Hindi News >>Home >>Odisha Entertainment

Commedian Sunil Grover: କପିଲ ଶର୍ମା ଶୋ' ଛାଡ଼ିବା ପରେ ରାସ୍ତା କଡ଼ରେ ଚୁଡ଼ି ବିକୁଛନ୍ତି ଡ. ମସୁର ଗୁଲାଟି

ସୁନୀଲ ଗ୍ରୋଭର ମନା କରିବା ସତ୍ତ୍ୱେ ଉକ୍ତ ମହିଳା ଜଣଙ୍କ ଅଳଙ୍କାର କିଣିବାକୁ ଜିଦ୍ଦି କରୁଛନ୍ତି। ମହିଳା କହୁଛନ୍ତି କି ଭାଇ ଏହି ଗହଣା ମୋତେ ଦିଅନ୍ତୁ।

Advertisement
Commedian Sunil Grover: କପିଲ ଶର୍ମା ଶୋ' ଛାଡ଼ିବା ପରେ ରାସ୍ତା କଡ଼ରେ ଚୁଡ଼ି ବିକୁଛନ୍ତି ଡ. ମସୁର ଗୁଲାଟି
Stop
Zee Odisha Desk|Updated: Sep 16, 2022, 06:35 PM IST

Commedian Sunil Grover: ନୂଆଦିଲ୍ଲୀ: ଲୋକପ୍ରିୟ ଅଭିନେତା ସୁନୀଲ ଗ୍ରୋଭର ପ୍ରାୟତଃ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ତାଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ସହିତ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ୍ ସେୟାର କରି ସୁନୀଲ ବ୍ୟକ୍ତିଗତ ଭାବେ ଲେଖିଛନ୍ତି। ଏଥିରେ ସେ ରାସ୍ତାରେ ଅଳଙ୍କାର ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଲୋକଙ୍କୁ ବହୁତ ମନୋରଞ୍ଜନ କରୁଛି।

ସୁନୀଲ ଗ୍ରୋଭର ନିଜ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ପ୍ରାୟତଃ ସେ ନିଜ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ସେୟାର କରନ୍ତି। ନିକଟରେ ସୁନୀଲ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ରାସ୍ତାରେ ଅଳଙ୍କାର ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଯେତେବେଳେ ଜଣେ ଗ୍ରାହକ ସୁନୀଲଙ୍କଠାରୁ ସେହି ଅଳଙ୍କାର କିଣିବାକୁ ଚେଷ୍ଟା କରୁଛନ୍ତି, ସୁନୀଲ ଏହାକୁ ବିକ୍ରୟ କରିବାକୁ ମନା କରୁଛନ୍ତି। ସେ କହୁଛନ୍ତି କି  ଏଗୁଡ଼ିକ ମୋର ବ୍ୟକ୍ତିଗତ ଜିନିଷ, ବିକ୍ରୟ ପାଇଁ ନୁହେଁ। 

ସୁନୀଲ ଗ୍ରୋଭର ମନା କରିବା ସତ୍ତ୍ୱେ ଉକ୍ତ ମହିଳା ଜଣଙ୍କ ଅଳଙ୍କାର କିଣିବାକୁ ଜିଦ୍ଦି କରୁଛନ୍ତି। ମହିଳା କହୁଛନ୍ତି କି ଭାଇ ଏହି ଗହଣା ମୋତେ ଦିଅନ୍ତୁ। ମୁଁ ଏହାକୁ କିଣିବାକୁ ଚାହୁଁଛି। ଏହା ଶୁଣିବା ପରେ ସୁନୀଲ ଗ୍ରୋଭର ବିରକ୍ତ ହୋଇ କହୁଛନ୍ତି କି ଆପଣ କଣ ବୁଝି ପାରୁନାହାନ୍ତି। ଏହା ମୋର ବ୍ୟକ୍ତିଗତ ଜିନିଷ। ମୁଁ ଏହାକୁ ବିକ୍ରି କରିବାକୁ ଆଣିନାହିଁ। 

ସୁନୀଲ ଗ୍ରୋଭରଙ୍କ ଭିଡିଓରେ ଅର୍ଚ୍ଚନା ପୁରନ ସିଂଙ୍କ ଠାରୁ ସିଙ୍ଗର ହର୍ଷଦୀପ କୌର କମେଣ୍ଟ ଦେଇଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଆପଣ ବହୁତ ସୁନ୍ଦର, ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ନିଶ୍ଚିତ ଭାବରେ ଗୁଟି ପାଇଁ ପୁରା ଦୋକାନ କିଣିଥିବେ। ଏହା ପ୍ରଥମ ଘଟଣା ନୁହେଁ ଯେ ସୁନୀଲ ରାସ୍ତାରେ କିଛି ବିକ୍ରୟ କରୁଥିବା ଦେଖାଯାଉଛି, ଏହା ପୂର୍ବରୁ ସୁନୀଲ ଏକ ଚାଳିଆ ହୋଟେଲରେ ଚା ବିକ୍ରି କରୁଥିବାର ନଜର ଆସିଥିଲେ। ପୂର୍ବରୁ ଆଖୁ ରସ ବିକ୍ରି କରୁଥିବାର ମଧ୍ୟ ସୁନୀଲ ନଜର ଆସିଥିଲେ। 

ୱାର୍କ ଫ୍ରଣ୍ଟରେ ଖୁବ ଶୀଘ୍ର ବିକାଶ ବାହଲଙ୍କ ନିର୍ଦ୍ଦେଶକ 'ଗୁଡ଼ବାୟ'ରେ ସୁନୀଲ ଗ୍ରୋଭରଙ୍କୁ ଦେଖିବାକୁ ମିଳିବ। ଅକ୍ଟୋବର ୭ରେ ଏହି ଫିଲ୍ମ ବଡ ପରଦାରେ ଆସିବ। ସୁନୀଲ ଗ୍ରୋଭରଙ୍କ ବ୍ୟତୀତ ଅଭିନେତ୍ରୀ ରଶ୍ମିକା ମନ୍ଦନା ଅମିତାଭ ବଚ୍ଚନ, ନୀନା ଗୁପ୍ତାଙ୍କ ସହ ଏହି ଫିଲ୍ମରେ ନଜର ଆସିବେ।

Read More
{}{}