Hindi News >>Home >>Odisha Entertainment

Paresh Rawal Controversy: ପୁଣି ଅଭିନେତା ପରେଶ ରାୱଲଙ୍କ ବିବାଦୀୟ ବୟାନ, ମହାତ୍ମା ଗାନ୍ଧୀଙ୍କୁ ନେଇ କହିଲେ ଏହି କଥା

Paresh Rawal Controversy:  ମହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀ କରି ପରେଶ ରାୱଲ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ସହ ଅନେକ ଲୋକ ସ୍ୱାଧିନତା ଆଣିଛନ୍ତି। "ସାବରମତିର ସନ୍ଥ ତୁମେ ଏକୁଟିଆ କୌଣସି କମାଲ କରିନାହିଁ" ବୋଲି ଅଭିନେତା କହିଛନ୍ତି। 

Advertisement
ସୋସିଆଲ ମିଡିଆ
Stop
Shankarshan Bagh|Updated: Dec 01, 2022, 06:03 PM IST

Paresh Rawal Controversy, ନୂଆଦିଲ୍ଲୀ: ପୁଣିଥରେ ବିବାଦ ଘେରକୁ ଟାଣି ହୋଇଛନ୍ତି ଅଭିନେତା ପରେଶ ରାୱଲ। ଅଭିନେତା ତଥା ବିଜେପି ସାଂସଦ ଏଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ଗୁଜରାଟ ବିଧାନସଭା ନିର୍ବାଚନ ବେଳେ ବିଜେପି ନେତାଙ୍କ ଏପରି ବୟାନକୁ ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି।

ମହାତ୍ମା ଗାନ୍ଧୀଙ୍କ ଉପରେ ଟିପ୍ପଣୀ କରି ପରେଶ ରାୱଲ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ସହ ଅନେକ ଲୋକ ସ୍ୱାଧିନତା ଆଣିଛନ୍ତି। "ସାବରମତିର ସନ୍ଥ ତୁମେ ଏକୁଟିଆ କୌଣସି କମାଲ କରିନାହିଁ" ବୋଲି ଅଭିନେତା କହିଛନ୍ତି। ସେ ପୁଣି କହିଛନ୍ତି ଯେ, ଏହି ସ୍ୱାଧିନତାକୁ କଣ ଆମେ ଚୁର୍ମା କରିଥାନ୍ତେ, ଭାରତକୁ ଏକଜୁଟ କରିବା ସର୍ଦ୍ଦାର ପଟେଲ ନଥିଲେ ସ୍ୱାଧିନତାର କୌଣସି ଲାଭ ହୋଇନଥାନ୍ତା। "ମୋ ନଜରରେ ସର୍ଦ୍ଦାର ପଟେଲ ହେଉଛନ୍ତି ଭାରତ ଦ୍ୱିତୀୟ ପିତା" ବୋଲି ଅଭିନେତା କହିଛନ୍ତି।

Also Read: MCD Election 2022: କେଜ୍ରିୱାଲଙ୍କ ରାଲିରେ ୧୨ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଗାଏବ୍

ନିକଟରେ ଗୁଜରାଟର ମଧୁଆ ନିର୍ବାଚନ ମଣ୍ଡଳିରେ ପ୍ରଚାର ପାଇଁ ଅଭିନେତା ପରେଶ ରାୱଲ ଯାଇଥିଲେ। ଚୁନେଲ ଗ୍ରାମରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧନ କରି ସେ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆପତ୍ତିଜନକ ମନ୍ତ୍ରବ୍ୟ ଦେଇଥିଲେ। ବିଜେପି ସାଂସଦଙ୍କ ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ନେତା ଓ ଶହ ଶହ ସଂଖ୍ୟାରେ ବିଜେପି ସମର୍ଥକ ଉପସ୍ଥିତ ଥିଲେ। ବିଗତ ଚାରି ଦଶନ୍ଧି ଧରି ମଧୁଆରେ କଂଗ୍ରେସର ବାନା ଉଡୁଛି। ଏଠାରୁ ଏଥର କଂଗ୍ରେସକୁ ହଟାଇବା ପାଇଁ ବିଜେପି ତାର ସମସ୍ତ ଶକ୍ତି ପ୍ରୟୋଗ କରିଛି। 

ଭାଲସାଦ ନିର୍ବାଚନ ରାଲିରେ ଅଭିନେତା ରାୱଲ ଲୋକଙ୍କୁ କହିଥିଲେ ଯେ, ଗ୍ୟାସ ସିଲିଣ୍ଡର ଶସ୍ତା ହେବ। ମହଙ୍ଗା ଉପର-ତଳ ହେଉଥିବ। ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିବ। ଲୋକମାନେ ମହଙ୍ଗା ମାଡ ସହିପାରିବେ କିନ୍ତୁ ତାଳ ପଡିଶାରେ ବାଂଲାଦେଶୀ କିମ୍ବା ରୋହିଙ୍ଗ୍ୟା ରହିଲେ ସେମାନେ ବର୍ଦାସ୍ତ କରିପାରିବେନାହିଁ। ଗ୍ୟାସ ସିଲିଣ୍ଡର ଶସ୍ତା ହେଲେ କଣ ଲୋକେ କଣ ପ୍ରଥମେ ବଙ୍ଗାଳିଙ୍କୁ ମାଛ ଭାଜି ଖୁଆଇବେ ବୋଲି ବିଜେପି ନେତା ପରେଶ ରାୱଲ କହିଥିଲେ।

Also Read: MCD Election 2022: କେଜ୍ରିୱାଲଙ୍କ ରାଲିରେ ୧୨ ବିଧାୟକ, ୨୦ ପାରିଷଦଙ୍କ ମୋବାଇଲ ଗାଏବ୍

ଦୁଇଟି ପର୍ଯ୍ୟାୟରେ ଗୁଜରାଟରେ ଭୋଟ ପଡିବ। ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟିଂ ଶେଷ ହୋଇଥିବାବେଳେ ଡିସେମ୍ବର ୫ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ମଧୁଆ ନିର୍ବାଚନ ମଣ୍ଡଳିର ଭୋଟର ନିଜ ନେତା ବାଛିବେ ଓ ଡିସେମ୍ବର ୮ ତାରିଖରେ ଭୋଟ ଗଣତି ହେବ। ୨୦୧୭ରେ ମଧୁଆ ନିର୍ବାଚନ ମଣ୍ଡଳିରେ ବିଜେପିକୁ ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ କଂଗ୍ରେସ ପରାଜୟ କରିଥିଲା। 

 

Read More
{}{}