Hindi News >>Home >>Odisha Entertainment

Bollywood: ଜୟା ବଚ୍ଚନଙ୍କୁ ଭୟ କରୁଛନ୍ତି କି ବିଗ୍ ବି? କେବିସିରେ ହେଲା ଖୁଲାସା

Bollywood: ସବୁଠୁ ବଡ଼ ଚର୍ଚ୍ଚିତ ଟିଭି ଶୋ' 'କୋନ ବନେଗା କୋରଡପତି'କୁ ଜଣେ ପ୍ରତିଯୋଗୀ ଆସିଥିଲେ ଯାହାଙ୍କ ନାମ ଜୟା । ଏହି ନାମ ଶୁଣିବା ମାତ୍ରେ ଅମିତାଭ ନିଜ ଧର୍ମପତ୍ନୀ ଜୟାଙ୍କୁ ମନେ ପକାଇଥିଲେ । ଶୋ'ରେ ନିଜର ମନକଥା କହିଥିଲେ ।

Advertisement
Bollywood: ଜୟା ବଚ୍ଚନଙ୍କୁ ଭୟ କରୁଛନ୍ତି କି ବିଗ୍ ବି? କେବିସିରେ ହେଲା ଖୁଲାସା
Stop
Soubhagya Ranjan Mishra|Updated: Oct 07, 2023, 09:38 PM IST

Bollywood: ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଦ୍ୱାରା ଉପସ୍ଥାପିତ ସବୁଠାରୁ ଲୋକପ୍ରିୟ ଟେଲିଭିଜନ କାର୍ଯ୍ୟକ୍ରମ 'କୋନ ବନେଗା କୋରଡପତି' (kaun banega crorepati)ର ୧୫ ତମ ସିଜନ ବଡ଼ ଆକର୍ଷଣୀୟ ଢଙ୍ଗରେ ଚାଲୁଛି । ଭାଗ ନେବାପାଇଁ ଆସୁଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କ ସହ ବିଗବିଙ୍କ ବାର୍ତ୍ତାଳାପରେ ଅନେକ ଖାସ୍ କଥାକୁ ଦର୍ଶକେ ମନଭରି ଉପଭୋଗ କରୁଛନ୍ତି । ଯେତେବେଳେ ମେଗାଷ୍ଟାର ଅମିତାଭ ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା କରନ୍ତି ସେତେବେଳେ ଅନେକ ରହସ୍ୟ ସାମ୍ନାକୁ ଆସିଥାଏ । କିଛି କଥା ଶୁଣି ଦର୍ଶକେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥାନ୍ତି । ଶୁକ୍ରବାର ଦିନ ଏହି ଶୋ’ରେ ଅମିତାଭ ବଚ୍ଚନ ନିଜ ଧର୍ମପତ୍ନୀଙ୍କ ବିଷୟରେ କିଛି ଖାସ୍ କଥା କହିଛନ୍ତି । ଅତ୍ୟନ୍ତ ମଜାଳିଆ ଢଙ୍ଗରେ ଅମିତାଭ କହିଛନ୍ତି ଯେ, ଜୟା ଖୁବ କଠୋର ।

କୁଇଜ୍ ଭିତ୍ତିକ ରିଆଲିଟି ଶୋ’ର ୧୫ ତମ ସିଜନର ୪୦ ତମ ଏପିସୋଡରେ ଛତିଶଗଡର ସିମଗାରୁ ଆସିଥିବା ପ୍ରତିଯୋଗୀ ଜୟା ପଟେଲଙ୍କୁ ଶୋ'ର ହୋଷ୍ଟ ବିଗ୍ ବି ହଟ ସିଟ୍କୁ ସ୍ୱାଗତ କରିଥିଲେ। ପ୍ରତିଯୋଗୀଙ୍କ ସହିତ କଥାବାର୍ତ୍ତା କରିବା ସମୟରେ ଅମିତାଭ କହିଥିଲେ, "ଆପଣ ଜଣେ ଶିକ୍ଷକ । ତେଣୁ ଆପଣଙ୍କ ମନୋଭାବ କିପରି ? କଠୋର ନା ଉଦାର ? " ପ୍ରତିଯୋଗୀ ବିଗ୍ ବିଙ୍କୁ କାର୍ଯ୍ୟକ୍ରମରେ ଉତ୍ତର ଦେଇ କହିଥିଲେ ଯେ, ସାର୍ ମୁଁ ଛାତ୍ରଛାତ୍ରୀଙ୍କୁ ଯେଉଁ ସମୟରେ ଶିକ୍ଷାଦାନ କରେ ସେହି ସମୟରେ କଠିନ ମନୋଭାବ ରଖିଥାଏ । ଏଥିସହ ବିଗବିଙ୍କୁ ପ୍ରତିଯୋଗୀ କହିଥିଲେ ଯେ, ମୋର ୨ଟି ନାମ ରହିଛି ଗୋଟିଏ ଜୟା ଓ ଅନ୍ୟଟି ଜୁହି । ଯେତେବେଳେ ମୁଁ ଜୟା ନାମରେ ବୃତ୍ତିଗତ ଜୀବନ (Professional life) କାମରେ ଥାଏ ସେତେବେଳେ ମୁଁ କଠୋର ଥାଏ ଏବଂ ଯେତେବେଳେ ମୁଁ ଜୁହି ନାମରେ ଘରେ ଥାଏ ସେତେବେଳେ ମୁଁ ସ୍ୱାଭାବିକ ଥାଏ । ଏହା କହିବା ପରେ ଅମିତାଭଙ୍କୁ ପ୍ରତିଯୋଗୀ କହିଥିଲେ ଯେ, ସାର୍ ଆପଣଙ୍କ ପାଇଁ ମୋ ମନରେ ଏକ ପ୍ରଶ୍ନ ରହିଛି । ତାହା ଶୁଣିବା ପରେ ଅମିତାଭ କହିଥିଲେ ମୁଁ ଜାଣେ ତମେ କଣ ପଚାରିବାକୁ ଚାହୁଁଛ ।

ଅମିତାଭଙ୍କ କଥା ଶୁଣିବା ପରେ ପ୍ରତିଯୋଗୀ ସାମାନ୍ୟ ହସି ପଚାରିଲେ, ସାର୍ ଜୟା ନାମ ସହିତ ଆପଣଙ୍କର ଅଭିଜ୍ଞତା କିପରି ଥିଲା?" ବିଗ୍ ବି ଉତ୍ତର ଦେଇ କହିଥିଲେ ଯେ, ସେ ଉଭୟ କଠୋର ଏବଂ ଉଦାର ଅଟନ୍ତି । ଏହା ପରେ ଅମିତାଭ କହିଲେ ଯେ, ମୋତେ ଶୋ' ସାରିବା ପରେ ଘରକୁ ଯିବାକୁ ପଡିବ । ମୁଁ ମାଡ ଖାଇବାକୁ ଚାହେଁ ନାହିଁ । ତେଣୁ ଯେତେବେଳେ ସେ କଠୋର ହୁଅନ୍ତି, ସେତେବେଳେ ଆପଣ ନିଜ ହିସାବରେ ରହିବା ଭଲ। ଆପଣ ନିଜ ରୁମ ବନ୍ଦ କରି ରୁହନ୍ତୁ ନଚେତ ବାହାରକୁ ବୁଲିବାକୁ ଚାଲିଯାନ୍ତୁ । ଯେତେବେଳେ ରାଗ ଥଣ୍ଡା ହେବ ସେତେବେଳେ ଫେରିଲେ ସବୁକିଛି ଠିକ୍ ହୋଇଯିବ ।

ଅମିତାଭ ଆହୁରି ମଧ୍ୟ କହିଛନ୍ତି ଯେ, " କିଛି ସମୟରେ ସେ ମୋ ପ୍ରତି ଅତ୍ୟନ୍ତ କଠୋର । କିନ୍ତୁ ଏ ବିଷୟରେ ଆପଣ ମତେ ପଚାରୁଛନ୍ତି କାହିଁକି? ଯେତେବେଳେ ମୁଁ ତାଙ୍କ ସହିତ ଏହି ଶୋ ଦେଖିବି ସେତେବେଳେ ସେ ମୋତେ ଗାଳି ଦେବେ । " ଅମିତାଭ କହିଛନ୍ତି, ଏହି କାରଣ ମୋତେ ଭୟଭୀତ କରିଥାଏ । ତେଣୁ ମୁଁ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଜନସାଧାରଣରେ ଅଧିକ କଥାବାର୍ତ୍ତା କରେ ନାହିଁ।

ସୂଚନାଯୋଗ୍ୟ, ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସାଂସଦ। ସେ 'ଶୋଲେ', 'ଚୁପକେ-ଚୁପକେ', 'କୋରା କାଗାଜ' ଏବଂ 'ସିଲସିଲା' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ନିକଟରେ ରଣଭୀର ସିଂ ଏବଂ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ରୋମାଣ୍ଟିକ ଡ୍ରାମା 'ରକି ଅର ରାନୀ କି ପ୍ରେମ କାହାଣୀ'ରେ ଜୟାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। 

Also Read- ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ଼ରେ ୪୯୬୬.୮୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆବୁଧାବି ଇନଭେଷ୍ଟମେଣ୍ଟ ଅଥୋରିଟି

Also Read- Shardiya Navratri 2023: ଶାରଦୀୟ ନବରାତ୍ରୀରେ ଦୁର୍ଲଭ ସଂଯୋଗ, ରାଜଯୋଗ କରାଇବ ଧନର ବର୍ଷା, ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ ଉଜ୍ୱଳ

Read More
{}{}