Hindi News >>Home >>Odisha Entertainment

Pushpa 2: ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’!

Pushpa 2 News In Odia: ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଅଭିନୀତି ଫିଲ୍ମ ‘ପୁଷ୍ପା -୨’(Pushpa 2) କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ, ଫିଲ୍ମର ସୁଟିଂକୁ (Film Shooting) ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଅଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ (Pushpa 2 Shooting) ମାଲକାନଗିରିରେ (Malkangiri) କରାଯିବ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: Apr 09, 2023, 02:38 PM IST

Pushpa 2 News In Odia: ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ(Allu Arjun) ଅଭିନୀତି ଫିଲ୍ମ ‘ପୁଷ୍ପା -୨’(Pushpa 2) କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ, ଫିଲ୍ମର ସୁଟିଂକୁ (Film Shooting) ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଅଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ (Pushpa 2 Shooting) ମାଲକାନଗିରିରେ (Malkangiri) କରାଯିବ। ଏନେଇ ମାଲକାନଗିରିରେ (Malkangiri) ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଖବର ଅନୁଯାୟୀ, ମାଲକାନଗିରିରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ଲୋକେସନରେ ‘ପୁଷ୍ପା -୨’ର କିଛି ଅଂଶ ସୁଟିଂ (Pushpa 2 Shooting) କରାଯିବା ନେଇ ସ୍ଥିର ହୋଇଛି।  

ଏଥିପାଇଁ ଫିଲ୍ମର ପ୍ରଡକସନ ମ୍ଯାନେଜର ପିଭି ରାଓଙ୍କ ନେତୃତ୍ବରେ ଏକ ୬ ଜଣିଆ ଟିମ ଗତ ୭ ଓ ୮ ତାରିଖରେ ମାଲକାନଗିରିର (Malkangiri) ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା,  ସାର୍କୁବନ୍ଧ ଝୋଲା ପୋଲ ଆଦି ବୁଲି ଦେଖିଛନ୍ତି। ଏଥିସହ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଏଥିପାଇଁ ଅନୁମତି ମଧ୍ଯ ଲୋଡ଼ିଛନ୍ତି।  ‘ପୁଷ୍ପା -୨’ର ସୁଟିଂ ଲାଗି ପ୍ରଶାସନ ଓ ପୋଲିସ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି। ତେବେ, ଆଗାମୀ ମେ ମାସରେ ଫିଲ୍ମର ସୁଟିଂ ଏଠାରେ କରାଯିବ ବୋଲି ଜଣାଯାଇଛି। ଯାହାକୁ ନେଇ ଉତ୍ସାହିତ ଅଛନ୍ତି ପୁରା ମାଲକାନଗିରିବାସୀ ।

Also Read : Cuttack News: ବାବାଜୀ ବେଶରେ ଲୁଚିଥିଲା ହତ୍ୟା ଅଭିଯୁକ୍ତ, ତିନି ବର୍ଷ ଧରି ପୋଲିସକୁ ଦେଇ ଆସୁଥିଲା ଚକମା

Also Read : Keonjhar News: ଘଟଗାଁ ତାରିଣୀ ପୀଠରେ ଆଜିଠୁ ଆରମ୍ଭ ହେଲା ଚଇତି ପର୍ବ, ସୁନାବେଶରେ ଦର୍ଶନ ଦେଉଛନ୍ତି କରୁଣାମୟୀ

ଏପ୍ରିଲ ୭ ତାରିଖରେ ଫିଲ୍ମ (Pushpa 2) ‘ପୁଷ୍ପା -୨’ର ପୋଷ୍ଟର ଓ ଟିଜିର ମଧ୍ୟ ରିଲିଜ୍ ହୋଇଛି । ତେବେ,  ରିଲିଜ ହୋଇଥିବା ଟିଜର ଆରମ୍ଭରେ ଏହା ଦେଖିବାକୁ ମିଳିଛି ଯେ, ପୁଷ୍ପାକୁ ପୋଲିସର ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଖବର ଆସୁଛି । ତାଙ୍କୁ ଆଠଟି ଗୁଳି ମିଳିଥିବା କୁହାଯାଉଛି। ଯେଉଁମାନଙ୍କ ପାଇଁ ସେ ମହାନ ଥିଲା, ସେମାନେ ଏହି ଖବର ପାଇ ହିଂସା ସୃଷ୍ଟ କରୁଛନ୍ତି । କିନ୍ତୁ ଦିନେ ଏକ ଫୁଟେଜ୍ ଆସୁଛି । ଯେଉଁଥିରେ ବାଘ ଆଗକୁ ଯାଉଥିବା ବେଳେ ହଠାତ୍ ଅଟକି ଯାଇ ଦୁଇ ପାଦ ପଛକୁ ଚାଲି ଯାଉଛି । ଏହି ସମୟରେ ପୁସ୍ପା ଏଣ୍ଟ୍ରି ମାରିବାର ଦୃଶ୍ୟ ବଣରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ ଦେଖାଯାଇଛି ।

ସେହିପରି ‘ପୁଷ୍ପା -୨’ର ପୋଷ୍ଟରରେ ଦେଖିବାକୁ ମିଳିଛି ଯେ, ବେକକୁ ବଙ୍କା କରି ଛିଡ଼ା ହୋଇଥିବା ପୁଷ୍ପା, ଶରୀରରେ ଶାଢୀ ଗୋଟିଏ ହାତରେ ପିସ୍ତଲ ଆଉ ସେହି ହାତର ନଖରେ ନେଲପଲିସ ଲଗାଇଥିବାର ନଜର ଆସୁଛନ୍ତି। ହାତରେ ଚୁଡ଼ି ସହ ଗଳାରେ କଞ୍ଚା ଲେମ୍ବୁର ମାଳା ପକାଇଥିବା ଏହି ଫଟୋକୁ ନେଇ ଫ୍ୟାନ୍ସଙ୍କ ଭିତରେ ଏବେ ବେଶ ଚର୍ଚ୍ଚା ଚାଲିଛି ଯେ, ପ୍ରକୃତରେ ଏହି ପୋଷ୍ଟର ପଛରେ କାରଣ କଣ ରହିଛି । ପୋଷ୍ଟର ରିଲିଜ ହେବା ମାତ୍ରେ ଚାତକ ପରି ଚାହିଁ ରହିଥିବା ଫ୍ୟାନ୍ସ ମାନେ ବେଶି ଚକିତ ହୋଇଥିଲେ ଅଲ୍ଲୁ ଅର୍ଜୁନଙ୍କ ଏପରି ଅବତାର ଦେଖି।  ଫ୍ୟାନ୍ସ ମାନେ ଆଶା କରିଥିଲେ ଯେ ତାଙ୍କୁ ତାଙ୍କ ସିଗ୍ନେଚର ପୋଜରେ ଦେଖିବାକୁ ମିଳିବ । ହାତରେ ବନ୍ଧୁକ, ଅଣ୍ଟାରେ ଲୁଙ୍ଗୀ ସହ ଶତ୍ରୁମାନଙ୍କ ସହିତ ଲଢୁଥିବା ପୋଜ୍ ଥିବା ଭାବିଥିଲେ ଫ୍ୟାନ୍ସମାନେ ।

ହେଲେ ଯଦି ଆପଣ'ପୁଷ୍ପା: ଦି ରାଇଜ୍' ଦେଖିଛନ୍ତି, ତେବେ ଆପଣ ଜାଣିବେ ପୁଷ୍ପରାଜର ମହିଳା ଚରିତ୍ର ପ୍ରତି କି ପ୍ରକାର ମନୋଭାବ ରଖିଥିଲେ।  ହେଲେ ମେକର୍ସ ମାନେ ଏହି ଗୋଟିଏ ପୋଷ୍ଟର ସହିତ ଫ୍ୟାନ୍ସଙ୍କ ଧାରଣାକୁ ପୂରା ଓଲଟପାଲଟ କରିଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଲୁକ୍ ରିଲିଜ୍ ହେବା ଦିନଠାରୁ ଫ୍ୟାନ୍ସ ମାନେ ଏକ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଇଛନ୍ତି। ଫ୍ୟାନ୍ସ ମାନେ ଏହି ଲୁକର ମାନେ ବୁଝିବାକୁ ଚେଷ୍ଟା କରୁଛନ୍ତି। ସେହିପରି ସୋସିଆଲ ମିଡିଆରେ ଏହି ପୋଷ୍ଟର ଭାଇରାଲ ହେବା ପରେ କିଛି ୟୁଜର୍ସ ଲେଖୁଛନ୍ତି ଫିଲ୍ମ କନ୍ତାରା ର ପ୍ରଭାବ ପଡ଼ିଛି। 

‘ପୁଷ୍ପା -୨’ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି ଏବଂ ଫିଲ୍ମକୁ ପ୍ରଥମ ଭାଗ ଭଳି ଚମତ୍କାର କରିବା ପାଇଁ ସେ କୌଣସି ରାସ୍ତା ଛାଡ଼ୁ ନାହାନ୍ତି । ଏଠାରେ କହିରଖୁଛୁ ଯେ, 'ପୁଷ୍ପା ୨'ର ରିଲିଜ୍ ତାରିଖ ଘୋଷଣା କରିନାହାଁନ୍ତି ମେକର୍ସ। ଯଦିଓ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଏହି ଫିଲ୍ମ ୨୦୨୩ ଶେଷ କିମ୍ବା ୨୦୨୪ ର ପ୍ରାରମ୍ଭ ମାସରେ ପରଦାକୁ ଆସିପାରେ। 

Also Read : Pushpa 2: ପୋଷ୍ଟରରେ ଶାଢୀ ଚୁଡ଼ି ପିନ୍ଧିଥିବାର ନଜର ଆସିଲେ ଅଲ୍ଲୁ ଅର୍ଜୁନ, ଜାଣନ୍ତୁ ପୋଷ୍ଟର ପଛର ରହସ୍ୟ

Read More
{}{}