Hindi News >>Home >>Odisha Entertainment

Hansika Motwani: ନାକ ତଳୁ ଆଣିଲେ ଟାଣି; ସାଙ୍ଗର Husband ଙ୍କୁ ବିବାହ କରିବେ Hanshika Motwani

Hansika Motwani Update: ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଅଭିନେତ୍ରୀ ହଂସିକା ମୋଟୱାନି ଓ ସୋହେଲ କଥୁରିୟା । ତିନି ଦିନିଆ କାର୍ଯ୍ୟରେ ହଲଦି, ମେହେନ୍ଦୀ, ସଂଗୀତ ଏବଂ ବିବାହ ପରି ସମାରୋହ ଅନ୍ତର୍ଭୁକ୍ତ ହେବ । ଏହି ବିବାହରେ ଡ୍ରେସ୍ କୋଡ୍ ରହିବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ପରିବାର ବ୍ୟତୀତ ହଂସିକାଙ୍କ ବିବାହରେ କିଛି ବିଶେଷ ବନ୍ଧୁ ଯୋଗଦେବେ।

Advertisement
Hansika Motwani: ନାକ ତଳୁ ଆଣିଲେ ଟାଣି; ସାଙ୍ଗର Husband ଙ୍କୁ ବିବାହ କରିବେ Hanshika Motwani
Stop
Rasmita Sahoo|Updated: Nov 23, 2022, 05:33 PM IST

Hansika Motwani: ଡିସେମ୍ବର ୪ରେ ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଏହାପୂର୍ବରୁ ଥିବା ସବୁ ପ୍ରକାରର ସେରିମନିକୁ ଖୁବ ଏନଜୟ କରୁଛନ୍ତି ଏହି ଅଭିନେତ୍ରୀ । ଏବେ ବେଶ ଟ୍ରେଣ୍ଡ କରୁଛି ହଂସିକା ମୋଟୱାନିଙ୍କ ପ୍ରି ୱେଡିଂ ଫଟୋ ସୁଟ । ତେବେ ଅଭିନେତ୍ରୀ ତାଙ୍କର ଦୀର୍ଘ ଦିନର ପ୍ରେମିକ ସୋହେଲ କାଥୁରିଆଙ୍କୁ ୪ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି। ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ଏବଂ ହଂସିକା ତାଙ୍କର ଗର୍ଲଫ୍ରେଣ୍ଡ ତଥା ତାଙ୍କର ବ୍ୟବସାୟିକ ସହଯୋଗୀ ମଧ୍ଯ । 

ସମସ୍ତ ବିବାହ ସମାରୋହ ଜୟପୁରରୁ ଆରମ୍ଭ ହେବ । ଏଥି ସହିତ ମୁମ୍ବାଇରୁ ମାତା କି ଚୌକି ସହ ବିବାହ ରୀତିନୀତି ଆରମ୍ଭ ହୋଇଛି। ବିଶେଷ କଥା ହେଉଛି ବିବାହ ପୂର୍ବରୁ ହଂସିକା (Hansika)ତାଙ୍କ ସ୍ୱାମୀଙ୍କ ସହ କେଉଁଠିକୁ ହନିମୁନ୍ ଯିବାକୁ ଯାଉଛନ୍ତି ସେ ବିଷୟରେ ବି ଆଲୋଚନା ଜାରି ରହିଛି। ଇ ଟାଇମ୍ସର ଖବର ଅନୁଯାୟୀ, ହଂସିକା ମୋଟୱାନୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ହନିମୁନ୍‌ରେ ନରଦନ ଲାଇଟସ୍ ଦେଖିବାକୁ ଯୋଜନା କରୁଛନ୍ତି। 

Also Read: Naga Chaitanya: ନାଗା-ସାମନ୍ଥାଙ୍କ ସମ୍ପର୍କ ଭାଙ୍ଗିବାର କାରଣ କ'ଣ ? ପୁଣି ହୋଇପାରନ୍ତି ଏକାଠି

ତେବେ ହଂସିକା ମୋଟୱାନିଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ସୋହେଲ କାଥୁରିଆ ଏହି ଅଭିନେତ୍ରୀଙ୍କୁ ପ୍ୟାରିସର (Paris) ଆଇଫିଲ ଟାୱାର ନିକଟରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ହଂସିକା ଏଥିରେ ରାଜି ହୋଇଥିଲେ। ଅଭିନେତ୍ରୀ ଏହି ସୁନ୍ଦର ମୁହୂର୍ତ୍ତର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ବର୍ତ୍ତମାନ ସେମାନଙ୍କର ବିବାହ ପାଖେଇ ଆସୁଥିବାରୁ ଏହି ତିନି ଦିନିଆ କାର୍ଯ୍ୟରେ ହଲଦି, ମେହେନ୍ଦୀ, ସଂଗୀତ ଏବଂ ବିବାହ ପରି ସମାରୋହ ଅନ୍ତର୍ଭୁକ୍ତ ହେବ । ଏହି ବିବାହରେ ଡ୍ରେସ୍ କୋଡ୍ ରହିବା ବିଷୟରେ ମଧ୍ୟ ଆଲୋଚନା ହେଉଛି । ପରିବାର ବ୍ୟତୀତ ହଂସିକାଙ୍କ ବିବାହରେ କିଛି ବିଶେଷ ବନ୍ଧୁ ଯୋଗଦେବେ।

Also Read: Sunny Deol: ସନ୍ନି ଦେଓଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଏହି ପ୍ରଯୋଜକ, କହିଲେ ସେ ମୋତେ ଠକିଛି ଆଉ...

ଏଠାରେ କହିରଖୁଛୁ ଯେ,  ହଂସିକା ମୋଟୱାନି (Hansika Motwani) ହିନ୍ଦୀ ଟେଲିଭିଜନ ଏବଂ ସିନେମାରେ ଶିଶୁ କଳାକାର ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ସେ 'କୋଇ ... ମିଲ୍ ଗୟା' ଏବଂ 'ଆପ୍ କା ସୁରୁର' ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ହଂସିକା ଏକ ଲୋକପ୍ରିୟ ଚେହେରା । ସେ ତାମିଲ ଏବଂ ତେଲୁଗୁ ସିନେମାର ବହୁତ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। 

Also Read: Actor Sonu Sood: ପୁଣି ହୃଦୟ ଜିତିଲେ ସୋନୁସୁଦ୍, ୬ ମାସର ଶିଶୁକୁ ମରଣ ମୁହଁରୁ ବଞ୍ଚାଇଲେ

ସେପଟେ ହଂସିକାଙ୍କ Would Be ଅର୍ଥାତ୍ ବିଜିନେସ ମ୍ୟାନ୍ ସୋହେଲ କାଥୁରିଆଙ୍କ ବିଷୟରେ ପ୍ରାୟତ୍ଥ ଅଳ୍ପବହୁତେ ଜଣା । ହରିୟାଣା ବାସିନ୍ଦା ସୋହେଲ୍ ପ୍ରଥମେ ୨୦୧୬ରେ ବିବାହ କରିଥିଲେ। ତାଙ୍କ ପତ୍ନୀଙ୍କ ନା ରିଙ୍କି ଥିଲା । ତେବେ କୁହାଯାଉଛି ଯେ, ରିଙ୍କି ଏବଂ ହଂସିକା ବହୁତ ଭଲ ବନ୍ଧୁ। ତାଙ୍କ ବିବାହରେ ଅଭିନେତ୍ରୀ ହଂସିକା ମଧ୍ୟ ଯୋଗଦାନ କରିଥିଲେ। ତେବେ ସୋହେଲ (Sohail Khaturiya) ତାଙ୍କ ସହ ବିବାହ ବିଚ୍ଛେଦ କରିବା ପରେ ହଂସିକାଙ୍କ ସମ୍ପର୍କରେ ଆସିଥିଲେ। 

Read More
{}{}