Hindi News >>Home >>Odisha Entertainment

Sushant Singh Rajput Murder: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଆମିରଙ୍କ ଭାଇ

ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ଭାବେ ଦେଖୁଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁରେ ଅନେକ ପ୍ରଶ୍ନ ରହିଛି। ସେ ଭଗବାନଙ୍କ ନିକଟରେ ପ୍ରର୍ଥନା କରିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଖୁବଶୀଘ୍ର ସାମ୍ନାକୁ ଆସିବ। 

Advertisement
Sushant Singh Rajput Murder: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ଆମିରଙ୍କ ଭାଇ
Stop
Zee Odisha Desk|Updated: Sep 16, 2022, 03:03 PM IST

Sushant Singh Rajput Murder:  ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଆଜି ବି ଅନ୍ଧାର ଘେରରେ। ତେବେ ତାଙ୍କ ମୃତ୍ୟୁକୁ ନେଇ ବେଶ ହଇଚଇ ସୃଷ୍ଟି ହୋଇଥିଲା। କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଆଉ କିଛି ଏହି ପ୍ରତିଭାବାନ କଳାକାରଙ୍କୁ ହତ୍ୟା କରାଯାଇଥିବା ନେଇ ଦାବି କରିଥିଲେ। ତେବେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅନେକ ଦିନ ପରେ ଆମିର ଖାନଙ୍କ ଭାଇ ଫୈସଲ ଖାନ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

ଏକ ସାକ୍ଷାତକାରରେ ଫୈସଲ ବଲିଉଡ଼ ଜଗତର ଅନେକ ଗୁମର ସମ୍ପର୍କରେ ମଧ୍ୟ ଖୁଲାସା କରିଛନ୍ତି। ପରିବାରବାଦ, ନେପୋଟିଜିମ ବାବଦରେ ସେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି କି ସେ ସୁଶାନ୍ତ ସିଂହଙ୍କ ମୃତ୍ୟୁକୁ ଆତ୍ମହତ୍ୟା ନୁହେଁ, ବରଂ ତାହାକୁ ଏକ ହତ୍ୟା ଭାବେ ଦାବି କରନ୍ତି। 

ଫୈସଲ କହିଛନ୍ତି ଯେ ସେ ସୁଶାନ୍ତଙ୍କ ମୃତ୍ୟୁକୁ ହତ୍ୟା ଭାବେ ଦେଖୁଛନ୍ତି। ସେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁରେ ଅନେକ ପ୍ରଶ୍ନ ରହିଛି। ସେ ଭଗବାନଙ୍କ ନିକଟରେ ପ୍ରର୍ଥନା କରିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁର ସତ୍ୟତା ଖୁବଶୀଘ୍ର ସାମ୍ନାକୁ ଆସିବ। ସେହିପରି ସେ ବୟକଟକୁ ମଧ୍ୟ ସମର୍ଥନ ଜଣାଇଛନ୍ତି। ବୟକଟକୁ ନେଇ ସେ କହିଛନ୍ତି କି ସିନେମା ଇଣ୍ଡଷ୍ଟ୍ରୀ ସତ ଚେହେରା ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି। ଯାହା ଦର୍ଶକମାନେ ବରଦାସ୍ତ କରୁନାହାନ୍ତି। 

ଫୈସଲ ବର୍ତ୍ତମାନ ସମୟରେ ସୁଶାନ୍ତ ସିଂହଙ୍କ ମୃତ୍ୟୁ ଉପରେ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଫୈସଲ ଫିଲ୍ମର ବୈଠକକୁ ଯଥାର୍ଥତା ଦେଇଛନ୍ତି। ଏହା ମଧ୍ୟ କୁହାଯାଇଥିଲା ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି। ଫୈସଲ କହିଛନ୍ତି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ମୋର ବିଶ୍ୱାସ ଯେ ତାଙ୍କୁ ହତ୍ୟା କରାଯାଇଛି। ଏହାର ସତ୍ୟତା କେବେ ସାମ୍ନାକୁ ଆସିବ, ସତ୍ୟତାରେ କଣ ରହିଚି ତାହା କହିବା ମୁସ୍କିଲ। ତାଙ୍କ ଘଟଣାର ତଦନ୍ତ ଜାରି ରହିଛି। କିନ୍ତୁ ବେଳେବେଳେ ସତ ସାମ୍ନାକୁ ଆସିପାରିନଥାଏ। ତେବେ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ସତ୍ୟ ଦିନେ ନା ଦିନେ ସାମ୍ନାକୁ ଆସିବ। 

ସେହିପରି ଫୈସଲ ନେପୋଟିଜିମ୍ ଉପରେ ମଧ୍ୟ କହିଥିଲେ। ଏହି ସିନେମା ବୃତ୍ତିରେ ଅନେକ ଦୁର୍ନିତି ହେଉଛି। ପରିବାରବାଦ ବା ନେପୋଟିଜିମ ରହିଛି। ନେପୋଟିଜିମ ରହିଛି ବୋଲି କଳାକାରମାନଙ୍କୁ ସିନେମା ମିଳୁଛି। ଏହି ଇଣ୍ଡଷ୍ଟ୍ରୀରେ ଗୋଷ୍ଠୀବାଦ ମଧ୍ୟ ଜରୁରୀ ହୋଇ ପଡ଼ିଛି।  ଫୈସଲ କହିଛନ୍ତି ଯେ ଗୋଷ୍ଠୀବାଦ ମଧ୍ୟ ଅଛି। ଗୋଷ୍ଠୀରେ ନଥିବା ବ୍ୟକ୍ତିଙ୍କ ପାଇଁ ବଲିଉଡ଼ରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। 

ଫୈସଲ କହିଛନ୍ତି ଯେ ଏହି ବୃତ୍ତିରେ ପ୍ରାୟତଃ ଅଧିକାଂଶ ଲୋକେ ମାରତ୍ମକ ହୋଇଥାନ୍ତି। ଏହି ଲୋକମାନଙ୍କ ଗୁମର ଧିରେଧିରେ ଖୋଲିବାରେ ଲାଗିଛି। ଫୈସଲ କହିଛନ୍ତି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ମଧ୍ୟରେ ଛନ୍ଦି ହୋଇ ପଡ଼ିଛି। ଏଥିରେ ଅନେକ ଦ୍ୱନ୍ଦ୍ୱ ରହିଛି। ଲୋମାନଙ୍କର ଏହି ଦ୍ୱନ୍ଦ୍ୱ ଉପରେ ଭରସା ହେଉନାହିଁ। ଯଦି ସେ ମାନସିକ ସ୍ତରରେ ବିଚଳିତ ହୋଇଥିଲେ ତେବେ ସେ କିପରି ଭଲ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇଥିଲେ। ଯଦି ମାନସିକ ସ୍ତରରେ ସେ ଦୁର୍ବଳ ହୋଇ ପଡ଼ିଥିଲେ ତେବେ ସେ ବୈଜ୍ଞାନିକମାନଙ୍କ ସହିତ କିପରି ସମ୍ପର୍କକୁ ମଜବୁତ କରିପାରିଥିଲେ। ଲୋକମାନେ ତାଙ୍କ ମୃତ୍ୟୁକୁ ନେଇ ଅନେକ ବୟାନ ଦେଇ ଆସୁଛନ୍ତି। ତେବେ ଲୋକମାନେ ଅନେକ ମନ୍ତବ୍ୟ ଦେବାରେ ବ୍ୟସ୍ତ ରହୁଛନ୍ତି। କିଛି ବି ଲୋକମାନେ ମୃତ୍ୟୁକୁ ନେଇ କହୁଛନ୍ତି। ତେବେ ଦିନେନା ଦିନେ ଏହା ଉପରୁ ପରଦା ହଟିବ। ସୁଶାନ୍ତଙ୍କ ମୃତ୍ୟୁର ରହସ୍ୟ ନିଶ୍ଚିତ ସାମ୍ନାକୁ ଆସିବ ବୋଲି ଫୈସଲ କହିଛନ୍ତି।

Read More
{}{}