Hindi News >>Home >>Odisha Entertainment

Daman Hindi Trailer: ବାବୁସାନଙ୍କ 'ଦମନ'ଟ୍ରେଲର ଦେଖି ଅଜୟ ଦେବଗନ କଲେ ଏମିତି କିଛି ଟ୍ୱିଟ୍

Daman Hindi Trailer: ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’ର ହନ୍ଦୀ ରୂପାନ୍ତରର ଟ୍ରଲର ଆଜି ରିଲିଜ ହୋଇଛି । ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ ଏହାର‌ ଟ୍ରେଲର ରିଲିଜ୍ ହୋଇଛି । ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଣିକି ହିନ୍ଦି ଭାଷାରେ ଦମନ ଫିଲ୍ମକୁ ଦେଖି ପାରିବ ଦର୍ଶକ । ତେବେ,ଆଜି ରିଲିଜ ହୋଇଥିବା ‘ଦମନ’ର ହନ୍ଦୀ ରୂପାନ୍ତରର ଟ୍ରଲରକୁ ଖୁବ୍ ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ।

Advertisement
Daman Hindi Trailer: ବାବୁସାନଙ୍କ 'ଦମନ'ଟ୍ରେଲର ଦେଖି ଅଜୟ ଦେବଗନ କଲେ ଏମିତି କିଛି ଟ୍ୱିଟ୍
Stop
Zee Odisha Desk|Updated: Jan 13, 2023, 12:42 PM IST

Daman Hindi Trailer: ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’ର ହନ୍ଦୀ ରୂପାନ୍ତରର ଟ୍ରଲର ଆଜି ରିଲିଜ ହୋଇଛି । ବଲିଉଡ୍ ପ୍ରଯୋଜନା ସଂସ୍ଥା ପାନୋରମା ଷ୍ଟୁଡିଓଜ ଚ୍ୟାନେଲରେ ଏହାର‌ ଟ୍ରେଲର ରିଲିଜ୍ ହୋଇଛି । ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଏଣିକି ହିନ୍ଦି ଭାଷାରେ ଦମନ ଫିଲ୍ମକୁ ଦେଖି ପାରିବ ଦର୍ଶକ । ତେବେ,ଆଜି ରିଲିଜ ହୋଇଥିବା ‘ଦମନ’ର ହନ୍ଦୀ ରୂପାନ୍ତରର ଟ୍ରଲରକୁ ଖୁବ୍ ପ୍ରଶଂସା କରିଛନ୍ତି ବଲିଉଡ୍ ଅଭିନେତା ଅଜୟ ଦେବଗନ୍ । ଏହାସହ ସେ ନିଜ ଟ୍ବିଟର ହ୍ୟାଣ୍ତେଲରେ ‘ଦମନ’ର ହନ୍ଦୀ ଟ୍ରଲରକୁ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ଯେ,‘ ଯବ ବଦଲେଗା ଏକ କଦମ୍ ବଦଲାଭ କି ତରଫ୍,ତବ ବନେଗି ନୟି ମିଶାଲ’ । କେବଳ ଅଜୟ ଦେବଗନ ନୁହନ୍ତି,ଅଭିନେତା ବିଦ୍ୟୁତ ଜାମଲ ମଧ୍ୟ ଦମନର ଏହି ଫିଲ୍ମରେ ଟ୍ରେଲରକୁ ବହୁତ ତାରିଫ କରିଛନ୍ତି । ଏହାସହ ସେ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ତେଲରେ ଫିଲ୍ମର ଟ୍ରେଲର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି ‘ ଉମିଦ କି ଏକ ବେମିଶାଲ କାହାନୀ’ । ତେବେ, ଦମନର ହିନ୍ଦି ରିମେକ ଫିଲ୍ମଟି  ଆସନ୍ତାମାସ ୩ ତାରିଖରେ ରିଲିଜ୍ ହେବ । 

୨୦୨୨ ମସିହା, ନଭେମ୍ବର ୪ରେ ରିଲିଜ ହୋଇଥିଲା ଓଡିଆ ଚଳଚ୍ଚିତ୍ର ‘ଦମନ’ ।  ଭିନ୍ନ ଏକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ସିନେମାକୁ ଦର୍ଶକ ଅଧିକ ଭଲ ପାଇବା ଦେଇଥିଲେ।  କେବଳ ଓଡିଶାରେ ନୁହେଁ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ଚଳଚ୍ଚିତ୍ର ରିଲିଜ୍ ହୋଇଥିଲା। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ମନ କିଣିଥିଲା। ଅଭିନେତା ବାବୁସାନ୍‌ ମହାନ୍ତି ଓ ଅଭିନେତା ଦୀପନ୍ବିତ୍‌ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଲୋକପ୍ରିୟତା ବଢ଼ିବା ପରେ ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଥିଲେ। ‘ଦମନ’ ପ୍ରାୟ ୧ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା । 

Also Read : Manisha Koirala: କାହିଁକି ବିବାହର ୨ ବର୍ଷ ପରେ ମନୀଷାଙ୍କ ହାତ ଛାଡିଥିଲେ ପତି ସମ୍ରାଟ ?

‘ଦମନ’ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ। ଚଳଚ୍ଚିତ୍ର ମାଧ୍ୟମରେ ଆଦିବାସୀ ଅଧ୍ୟୁଷିତ,ମାଓ ପ୍ରବଣ ତଥା ବିଚ୍ଛିନ୍ନାଞ୍ଚଳର ଦୈନନ୍ଧୀନ ଜୀବନର ସଂଗ୍ରାମକୁ ଦେଖାଯାଇଛି।  ଦୁର୍ଗମ ଅଞ୍ଚଳରେ ନିଯୁକ୍ତ ହୋଇଥିବା ଜଣେ ଡାକ୍ତରଙ୍କ ଭୂମିକା ତୁଲାଉଛନ୍ତି ବାବୁସାନ । ମାଲକାନଗିରିର ଗରିବ ଆଦିବାସୀମାନେ କିପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜୀବନ ହାରୁଛନ୍ତି ତାହାକୁ ସ୍ପଷ୍ଟ ଭାବରେ ଚିତ୍ରିତ କରାଯାଇଛି। ବିଶେଷ କରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ସମସ୍ୟା ଓ ଜଣେ ଡାକ୍ତରଙ୍କ ସଂଘର୍ଷର କାହାଣୀ ‘ଦମନ’ରେ ଦେଖିବାକୁ ମିଳିଛି। ‘ଦମନ’କୁ ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ନିର୍ଦ୍ଦେଶନା ଦେଇଛନ୍ତି। ଜୀପେନ୍ଦ୍ର ସାମଲ ଫିଲ୍ମକୁ ପ୍ରଯୋଜନା କରିଛନ୍ତି। 

 

Read More
{}{}