Hindi News >>Home >>Odisha Entertainment

Kanguva: ଫିଲ୍ମ ସୁଟିଂ ବେଳେ ଗମ୍ଭୀର ଭାବେ ଆହତ ହେଲେ ଅଭିନେତା ସୂରିୟା ! ଟ୍ୱିଟ କରି କହିଲେ ମୁଁ...

Kanguva: ପ୍ରିୟ ବନ୍ଧୁଗଣ, ଶୁଭେଚ୍ଛୁ ଏବଂ ମୋର ଅଜ୍ଞାତ ପ୍ରଶଂସକଙ୍କୁ ମୋର ଧନ୍ୟବାଦ । ଆପଣଙ୍କ ଭଲ ପାଇବା କାରଣରୁ ମୁଁ ସୁସ୍ଥ ହୋଇ ବହୁତ ଭଲ ଅନୁଭବ କରୁଛି ବୋଲି କହିଛନ୍ତି। ଏଠାରେ କହିରଖୁଛୁ ଯେ, ଷ୍ଟୁଡିଓ ଗ୍ରୀନ୍ ସୂରିୟା  ଏବଂ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର କାଙ୍ଗୁଭା UV କ୍ରିଏସନ୍ ଦ୍ୱାରା ପ୍ରସ୍ତୁତ ହେଉଛି ।   

Advertisement
Kanguva: ଫିଲ୍ମ ସୁଟିଂ ବେଳେ ଗମ୍ଭୀର ଭାବେ ଆହତ ହେଲେ ଅଭିନେତା ସୂରିୟା ! ଟ୍ୱିଟ କରି କହିଲେ ମୁଁ...
Stop
Rasmita Sahoo|Updated: Nov 24, 2023, 01:44 PM IST

Kanguva: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ସୁରିୟା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର 'କଙ୍ଗୁଭା' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି  । ହେଲେ ଏହି ସମୟରେ ଅଭିନେତାଙ୍କ ବିଷୟରେ ଏକ ଖରାପ ଖବର ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଆସିଛି। ପ୍ରକୃତରେ, ANIର ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ କଙ୍ଗୁଭା ପାଇଁ ଏକ ଆକ୍ସନ୍ ସିନ୍ ସୁଟିଂ ସମୟରେ କ୍ୟାମେରା ନିୟନ୍ତ୍ରଣ ହରାଇବା କାରଣରୁ ଏହା ସୂରିୟାଙ୍କ କାନ୍ଧରେ ପଡି଼ଥିଲା। ଯାହା ଫଳରେ ସେ ଗଭୀର ଭାବେ ଆହତ ହୋଇଥିଲେ । ଏହି ଘଟଣା ପରେ ସୁଟିଂ କାମକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି। ଯାହାଫଳରେ ସେ ସୁସ୍ଥ ହେବା ପରେ ଯାଇ ସୁଟିଂ ଆରମ୍ଭ ହେବ ବୋଲି କୁହାଯାଉଛି। 

ସୂଚନା ଅନୁଯାୟୀ, ଇଭିପି ଫିଲ୍ମ ସିଟିରେ ରାତି ପ୍ରାୟ ୧.୩୦ ସମୟରେ ଏହି ଘଟଣା ଘଟିଥିଲା। ଏହି ଘଟଣା ପରେ ସୁଟିଂକୁ ବନ୍ଦ ରଖାଯାଇଛି। ଏଥି ସହିତ ନସରପେଟ ପୋଲିସ ଏହି ଘଟଣାର ତଦନ୍ତରେ ବ୍ୟସ୍ତ ଅଛି। ଏଠାରେ କହିରଖୁଛୁ ଯେ, ଅଭିନେତା ସୂରିୟାଙ୍କୁ (Actor Suriya Injured ) ଫିଲ୍ମରେ ଆକ୍ସନ୍ ହିରୋ ଏବଂ ଯୋଦ୍ଧା ଭାବରେ ଦେଖିବାକୁ ମିଳିବ। ଏଥି ସହିତ ସୂରିୟା ଏହି ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି। ସେ ତାଙ୍କ ଟ୍ୱିଟର ଆକାଉଣ୍ଟ ରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି -ପ୍ରିୟ ବନ୍ଧୁଗଣ, ଶୁଭେଚ୍ଛୁ ଏବଂ ମୋର ଅଜ୍ଞାତ ପ୍ରଶଂସକଙ୍କୁ ମୋର ଧନ୍ୟବାଦ । ଆପଣଙ୍କ ଭଲ ପାଇବା କାରଣରୁ ମୁଁ ସୁସ୍ଥ ହୋଇ ବହୁତ ଭଲ ଅନୁଭବ କରୁଛି ବୋଲି କହିଛନ୍ତି। ଏଠାରେ କହିରଖୁଛୁ ଯେ, ଷ୍ଟୁଡିଓ ଗ୍ରୀନ୍ ସୂରିୟା  ଏବଂ ଦିଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର କାଙ୍ଗୁଭା UV କ୍ରିଏସନ୍ ଦ୍ୱାରା ପ୍ରସ୍ତୁତ ହେଉଛି । 

ଯାହା ଆକ୍ସନ୍ ଡ୍ରାମାରେ ଭରି ରହିଛି ବୋଲି ସୂଚନା ରହିଛି । ଏବଂ ଏହି ଫିଲ୍ମ ୨୦୨୪ରେ (Kanguva Film) ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ଦିଶା ପଟାନି ମଧ୍ୟ ନଜର ଆସିବେ। ହେଲେ ନିକଟରେ, ଫିଲ୍ମର ନିର୍ମାତାମାନେ ଏହାର ଏକ ଟିଜର ରିଲିଜ କରି ଟାଇଟଲ୍ ଘୋଷଣା କରିଥିଲେ । ଟିଜରଟି ବହୁତ ଦମଦାର ଥିଲା ବେଳେ ଭିଡିଓରେ ଏକ ଚିଲ, କୁକୁର ଏବଂ ଘୋଡା ଉପରେ ଚଢୁଥିବା ଏକ ସୈନର ଦେଖାଦେଉଛି । ତେବେ ଏହି ଟିଜରକୁ ଖୁବ ପସନ୍ଦ କରିଛନ୍ତି ସୁରିୟାଙ୍କ ଫ୍ୟାନ୍ସ। 

ସେହିପରି ଯଦି ସୁରିୟାଙ୍କ(Suriya Next Big Film)  ଆଗାମୀ ପ୍ରୋଜେକ୍ଚ ଉପରେ ଆମେ କଥା ହେବା ତେବେ ଏହି ଚଳଚ୍ଚିତ୍ର ବ୍ୟତୀତ ଏହି ଅଭିନେତାଙ୍କୁ ସୂରିୟା 43 ରେ ଦେଖିବାକୁ ମିଳିବ। ଯେଉଁଥିରେ ବିଜୟ ବର୍ମା, ଦିଲକୁର ସଲମାନ, ନଜରିଆ ଫହାଦ୍ ତାଙ୍କ ସହ ନଜର ଆସିବେ। ୨୦୨୦ ଚଳଚ୍ଚିତ୍ର ସୋରାରାଇ ପୋଟ୍ରୁ ପରେ ସୁରିୟା ଏବଂ ସୁଧା କଙ୍ଗରା ସୁରିୟା ୪୩ ପାଇଁ ପୁଣିଥରେ ବିଗ୍ ସ୍କ୍ରିନରେ ଫେରୁଛନ୍ତି, ଯେଉଁଥିପାଇଁ ସୁରିୟାଙ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା |

Also Read: Causes of breast cancer: ଗୋଟିଏ ଛୋଟ ଭୁଲ ହୋଇପାରେ ବ୍ରେଷ୍ଟ କ୍ୟାନସରର କାରଣ, ଜାଣନ୍ତୁ କ'ଣ

Also Read: World Cup 2023: ୱାର୍ଲଡ କପ୍ ଉପରେ ଗୋଡ଼ ରଖିବା ଘଟଣା, ମିଚେଲଙ୍କୁ ସଭ୍ୟତାର ପାଠ ପଢାଇଲେ ଉର୍ବଶୀ

Read More
{}{}