Hindi News >>Home >>Odisha Entertainment

Akshay kumar: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଏହି ଫିଲ୍ମରେ ନଜର ଆସିବେ ଅକ୍ଷୟ କୁମାର !

Akshay kumar: ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ବୋଧେ ହୁଏ ଭଲ ନ ଥିଲା । କାହିଁକିନା ଚଳିତ ବର୍ଷ ରିଲିଜ୍ ହୋଇଥିବା ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଛି । ଏଥି ସହିତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଅକ୍ଷୟ କୁମାରଙ୍କୁ ଫିଲ୍ମ 'ହେରାଫେରି ୩' ରେ ନଜର ଆସିବେ ନାହିଁ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 06, 2022, 09:32 AM IST

 Akshay kumar: ବଲିଉଡ୍ ଅଭିନେତା ଅକ୍ଷୟ କୁମାର । ଚଳିତ ବର୍ଷ ଅକ୍ଷୟ କୁମାରଙ୍କ ପାଇଁ ବୋଧେ ହୁଏ ଭଲ ନ ଥିଲା । କାହିଁକିନା ଚଳିତ ବର୍ଷ ରିଲିଜ୍ ହୋଇଥିବା ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ହୋଇଛି । ଏଥି ସହିତ ଗତ କିଛି ଦିନ ହେବ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ଅକ୍ଷୟ କୁମାରଙ୍କୁ ଫିଲ୍ମ 'ହେରାଫେରି ୩' ରେ ନଜର ଆସିବେ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲା  (Filmmaker Firoz A. Nadiadwala) ଅକ୍ଷୟ କୁମାରଙ୍କ ସହ ଏହି ଫିଲ୍ମ ନେଇ ଆଲୋଚନା କରୁଛନ୍ତି। ଏଭଳି ପରିସ୍ଥିତିରେ ଅକ୍ଷୟ କୁମାରଙ୍କୁ ଫିଲ୍ମ 'ହେରାଫେରି ୩'ରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

କାର୍ତ୍ତିକ ଆର୍ଯ୍ୟାନ୍ ଏହି ଫିଲ୍ମରେ ନଜର ଆସିବେ:
ଗତକିଛି ଦିନ ତେଳ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ଖିଲାଡି କୁମାରଙ୍କ ସ୍ଥାନ  କାର୍ତ୍ତିକ୍ ଆର୍ଯ୍ୟାନ୍ ନେବେ ।  ମିଡିଆ ରିପୋର୍ଟ ଅନୁଯାୟୀ ସୁପରହିଟ୍ ଫିଲ୍ମ 'ଭୋଲ୍ ଭୁଲେୟା ୨' ରେ ଅଭିନୟ କରିଥିବା କାର୍ତ୍ତିକଙ୍କୁ ମଧ୍ୟ ହେରାଫେରି ୩ରେ ଦେଖିବାକୁ ମିଳିବ, କିନ୍ତୁ ଅନ୍ୟ ଏକ ଭୂମିକାରେ । କାହିଁକିନା, ଗତ କିଛି ଦିନ ତଳେ, ଏନେଇ ଅଭିନେତା ପରେଶ ରାଓ୍ବାଲ ମଧ୍ୟ ସ୍ପଷ୍ଟ କରିଥିଲେ। 

ନିକଟରେ ଫିଲ୍ମ ନିର୍ମାତା ଫିରୋଜ ନାଦିଆଡୱାଲା ଅକ୍ଷୟଙ୍କୁ 'ରେଡ୍ ସି ଇଣ୍ଟର ନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍' (Red Sea International Film Festival) ରେ ଭେଟିଥିଲେ। ସେଠାରେ ସେ ଅକ୍ଷୟଙ୍କ ସହ ଫିଲ୍ମ ବିଷୟରେ କଥା ହୋଇଥିଲେ। ନିର୍ମାତା ସହମତ ହୋଇଥିଲେ ଯେ, ସେ ଏହି ଫିଲ୍ମ କରିବେ ।  ଅକ୍ଷୟଙ୍କ ରାଜୁଙ୍କ ଚରିତ୍ର ହିଁ ତାଙ୍କ ସହକଳାକାର୍ ସୁନୀଲ ଶେଟ୍ଟୀ ଏବଂ ପରେଶ ରାୱଲଙ୍କ ସହ ଫିଲ୍ମକୁ ଚାରଚାନ୍ଦ ଲଗାଇବ । ଗତକିଛି ଦିନ ପୂର୍ବରୁ ଅନୁମାନ କରାଯାଉଥିଲା ଯେ, ଫିଲ୍ମର ଅକ୍ଷୟଙ୍କ ପାରିଶ୍ରମିକକୁ ନେଇ ମତଭେଦ ଦେଖାଦେଇଥିଲା। କିନ୍ତୁ ପ୍ରକୃତ କାରଣ ଫିଲ୍ମର ସ୍କ୍ରିପ୍ଟ ଥିଲା। ଫିଲ୍ମର ସ୍କ୍ରିପ୍ଟ  ଅକ୍ଷୟଙ୍କୁ ପସନ୍ଦ ଆସୁ ନ ଥିଲା। ଏହି କାରଣରୁ ସେ ଅଭିନୟ ପାଇଁ ରାଜି ହେଉ ନଥିଲେ। ତେବେ, ଅକ୍ଷୟ ହେରାଫେରି ୩ରେ ନଜର ଆସିବା ନେଇ ତାଙ୍କ ଫ୍ୟାନ୍ସ ବହୁତ୍ ଖୁସି ଅଛନ୍ତି ।  ପ୍ରଶଂସକମାନେ ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରୁଛନ୍ତି କାରଣ ହ୍ୟାସଟ୍ୟାଗ-ହେରାପେରି ୩ ଟ୍ୱିଟରରେ ଦୀର୍ଘ ଦିନ ଧରି ଟ୍ରେଣ୍ଡ କରୁଛି।

 ଏହାବି ପଢନ୍ତୁ : Lucky Ali: ଯୁଗ ଗଲା ଲୋକ ଭୁଲିଗଲେ, ସହାୟତା ପାଇଁ ନିବେଦନ କରି ଥକି ଗଲେ ଗାୟକ ଅଲ୍ଲୀ

 ଏହାବି ପଢନ୍ତୁ : Archana Puran Singh: 'ଦି କପିଲ ଶର୍ମା ଶୋ'ରେ ଅର୍ଚ୍ଚନାକୁ ରିପ୍ଲେସ କରିବେ ବଲିଉଡର ଏହି ସେଲିବ୍ରେଟି !

 ଏହାବି ପଢନ୍ତୁ : Malaika Arora: କାହିଁକି ମଲାଇକାଙ୍କୁ ଏମିତି କହିଲେ ପୁଅ Arhaan

ଏହାବି ପଢନ୍ତୁ : Manish Malhotra Designed Dress: ମନିଷଙ୍କ ପାଇଁ ଡ୍ରେସରେ କୋଟିକୋଟି ଖର୍ଚ୍ଚ କରନ୍ତି ବଲିଉଡର ଏହି ଟପ୍ ୫ ଅଭିନେତ୍ରୀ

Read More
{}{}