Hindi News >>Home >>Odisha Entertainment

Ollywood News: ଜାତୀୟ ପୁରସ୍କାର ପାଇଲା ପରେ ଓଡି଼ଆ ଚଳଚ୍ଚିତ୍ର "ପ୍ରତୀକ୍ଷା"କୁ ଶୁଭେଚ୍ଛାର ସୁଅ

Ollywood News: ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପୁରସ୍କୃତ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର "ପ୍ରତୀକ୍ଷା" ଟିମକୁ ବିଭିନ୍ନ ମହଲରୁ ବିପୁଳ ମାତ୍ରାରେ ଶୁଭେଚ୍ଛା ମିଳୁଛି ।

Advertisement
Ollywood News: ଜାତୀୟ ପୁରସ୍କାର ପାଇଲା ପରେ ଓଡି଼ଆ ଚଳଚ୍ଚିତ୍ର "ପ୍ରତୀକ୍ଷା"କୁ ଶୁଭେଚ୍ଛାର ସୁଅ
Stop
Soubhagya Ranjan Mishra|Updated: Aug 25, 2023, 09:01 PM IST

Ollywood News: ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର "ପ୍ରତୀକ୍ଷା" (Pratikhya) l ଏତେ ବଡ଼ ଖୁସି ଖବର ପାଇଲା ପରେ ପ୍ରତୀକ୍ଷା ଟିମକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା ଏବଂ ପ୍ରଯୋଜକଙ୍କ ସହିତ ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ଦ୍ୱୀପନ୍ୱିତ ଦାସ ମହାପାତ୍ରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ l

ପ୍ରତୀକ୍ଷା ଏକ ମୌଳିକ ମଧ୍ୟବିତ୍ତ ଓଡ଼ିଆ ପରିବାରର କାହାଣୀକୁ ନେଇ ଅମୀୟ ପଟ୍ଟନାୟକ ପ୍ରଡକସନ୍ସ ଦ୍ୱାରା ନିର୍ମିତ ହୋଇଥିଲା ଚଳଚ୍ଚିତ୍ର "ପ୍ରତୀକ୍ଷା" l ଯାହାର ପ୍ରଯୋଜକ ତଥା ନିର୍ଦ୍ଦେଶକ (Director) ଥିଲେ ସ୍ବର୍ଗତ ଅମୀୟ ପଟ୍ଟନାୟକ ଙ୍କ ସୁପୁତ୍ର ଅନୁପମ ପଟ୍ଟନାୟକ l ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଗୌରହରୀ ଦାସଙ୍କ କ୍ଷୁଦ୍ର ଗଳ୍ପ ବାପାକୁ ଖୁବ ସୁନ୍ଦର ଭାବେ ଏକ ପାରିବାରିକ ଚିତ୍ରନାଟ୍ୟ (Family Portrait)ର ରୂପ ଦେଇ ଦେଶ ବିଦେଶରେ ବେଶ ପ୍ରଶଂସା ସାଉଁଟିବା ସହିତ ଅନେକ ପୁରସ୍କୃତ ହୋଇଛି ଚଳଚ୍ଚିତ୍ର ପ୍ରତୀକ୍ଷା l ଖୁବ ସୁନ୍ଦର ସଂଳାପ ଲେଖି ଯିଏ ଦର୍ଶକଙ୍କ ଆଖି ଛଳ ଛଳ କରିଥିଲେ ସେ ଯୁବ ତଥା ନବାଗତ ସଂଳାପକାର ରୋଶନ ବିଶୋୟୀ, ସିନେମାର ଚିତ୍ରତ୍ତୋଲନ ଦାୟୀତ୍ୱରେ ଥିଲେ ଯୁବ ଦୀପକ କୁମାର l  ଜଣେ ବାପା ଓ ପୁଅର ସମ୍ପର୍କକୁ ପରଦାରେ ଖୁବ ନିଖୁଣ ଭାବରେ ପରସା ଯାଇଥିଲା ଦର୍ଶକଙ୍କୁ । ଅଭିନେତା ଦ୍ୱୀପନ୍ୱିତ ଦାସଙ୍କ ଅଭିନୟକୁ ନେଇ ସବୁଠି ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା । ଖୁବ ନିଖୁଣ ଭାବରେ ନିଜ ଚରିତ୍ରକୁ ପରଦାରେ ଫୁଟାଇଥିଲେ ଦ୍ୱୀପନ୍ୱିତ । କାହାଣୀ ଏପରି ଥିଲା ଯାହା ସିନେମା ଦେଖୁଥିବା ଦର୍ଶକଙ୍କୁ ଭାବ ବିହ୍ୟୁଳ କରିବା ପାଇଁ ବାଧ୍ୟ କରିଥିଲା । ଅନେକ ଦର୍ଶକ ସିନେମାଟିକୁ ହଲରେ ଦେଖୁଥିବା ସମୟରେ କିଛି ଦୃଶ୍ୟରେ ଖୁବ ପ୍ରଭାବିତ ହୋଇଥିଲେ । ଜଣେ ମଧ୍ୟବିତ ପରିବାର ଯୁବକ ସରକାରୀ ଚାକିରୀ ପଛରେ ଗୋଡାଇ ଗୋଡାଇ ନିରାଶ ହେବା, ଚାକିରୀ ସହ ପରିବାରକୁ କେମିତି ନିୟନ୍ତ୍ରଣ ରେ ରଖିବା ଏଥିରେ ପ୍ରଦର୍ଶିତ କରାଯାଇଛି। ରୋଜଗାର ଲାଗି ସଂଘର୍ଷ  , ଘରେ ବୃଦ୍ଧ ବାପାଙ୍କ ଚିନ୍ତା, ବାହାଘର ଲାଗି ଅପେକ୍ଷାରତ ପ୍ରେମିକା ଏବଂ ଶେଷରେ ପରିବାରର ଏକମାତ୍ର ରୋଜଗାରିଆ ପିତାଙ୍କର ମୃତ୍ୟୁ ପରିସ୍ଥିତିର କାହାଣୀକୁ ଅତି ନିଚ୍ଛକ ଭାବେ ପ୍ରଦର୍ଶିତ କରାଯାଇଛି। 
 
ସିନେମାରେ ଥିବା ଗୀତ ଗୁଡିକ ମଧ୍ୟ ଖୁବ ଲୋକପ୍ରିୟ ହୋଇଥିଲା । ସଙ୍ଗୀତରେ ଗୀତ ଗୁଡିକୁ ସଜେଇଥିଲେ ନବାଗତ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ ଏବଂ ବିଭାଷ ରଥ l ବରିଷ୍ଠ ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସ, ଅଭିନେତା ଦୀପନ୍ୱିତ ଦାସ ମହାପାତ୍ର ଏବଂ ବର୍ଷା ପଟ୍ଟନାୟକଙ୍କ ବଳିଷ୍ଠ ଅଭିନୟରେ ଦର୍ଶକ ବାନ୍ଧି ହୋଇଥିଲେ l ଦୀର୍ଘ ବର୍ଷ ପରେ ପ୍ରତୀକ୍ଷା ଚଳଚ୍ଚିତ୍ର ଜରିଆରେ ପ୍ରେକ୍ଷାଳୟ ମୁହାଁ ହୋଇଥିଲେ ଦର୍ଶକ l ତେବେ ୬୯ ତମ ଜାତୀୟ ଚଳଚ୍ଚିତ୍ର ଫେଷ୍ଟିଭାଲରେ ପ୍ରତୀକ୍ଷା ପୁରସ୍କୃତ ହୋଇଥିବା ଖବର ନିଶ୍ଚିତ ଭାବେ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ l

ସୂଚନାଯୋଗ୍ୟ, 'ପ୍ରତୀକ୍ଷା' ଜାତୀୟ ପୁରସ୍କାର ପାଇଁ ବିବେଚିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ (Cm Naveen Patnaik) ପଟ୍ଟନାୟକ ଏକ ଟ୍ବିଟ୍ କରିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ଶେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ପ୍ରତୀକ୍ଷା’ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ଅତ୍ୟନ୍ତ ଖୁସିର ବିଷୟ। ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ, ଅଭିନେତାଙ୍କ ସମେତ ଏଥିସହ ଜଡ଼ିତ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ସେହିପରି ଓଲିଉଡର ଅନେକ ଅଭିନେତା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

Also Read- Jio ପୁଣି ହେଲା ଏକ ନମ୍ବର ! Airtel, VI, BSNLକୁ ଦେଲା କଡା ଟକ୍କର

Read More
{}{}