Hindi News >>Home >>Odisha Entertainment

South Indian Actors Wife: ଆପଣ ସାଉଥ୍ ସୁପରଷ୍ଟାରଙ୍କ ପତ୍ନୀଙ୍କ ବିଷୟରେ କେତେ ଜାଣିଛନ୍ତି? ପଢନ୍ତୁ ରିପୋର୍ଟ

South Indian Actors: ଆଜିକାଲି ଦର୍ଶକଙ୍କ ମଧ୍ୟରେ ଦକ୍ଷିଣ ଭାରତର ଚଳଚ୍ଚିତ୍ର (South India Film) ଗୁଡିକ ପରି କ୍ରେଜ୍ ବଢିବାରେ ଲାଗିଛି। ଆଜି ଆମେ ଆପଙ୍କ ସହିତ ସେହି ସୁପରଷ୍ଟାର ମାନଙ୍କ ପତ୍ନୀ (Wife) ବିଷୟରେ ଜଣାଇବୁ।

Advertisement
ସାଂକେତିକ ଫଟୋ
Stop
Zee Odisha Desk|Updated: Aug 27, 2022, 05:09 PM IST

South Indian Actors: ଆଜିକାଲି ଦର୍ଶକଙ୍କ ମଧ୍ୟରେ ଦକ୍ଷିଣ ଭାରତର ଚଳଚ୍ଚିତ୍ର (South India Film) ଗୁଡିକ ପରି କ୍ରେଜ୍ ବଢିବାରେ ଲାଗିଛି। ଦକ୍ଷିଣର ସମସ୍ତ ଚଳଚ୍ଚିତ୍ର ହିନ୍ଦୀ ଭାଷାରେ ମୁକ୍ତିଲାଭ କରୁଛି ଯାହା ବକ୍ସ ଅଫିସରେ ବହୁତ ରୋଜଗାର ମଧ୍ୟ କରୁଛି। ଏହି କିଛି ବର୍ଷ ମଧ୍ୟରେ ଦକ୍ଷିଣ ଭାରତ ସିନେମାର ଅନେକ କଳାକାର ନିଜ ଚଳଚ୍ଚିତ୍ର ଜରିଆରେ ପ୍ୟାନ୍ ଇଣ୍ଡିଆ ତାରକା ହୋଇପାରିଛନ୍ତି। 'RRR', 'ପୁଷ୍ପା', 'ବାହୁବଳୀ', 'କେଜିଏଫ'ର ସଫଳତା ସହିତ ଏହି ଚଳଚ୍ଚିତ୍ରର କଳାକାରମାନେ ସାରା ବିଶ୍ୱରେ ହେଡଲାଇନ ସୃଷ୍ଟି କରୁଛନ୍ତି। ଅଭିନେତାଙ୍କ ସହିତ ସମସ୍ତେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିବାକୁ ଆଗ୍ରହ ଦେଖାଉଛନ୍ତି। ତେଣୁ, ଆଜି ଆମେ ଆପଙ୍କ ସହିତ ସେହି ସୁପରଷ୍ଟାର ମାନଙ୍କ ପତ୍ନୀ (Wife) ବିଷୟରେ ଜଣାଇବୁ।

'କେଜିଏଫ୍' ସୁପରଷ୍ଟାର ୟଶଙ୍କ ପତ୍ନୀ ରାଧିକା(Radhika), କନ୍ନଡ ସିନେମାର ଜଣେ ଜଣାଶୁଣା ଅଭିନେତ୍ରୀ। ସେ କନ୍ନଡ ଟିଭି ସୋରି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ରାଧିକା ଅନେକ ଟିଭି ଶୋରେ କାମ କରୁଥିଲେ। ନିର୍ଦ୍ଦେଶକ ଶଶାଙ୍କ ତାଙ୍କୁ ତାଙ୍କ ଫିଲ୍ମରେ ପ୍ରଥମ ବ୍ରେକ୍ ଦେଇଥିଲେ। ୟଶ ଓ ରାଧିକା ଅନେକ ଟିଭି ଶୋ’ରେ ଏକାଠି କାମ କରିଥିଲେ। ଏହି ଦମ୍ପତି ଅନେକ ଚଳଚ୍ଚିତ୍ରରେ ମଧ୍ୟ ଏକାଠି ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ କାମ କରିବା ବେଳେ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ ଏବଂ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ପରେ ଉଭୟ ବାଙ୍ଗାଲୋରରେ ଏକ ପ୍ରାଇଭେଟ ସମାରୋହରେ ବିବାହ କରିଥିଲେ।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ଚିରଞ୍ଜୀବୀଙ୍କ ପୁଅ ରାମ ଚରଣ ଟଲିଉଡର ସବୁଠାରୁ ଧନୀ ଅଭିନେତା ଅଟନ୍ତି। ରାମଚରଣଙ୍କ ପତ୍ନୀ ଉପସାନା କାମିନେନି ଆପୋଲୋ ହସ୍ପିଟାଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପ୍ରତାପ ସି. ରେଡ୍ଡୀଙ୍କ ନାତୁଣୀ। ଏହା ବ୍ୟତୀତ ସେ ଜଣେ ବିଜନେସ ଓ୍ବିମେନ। ଜୁନ୍ ୧୪, ୨୦୧୨ରେ ରାମଚରଣ ଉପାସାନାଙ୍କୁ ବିବାହ କରିଥିଲେ।

ବିଜୟ ସେତୁପତି ତାମିଲ ସିନେମାର ଜଣେ ବ୍ୟସ୍ତ ଅଭିନେତା। ଅନଲାଇନ୍ ଚାଟିଂ ସମୟରେ ବିଜୟ ଓ ଜେସିଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଉଭୟ ଅଳ୍ପ ବୟସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିଜୟ ତାଙ୍କ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ତାଙ୍କ ପତ୍ନୀଙ୍କୁ ପ୍ରଦାନ କରନ୍ତି। ଜେସି ଜଣେ ଗୃହିଣୀ ହୋଇଥିବା ବେଳେ ସେ ୨୦୦୩ ମସିହାରେ ବିବାହ କରିଥିଲେ।

ଫିଲ୍ମ 'ପୁଷ୍ପା'ରୁ ପ୍ୟାନ ଇଣ୍ଡିଆ ତାରକା ହୋଇଥିବା ତେଲୁଗୁ ଅଭିନେତା ଆଲୁ ଅର୍ଜୁନ ମାର୍ଚ୍ଚ ୬, ୨୦୧୧ରେ ହାଇଦ୍ରାବାଦ ନିବାସୀ ସ୍ନେହା ରେଡ୍ଡୀଙ୍କୁ ବିବାହ କରିଥିଲେ। ଆଲୁ ପ୍ରଥମ ଦେଖାରେ ସ୍ନେହାଙ୍କ ପ୍ରେମରେ ପଡିଥିଲେ। କମନ ବନ୍ଧୁଙ୍କ ମାଧ୍ୟମରେ ଏକ ବିବାହରେ ଉଭୟଙ୍କ ପ୍ରଥମ ସାକ୍ଷାତ ହୋଇଥିଲା। ସ୍ନେହା ଜଣେ ସୁଗୃହିଣୀ।

ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର ଜୁନିୟର ଏନଟିଆର (Jr. NTR) ୨୦୧୧ରେ ଲକ୍ଷ୍ମୀ ପ୍ରଣଥୀଙ୍କୁ ବିବାହ କରିଥିଲେ। Jr. NTR ପାଇଁ ଲକ୍ଷ୍ମୀଙ୍କୁ ପସନ୍ଦ କରିଥିବା ବ୍ୟକ୍ତି ଆଉ କେହି ନୁହେଁ ଖୋଦ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଲକ୍ଷ୍ମୀ ବ୍ୟବସାୟୀ ଶ୍ରୀନିବାସ ରାଓଙ୍କ ଝିଅ। ଜୁନିଅର ଏନଟିଆର ଏବଂ ଲକ୍ଷ୍ମୀଙ୍କ ବିବାହ କେବଳ ଇଣ୍ଡଷ୍ଟ୍ରିରେ ନୁହେଁ ସମଗ୍ର ଦେଶରେ ଅନେକ ଆଲୋଚନା ହୋଇଥିଲା। କୁହାଯାଏ ଯେ, ଦୁହେଁ ଏୟାର ଗ୍ରାଉଣ୍ଡ ସମାରୋହରେ ସାତ ଫେରା ନେଇଥିଲେ, ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣ ଟଙ୍କା ଖର୍ଚ୍ଚ ହୋଇଥିଲା।

ଦକ୍ଷିଣର ସୁପରଷ୍ଟାର ମହେଶ ବାବୁଙ୍କ(Mahesh Babu) ପତ୍ନୀ ତଥା ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କୁ ଏକଦା ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରେ ବିବେଚନା କରାଯାଉଥିଲା। ୧୯୯୩ ମସିହାରେ ନମ୍ରତା ଫେମିନା ମିସ୍ ଇଣ୍ଡିଆ ଟାଇଟଲ୍ ଜିତିଥିଲେ। ଏହି ଅଭିନେତ୍ରୀ ଫିଲ୍ମ ''ଜବ ପ୍ୟାର କିସି ସେ ହୋତା ହେ'' କ୍ୟାରିୟର ଆରମ୍ଭ କରିଥିଲେ। ଏହା ବ୍ୟତୀତ ସେ 'କାଚ୍ଚେ ଧାଗେ', 'ବାସ୍ତାବ' ଏବଂ 'ପୁକାର' ଭଳି ହିଟ୍ ଫିଲ୍ମରେ ଅଭିନୟ କରିଥିଲେ। ମହେଶ ବାବୁଙ୍କ ସହ ବିବାହ ପରେ ସେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ।

Read More
{}{}