Hindi News >>Home >>Odisha Entertainment

Aamir Khan: କାହିଁକି ଭୋ ଭୋ ହୋଇ କାନ୍ଦିଲେ ଆମିର ?

Aamir Khan: ମିଷ୍ଟର ପର୍‌ଫେକ୍ଟ୍ ଆମିର୍ ଖାନ୍ ,ତାଙ୍କୁ କିଏ ବା ନାଣେ । ନିଜର ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ କିଛି ଦିନ ହେବ ଆମିର ବଲିଉଡରୁ ନିଜକୁ ଦୂରେଇ ରଖିଛନ୍ତି । କିନ୍ତୁ ନିଜ ପିତା ତାହିର ହୁସେନଙ୍କୁ ସେ ଆଜିବି ଭୁଲି ପାରୁ ନାହାଁନ୍ତି ।

Advertisement
ସୌଜନ୍ୟ : ସୋସିଆଲ ମିଡିଆ
Stop
Zee Odisha Desk|Updated: Dec 04, 2022, 12:57 PM IST

Aamir Khan: ମିଷ୍ଟର ପର୍‌ଫେକ୍ଟ୍ ଆମିର୍ ଖାନ୍ ,ତାଙ୍କୁ କିଏ ବା ନାଣେ । ନିଜର ଦମଦାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବର୍ତ୍ତମାନ କିଛି ଦିନ ହେବ ଆମିର ବଲିଉଡରୁ ନିଜକୁ ଦୂରେଇ ରଖିଛନ୍ତି । କିନ୍ତୁ ନିଜ ପିତା ତାହିର ହୁସେନଙ୍କୁ ସେ ଆଜିବି ଭୁଲି ପାରୁ ନାହାଁନ୍ତି । ତାହିର ହୁସେନ ଜଣେ ଜଣାଶୁଣା ଫିଲ୍ମ ନିର୍ମାତା। କିନ୍ତୁ ଏପରି ଏକ ସମୟ ଥିଲା ତାହିର ହୁସେନଙ୍କ ପାଖରେ ନିଜ ପିଲାଙ୍କୁ ପୋଷିବାକୁ ଟଙ୍କା ନ ଥିଲା। ନିକଟରେ ଆମିର ଏକ ସାକ୍ଷାତକାର ଦେଇଥିଲେ । ଯେଉଁଠାରେ ସେ କହିଥିଲେ କି ଯେ ତାଙ୍କ ପରିବାର ବର୍ତ୍ତମାନ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି, ଏମିତି ଏକ ସମୟ ଥିଲା ତାଙ୍କ ପିତା ଟଙ୍କା ପାଇଁ ସଂଘର୍ଷ  କରୁଥିଲେ। ସେ ଆହୁରୀ କହିଛନ୍ତି ଯେ, ପିତାଙ୍କ ଦ୍ବାରା ନିଆଯାଥିବା କିଛି ନିଷ୍ପତି ଯୋଗୁଁ ତାଙ୍କୁ ପସ୍ତେଇବାକୁ ପଡିଥିଲା ।

ଫିଲ୍ମ ନିର୍ମାଣ ପାଇଁ ସେ ଟଙ୍କା ଋଣ ଆଣୁଥିଲେ କିନ୍ତୁ ଫିଲ୍ମ ଚାଲୁ ନଥିଲା । ସେତେବେଳେ ଆମେ ଆମ ପିତାଙ୍କୁ ଦେଖି ଭାଙ୍ଗି ପଡୁଥିଲୁ । ଆମୀର ଏହା ମଧ୍ୟ କହିଛନ୍ତି ଯେ ଯଦିଓ ତାଙ୍କ ପିତାଙ୍କ କିଛି ଚଳଚ୍ଚିତ୍ର ହିଟ୍ କରୁଥିଲା, ତଥାପି ତାଙ୍କ ପାଖରେ ଟଙ୍କା ନଥିଲା। ଏଭଳି ସ୍ଥିତି ମଧ୍ୟ ଥିଲା ଯେ ,ଯେତେବେଳ ସେହି ଲୋକଙ୍କ ଠାରୁ କଲ ଆସୁଥିଲା, ଯେଉଁମାନଙ୍କ ଠାରୁ ସେ ଟଙ୍କା ନେଇଥିଲେ। ସେମାନେ ଫୋନରେ ମୋ ପିତାଙ୍କ ସହ ଝଗଡ଼ା ମଧ୍ୟ କରୁଥିଲେ। ମୋ ପିତା ସେମାନଙ୍କୁ ବୁଝାଇବାକୁ ଲାଗୁଥିଲେ , କହୁଥିଲେ 'ମୁଁ କ’ଣ କରିବି, ମୋ ପାଖରେ ଟଙ୍କା ନାହିଁ। ମୋର ଚଳଚ୍ଚିତ୍ର ଅଟକି ଯାଇଛି ।  ଏପରି ଏକ ସମୟ ଥିଲା ଯେତେବେଳେ ଆମର ସ୍କୁଲ ଫି ଦେବାକୁ ମଧ୍ୟ ଟଙ୍କା ମିଳୁ ନ ଥିଲା, ଆଉ ମୋ ମାଆ ଆମ ମାନଙ୍କ ପାଇଁ ବଡ ବଡ ଜାମା କିଣୁଥିଲେ କାହିଁକିନା ତାଙ୍କୁ ଜଣାଥିଲା ବଡ ବଡ ଜାମା ବା ଡ୍ରେସ ଗୁଡିକୁ ଆମେ ଅଧିକ ଦିନ ପର୍ଯ୍ୟନ୍ତ ପିନ୍ଧି ପାରିବୁ । ଏ କଥା କହି ଆମିର କାନ୍ଦି ପକାଇ ଥିଲେ।

ଏହାବି ପଢନ୍ତୁ : Mahesh Babu: ସାଉଥ ଫିଲ୍ମରେ ଆଉ ଦେଖିବାକୁ ମିଳିବେନି ମହେଶ ବାବୁ, ରହିଛି ଏହି ବଡ କାରଣ !

ପରେ ଆମିରଙ୍କ ପିତାଙ୍କ ଆର୍ଥିତ ସମସ୍ୟା ଦୂର ହୋଇଥିଲା । ଏପରିକି ଧାର ଆଣିଥିବା ଲୋକଙ୍କ ଠାରୁ ସେ ସମସ୍ତ ଟଙ୍କା ସୁଝି ଦେଇଥିଲେ।  ଆମିର ୧୯୯୯ରେ ନିଜ ପ୍ରଡକସନ ହାଉସ ଖୋଲିଲେ । ପରେ 'ଲଗନ୍ ,'ତାରେ ଜମିନ ପର୍', 'ଦଙ୍ଗଲ୍' ଏବଂ 'ଦିଲ୍ଲୀ ବେଲ୍ଲୀ' ଚଳଚ୍ଚିତ୍ର ନିର୍ମାଣ କଲେ । ଯଦି ଆମେ ଆମିରଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ,ତେବେ ତାଙ୍କୁ କରୀନା କପୁର ଖାନଙ୍କ ସହ  'ଫରେଷ୍ଟ ଗୃମ୍ପ, ଲାଲ ସିଂ ଚଡ୍ଡାରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହୋଇଥିଲା । ଆସନ୍ତାବର୍ଷ ଗୁଡିକରେ ଆମୀରଙ୍କୁ ଜଣେ ଅଭିନେତା ରୂପରେ ନୁହେଁ ବରଂ ଫିଲ୍ମ ପ୍ରଯୋଜକ ଭାବରେ କାର୍ଯ୍ୟ କରିବେ । 

 

Read More
{}{}