା । ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି। ଅମିତାଭ ନିଜର ଏକ ପ୍ରିୟ ବନ୍ଧୁଙ୍କୁ ହରାଇ ସେ ଭାଙ୍ଗି ପଡିଛନ୍ତି । ଏନେଇ ସେ ନିଜ ଇନଷ୍ଟାରେ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି । 

ଅମିତାଭଙ୍କ ଅତିପ୍ରିୟ କୁକୁରର ମୃତ୍ୟୁ ହୋଇଛି : 
ବିଗ୍ ବି ତାଙ୍କ ପ୍ରିୟ କୁକୁରର ମୃତ୍ୟୁ ଖବର ଇନଷ୍ଟା ପୋଷ୍ଟରେ ସେୟାର କରିଛନ୍ତି। ଲେଖିଛନ୍ତି ଯେ 'ଆମର ଜଣେ ଛୋଟ ବନ୍ଧୁ, ଏକ ମୂହୁର୍ତ୍ତରେ ସେ ବଡ ହୋଇଥାଏ । ଏବଂ ତା’ପରେ ସେମାନେ ଗୋଟିଏ ଦିନ ଛାଡି ଚାଲିଯାଇ ଥା’ନ୍ତି । ଅମିତାଭ ବଚ୍ଚନ ଏହି ହୃଦୟ ବିଦାରକ କାହାଣୀ କେବଳ ଇନଷ୍ଟାରେ ନୁହେଁ ବରଂ ତାଙ୍କ ବ୍ଲଗରେ ମଧ୍ୟ ସେୟାର କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ 'ହୃଦୟ ବିଦାରକ କିନ୍ତୁ ଯେତେବେଳେ ସେମାନେ ଥାଆନ୍ତି, ସେମାନେ ଆମ ପାଇଁ ଜୀବନ ଏବଂ ପ୍ରାଣ ଅଟନ୍ତି ।'

 

ଏହାବି ପଢନ୍ତୁ : Sonu Sood: ଲୋକାଲ ଟ୍ରେନରେ ଯାତ୍ରା କଲେ ରିୟଲ ହିରୋ, ଫ୍ୟାନ୍ସ କହିଲେ...

ଏହାବି ପଢନ୍ତୁ : Bollywood: ଡେବ୍ୟୁ ଫିଲ୍ମରେ ଦେଖାଇଥିଲେ ଜଲଓ୍ବା, ଆଜି ନାହିଁ ବଲିଉଡରେ ଅସ୍ତିତ୍ବ , ଜାଣନ୍ତୁ କେଉଁମାନେ ହେଉଛନ୍ତି ସେହି ସେଲିବ୍ରେଟି

ଏହାବି ପଢନ୍ତୁ : Actress Sunny Leone: କେରଳ କୋର୍ଟକୁ ଗଲେ ସନି ଲିଓନି, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ

୨୦୧୩ ରେ ମଧ୍ୟ ମୃତ୍ୟୁ ହୋଇଥିଲା :
ବିଗ୍ ବି କୁକୁର ପ୍ରେମୀ । ସେ ପ୍ରାୟତଃ ଅଧିକାଂଶ ସମୟ କୁକୁର ସହ ବିତାଇ ଥାଆନ୍ତି। ସୂଚନା ଅନୁଯାୟୀ, ୨୦୧୩ ମସିହାରେ ମଧ୍ୟ ବିଗ୍ ବିଙ୍କର ପ୍ରିୟ କୁକୁର ଶାନୈକ୍ ମଧ୍ୟ ଏକ ବିରଳ ରୋଗରେ ପୀଡିତ ହୋଇଥିଲା । ପରେ  ତାର ମୃତ୍ୟୁ ହୋଇଥିଲା। ଏଭଳି ପରିସ୍ଥିତିରେ, ଏବେ ପୁଣି ଅନ୍ୟ ଜଣେ କୁକୁରକୁ ହରାଇବା ଅମିତାଙ୍କ ପାଇଁ  ଅତ୍ୟନ୍ତ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି କରିଛି । 

ପ୍ରଶଂସକମାନେ ମଧ୍ୟ ଭାବପ୍ରବଣ ହେଲେ :
ଅମିତାଭ ବଚ୍ଚନଙ୍କ ଏହି ଭାବପ୍ରବଣ ପୋଷ୍ଟ ଦେଖି ମଧ୍ୟ ପ୍ରଶଂସକମାନେ ମଧ୍ୟ ଦୁଖ ପ୍ରକାଶ କରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି ଯେ ' କାହାର ସାଥ ଦେବା ଦିର୍ଘ ସମୟ ପର୍ଯ୍ୟନ୍ତ ସମ୍ଭବ ହୋଇ ନ ଥାଏ, ପ୍ରେମ ଅଧିକ ଥାଏ, ଏହା କେବଳ ନୁହେଁ ଯେ, କୁକୁର ମଣିଷର ସର୍ବୋତ୍ତମ ବନ୍ଧୁ କୁହାଯାଏ।' ଏଥି ସହିତ,  ଆଉ କିଛି ୟୁଜର୍ସ କମେଣ୍ଟ ମାଧ୍ୟମରେ ସେମାନଙ୍କର କିଛି ଏଭଳି ଅଭୁଲା ସ୍ମୃତି ମଧ୍ୟ ବାଣ୍ଟିଛନ୍ତି । 

 

Read More
{}{}