Hindi News >>Home >>Odisha Entertainment

Alia Bhatt: ବିଶ୍ବର ୧୦୦ ପ୍ରଭାବଶାଳୀଙ୍କ ତାଲିକାରେ ଆଲିଆ ଭଟ୍ଟ

Alia Bhatt: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସଫଳତା । ବର୍ଷ ୨୦୨୪ ପାଇଁ ଟାଇମ୍ ମାଗାଜିନ ପକ୍ଷରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ବୁଧବାର ଜାରି ହୋଇଥିବାବେଲେ ଏଥିରେ ରହିଛି ଚୁଲୁବୁଲି ନାୟିକା ଆଲିଆଙ୍କ ନାଁ ।

Advertisement
Alia Bhatt: ବିଶ୍ବର ୧୦୦ ପ୍ରଭାବଶାଳୀଙ୍କ ତାଲିକାରେ ଆଲିଆ ଭଟ୍ଟ
Stop
Payal Priyadarshini|Updated: Apr 18, 2024, 11:09 AM IST

Alia Bhatt: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ସଫଳତା । ବର୍ଷ ୨୦୨୪ ପାଇଁ ଟାଇମ୍ ମାଗାଜିନ ପକ୍ଷରୁ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ବୁଧବାର ଜାରି ହୋଇଥିବାବେଲେ ଏଥିରେ ରହିଛି ଚୁଲୁବୁଲି ନାୟିକା ଆଲିଆଙ୍କ ନାଁ ।

ବଲିଉଡ଼ର ଅନେକ ସୁପରଷ୍ଟାରଙ୍କୁ ପଛରେ ପକାଇ ଆଲିଆ ଏହି ସଫଳତା ହାସଲ କରିଛନ୍ତି । ଅଭିନୟରେ ନିଜ ଦକ୍ଷତା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗଦାନ ଯୋଗୁଁ ଅଭିନେତ୍ରୀ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜ ଅଭିନୟ ମାଧ୍ୟମରେ କୋଟି କୋଟି ଦର୍ଶକଙ୍କ ମନରେ ନିଜ ଛାପ ଛାଡ଼ି ଥିବା ଆଲିଆ ଗତବର୍ଷ ବହୁ ଗୁରୁତ୍ବପୂର୍ଣ୍ଣ ସମ୍ମାନ ଜିତିଥିଲେ । ସଞ୍ଜୟ ଭଂଶାଲୀଙ୍କ ଦ୍ବାରା ନିର୍ଦ୍ଦେଶିତ ‘ଗଙ୍ଗୁବାଇ କାଠିଆୱାଡ଼ି’ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ସେହିପରି ୨୦୨୩ ‘ହାର୍ଟ ଅଫ ଷ୍ଟୋନ୍’ ଫିଲ୍ମ ମାଧ୍ୟମରେ ଆଲିଆ ହଲିଉଡ଼ରେ ଡ଼େବ୍ୟୁ କରିଥିଲେ । ଅଭିନେତ୍ରୀଙ୍କ ଏହି ସଫଳତାକୁ ନେଇ ୨୦୨୩ ‘ହାର୍ଟ ଅଫ ଷ୍ଟୋନ୍’ର ନିର୍ଦ୍ଦେଶକ ଟମ୍ ହାରପର୍ ତାଙ୍କୁ ପ୍ରଶଂସା କରିବା ସହ ଟାଇମ୍ ପ୍ରୋଫାଇଲରେ ଲେଖିଛନ୍ତି, ‘ଆଲିଆ କେବଳ ବିଶ୍ବର ଜଣେ ଆଗଧାଡ଼ିର ଅଭିନେତ୍ରୀ ନୁହନ୍ତି, ବରଂ ଦଶନ୍ଧି ଧରି ଭାରତୀୟ ଫିଲ୍ମ ଜଗତରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ । ସେ ଜଣେ ଅଦ୍ଭୁତ ପ୍ରତିଭା । ଜଣେ ବିଜନେସ ଓମ୍ୟାନ୍ ସହ ପରୋପକାରୀ ମଧ୍ଯ’ ।

ସେହିପରି କୁସ୍ତି ଯୋଦ୍ଧାଙ୍କ ମଧ୍ଯରେ ସାକ୍ଷୀ ମଲ୍ଲିକ ଭାରତର ଜଣେ ପ୍ରସିଦ୍ଧ ମହିଳା । ୨୦୨୩ରେ ସେ ମହିଳା ଆଥଲେଟଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୁକ୍ତ ତଥା ଭାରତୀୟ କୁସ୍ତି ମହାସଂଘର ପ୍ରମୁଖ ବ୍ରିଜଭୂଷଣ ସିଂଙ୍କ ଗିରଫଦାରି ଦାବିରେ ଦିଲ୍ଲୀ ଜନ୍ତରମନ୍ତରରେ ବିକ୍ଷୋଭକାରଙ୍କ ସହ ଏକାଠି ହୋଇଥିଲେ  ବୋଲି ଓସ୍କାର ପାଇଁ ନୋମିନେଟ ହୋଇଥିବା ଫିଲ୍ମ ନିର୍ମାତା ନିଶା ପାହୁଜା ଲେଖିଛନ୍ତି । ଆଲିଆ ଓ ସାକ୍ଷୀଙ୍କ ସହ ଦେବ ପଟେଲ ମଧ୍ଯ ଏହି ତାଲିକାରେ ରହିଛନ୍ତି ।

 

{}{}