Hindi News >>Home >>Odisha Entertainment

Akanksha Dubey Suicide: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲ ରୁମରୁ ମିଳିଲା ମୃତଦେହ, ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଭିଡ଼ିଓ

Akanksha Dubey Suicide: ଭୋଜପୁରୀ ଇଣ୍ତଷ୍ଟ୍ରି ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା । ଅଭିନେତ୍ରୀଙ୍କ ମୃତ୍ୟୁ  ବ୍ଧ ହୋଇଯାଇଛି ଭୋଜପୁରୀ ପୂରା ଇଣ୍ତଷ୍ଟ୍ରି । ବାରଣାସୀର ଏକ ହୋଟେଲରୁ ମିଳିଛି ମୃତଦେହ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 26, 2023, 04:17 PM IST

Akanksha Dubey Suicide: ଭୋଜପୁରୀ ଇଣ୍ତଷ୍ଟ୍ରିରୁ(Bhojpuri Industry) ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଆତ୍ମହତ୍ୟା( Akanksha Dubey Suicide) ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଭୋଜପୁରୀ ଫିଲ୍ମ ଅଭିନେତ୍ରୀ ଆକାଂକ୍ଷା ଦୁବେ। ରବିବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଅଭିନେତ୍ରୀ ବାରଣାସୀର ସାରନାଥ ଥାନାର ଏକ ଘରୋଇ ହୋଟେଲେ ରଶି ଲଗାଇ ଆତ୍ମହତ୍ୟା(Suicide) କରିବା ଜଣାପଡ଼ିଛି । ଆକାଂକ୍ଷା ଭୋଜପୁରୀ ଫିଲ୍ମ ଇଣ୍ତଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଥିଲେ । ଭୋଜପୁରୀ ଅଭିନେତ୍ରୀଙ୍କ ବୟସ ମାତ୍ର ୨୫ ବର୍ଷ ବୋଲି କୁହାଯାଉଛି, ସେ ଭଦୋହୀ ଜନପଥ ପରସୀପୁରର ବାସିନ୍ଦା ଅଟନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆକାଂକ୍ଷା ଦୁବେ(  Akanksha Dubey) ଫିଲ୍ମର ସୁଟିଂ ପାଇଁ ବାରଣାସୀ ଯାଇଥିଲେ। କିନ୍ତୁ ରବିବାର ଦିନ ଏକ ଘରୋଇ ହୋଟେଲରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ରାତିରେ ଭୋଜପୁରୀ ଅଭିନେତ୍ରୀ ଜଣକ ତାଙ୍କ ସୋସିଆଲ ମିଡ଼ିଆ( Social Media) ଆକାଉଣ୍ଟ ଇଣ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯାହା ଏବେ ବେଶ ଭାଇରାଲ(Viral) ହେବାରେ ଲାଗିଛି । ଏହି ଭିଡ଼ିଓରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି । ତେବେ ଆକାଂକ୍ଷାଙ୍କ ଏହି ଶେଷ ଭିଡିଓ ଫ୍ୟାନ୍ସ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଅଭିନେତ୍ରୀ ଜଣକ ଅନେକ ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିଛନ୍ତି ।

 

ଆକାଂକ୍ଷା “ବୀରୋ କେ ବୀର” ଓ 'କସାମ ପୈଦା କରନେ ୱାଲ୍ କି -୨' ଭଳି ହିଟ୍ ଫିଲ୍ମରେ କାମ କରିଥିଲେ। ଅଭିନେତ୍ରୀ ଆତ୍ମହତ୍ୟା କରିବାର କାରଣ ଜଣା ପଡି଼ନାହିଁ। ୟୁପି ବାରାଣାସୀରେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି। ସକାଳେ ତାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସକୁ ସୂଚନା ମିଳିଥିଲା । । ସୋସିଆଲ ମିଡିଆରେ ଆକାଂକ୍ଷା ଦୁବେ ବେଶ ଚର୍ଚ୍ଚିତ ଚେହେରା ଥିଲେ। କୁହାଯାଏ ଯେ ଆକାଂକ୍ଷା ଦୁବେ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ମୁମ୍ବାଇରୁ ଆରମ୍ଭ କରିଥିଲେ। ଯଦିଓ ତାଙ୍କ ପିତାମାତା ତାଙ୍କୁ IAS କରିବାକୁ ଚାହୁଁଥିଲେ । କିନ୍ତୁ ପିଲାଦିନରୁ ସେ ନୃତ୍ୟ ଓ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ମାତ୍ର ୧୭ ବର୍ଷ ବୟସରେ ସେ ଭୋଜପୁରୀ ଇଣ୍ତଷ୍ଟ୍ରିରେ ପାଦ ରଖିଥିଲେ । ତେବେ ଅଭିନେତ୍ରୀ ଜଣକ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇନଥିବା ବେଳେ ତାଙ୍କ ମୃତ୍ୟୁରେ ସବ୍ଧ ହୋଇଯାଇଛି ଭୋଜପୁରୀ ପୂରା ଇଣ୍ତଷ୍ଟ୍ରି( Bhojpuri Industry)। ୨୦୧୮  ମସିହାରେ, ଆକାଂକ୍ଷା ଦୁବେ ଡ଼ିପ୍ରେସନର ଶିକାର ହୋଇଥିଲେ, ଫଳରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ପରେ ତାଙ୍କ ମା’ଙ୍କ  ପ୍ରେରଣା ପରେ ଅଭିନେତ୍ରୀ ପୁଣିଥରେ ଇଣ୍ଡଷ୍ଟ୍ରିକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଏହାମଧ୍ଯ ପଢନ୍ତୁ-Sonali bendre: ବଲିଉଡ଼ ସୁନ୍ଦରୀ ସୋନାଲି ବେନ୍ଦ୍ରେଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ଏହି ପାକିସ୍ତନୀ କ୍ରିକେଟର, ମନିପର୍ସରେ ରଖିଥିଲେ ନାୟିକାଙ୍କ ଫଟୋ

 

Read More
{}{}