Hindi News >>Home >>Odisha Entertainment

Ranbir kapoor: ସୋସିଆଲ ମିଡି଼ଆରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି ରଣବୀର, ପଛରେ ରହିଛି ଏହି କାରଣ

Ranbir kapoor: ଆଲିଆ ଭଟ୍ଟଙ୍କ(Alia bhatt) ସହ ବିବାହ ଓ ଝିଅ ‘ରାହା’ଙ୍କ ଜନ୍ମ ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ଼ ସୁପରଷ୍ଟାର ରଣବୀର କପୁର । ନିକଟରେ ଟେଲିଭିଜନ ଶୋ ‘କମେଡ଼ି ନାଇଟସ୍ ୱିଉଥ କପିଲ’କୁ ରଣବୀର ନିଜ ଅପକମିଙ୍ଗ ଫିଲ୍ମର ପ୍ରମୋଶନ ଲାଗି ଆସିଥିଲେ । ଏଥିରେ ବଲିଉଡ଼ର ଏହି ୟଙ୍ଗ ସୁପରଷ୍ଟାର ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିବାକୁ ପସନ୍ଦ କରିବା ନେଇ ଖୁଲାସା କରିଥିଲେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 04, 2023, 01:49 PM IST

Ranbir kapoor: ଆଲିଆ ଭଟ୍ଟଙ୍କ(Alia bhatt) ସହ ବିବାହ ଓ ଝିଅ ‘ରାହା’ଙ୍କ ଜନ୍ମ ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ଼ ସୁପରଷ୍ଟାର ରଣବୀର କପୁର । ନିକଟରେ ଟେଲିଭିଜନ ଶୋ ‘କମେଡ଼ି ନାଇଟସ୍ ୱିଉଥ କପିଲ’କୁ ରଣବୀର ନିଜ ଅପକମିଙ୍ଗ ଫିଲ୍ମର ପ୍ରମୋଶନ ଲାଗି କୋ ଷ୍ଟାର ଶ୍ରଦ୍ଧା କପୁର(Shraddha kapoor) ଓ ଅନୁଭବ ସିଂଙ୍କ(Anubhav Singh bassi) ସହ ଆସିଥିଲେ । ଏଥିରେ ବଲିଉଡ଼ର ଏହି ୟଙ୍ଗ ସୁପରଷ୍ଟାର ସୋସିଆଲ ମିଡ଼ିଆଠାରୁ ଦୂରେଇ ରହିବାକୁ ପସନ୍ଦ କରିବା ନେଇ ଖୁଲାସା କରିଥିଲେ । ଏହାସହ ଏହା ପଛରେ ଥିବା କାରଣ ମଧ୍ଯ କହିଥିଲେ ।

ସୂଚନାଅନୁଯାୟୀ, ନିକଟରେ ରଣବୀର କପୁର(Ranbir Kapoor) କମେଡ଼ି କିଙ୍ଗ କପିଲ ଶର୍ମାଙ୍କ(Kapil Sharma) ଲୋକପ୍ରିୟ ଟେଲିଭିଜନ ଶୋ ‘କମେଡ଼ି ନାଇଟସ୍ ୱିଉଥ କପିଲ’କୁ (Comedy Nights with Kapil)କୁ ଫିଲ୍ମ ପ୍ରୋମେଶନ ଲାଗି ଆସିଥିଲେ। ଏହିଠାରେ ଅଭିନେତା ସୋସିଆଲ ମିଡି଼ଆକୁ ନେଇ କିଛି ଏହିଭଳି ମତ ଦେଇଥିଲେ । ସେ କହିଥିଲେ ଯେ ମୁଁ ବେରଙ୍ଗ ଅଟେ ଆଉ ସୋସିଆଲ ମିଡି଼ଆରେ ସବୁବେଳେ ଲୋକଙ୍କ ମନୋରଞ୍ଜନ କରିବା ମୋ ପକ୍ଷେ ସମ୍ଭବ ନୁହେଁ । ସେ ଆଉ ମଧ୍ୟ କହିଥିଲେ ଯେ, ଆଜିକାଲି ଅଭିନେତା ଭାବରେ ଆମର ସମସ୍ତ ସିକ୍ରେଟ୍ ଧୀରେ ଧୀରେ ଖୋଲିବାରେ ଲାଗିଛି। ଦର୍ଶକମାନେ ସୋସିଆଲ ମିଡି଼ଆ ସମେତ ବିଜ୍ଞାପନ ଓ ଫିଲ୍ମ ପ୍ରମୋଶନ ସମୟରେ ଆମକୁ ଦେଖୁଛନ୍ତି । ଏହି କାରଣରୁ ପ୍ରଶଂସକମାନେ ବଡ଼ ପରଦାରେ ସେମାନଙ୍କୁ ଦେଖିବାକୁ ଇଚ୍ଛା କରୁନଥିବା ସେ କହିଥିଲେ।

Also Read-Hrithik Roshan and Saba Azad: ୨୦୨୩ ଶେଷ ସୁଦ୍ଧା ସବାଙ୍କୁ ଜୀବନସାଥୀ କରିପାରନ୍ତି ହ୍ରିତିକ୍! ଆସିବେ ଏହିସବୁ ଅତିଥି...

Also Read-Cyber Crime: ଶିଳ୍ପା, ଅଭିଷେକ ଓ ଧୋନୀଙ୍କ ନାମରେ ବଡ଼ ଧରଣର ସାଇବର ଠକେଇ

Also Read- Babil Khan:ପୁରସ୍କାର ଜିତି ବାପା ଇରଫାନଙ୍କୁ ଏଭଳି ଶ୍ରଦ୍ଧାଞ୍ଜଳି ଦେଲେ ପୁଅ ବାବିଲ, ମାହୋଲ ହେଲା ଭାବବିହ୍ୱଳ

ରଣବୀର କପୁର ‘ୱେକ୍ ଅପ ସିଡ଼’ ‘ଅଜବ ପ୍ରେମ କି ଗଜବ କାହାନୀ’ ସମେତ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ଫିଲ୍ମ ରାଜନୀତିରେ ତାଙ୍କୁ ଭିନ୍ନ ଏକ ଅବତାରରେ ଦେଖିବାକୁ ମିଳିଥିଲା । ଏହାଛଡ଼ା ‘ରକଷ୍ଟାର’ ଓ ‘ବର୍ଫି’ ଭଳି ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ଆଜିକାଲି ସେ ନିଜର ଅପକମିଙ୍ଗ ଫିଲ୍ମ ‘ତୁ ଝୁଟି ମୈ ମକ୍କାର’ର(Tu Jhoothi Main Makkaar) ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

 

 

 

Read More
{}{}