Hindi News >>Home >>Odisha Trending

Shocking News: ଭାରୀ ପଡ଼ିପାରେ ଟାଟୁ କରିବା, ପ୍ରତ୍ୟେକ ସାମର୍ଥ୍ୟ ଥାଇ ମଧ୍ୟ ଆପଣ ପାଇବେ ନାହିଁ ଚାକିରି

General Knowledge: ଟାଟୁ କରିବା ଆଜିକାଲିର ଯୁବପିଢିଙ୍କ ପାଇଁ ଏକ ଫ୍ୟାସନ ପାଲଟିଛି।  ହେଲେ ଏହି ଟାଟୁ ପାଇଁ ଆପଣଙ୍କୁ ଅନେକ କ୍ଷେତ୍ରର ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।    

Advertisement
Shocking News: ଭାରୀ ପଡ଼ିପାରେ ଟାଟୁ କରିବା, ପ୍ରତ୍ୟେକ ସାମର୍ଥ୍ୟ ଥାଇ ମଧ୍ୟ ଆପଣ ପାଇବେ ନାହିଁ ଚାକିରି
Stop
Subhramjit Ray|Updated: Nov 15, 2022, 05:07 PM IST

Tattoo on Human Body: ଟାଟୁ କରିବା ଆଜି କାଲିର ଯୁବ ପିଢିଙ୍କ ମଧ୍ୟରେ ଏକ ଏକ ଫ୍ୟାସନ ପାଲଟିଗଲାଣି। ଏହାର ଚାହିଦା ମଧ୍ୟ ଦିନକୁ ଦିନ ବଢିଚାଲିଛି। ହେଲେ ଶରୀରରେ ଟାଟୁ କରିବା ବେଳେ ବେଳେ ଆପଣଙ୍କ ପାଇଁ ମହଙ୍ଗା ପଡ଼ି ଯାଇପାରେ। ସଦ୍ୟ ଏହାର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଟାଟୁ ପାଇଁ ଜଣେ ବ୍ୟକ୍ତି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଜାତୀୟ ଅନୁସନ୍ଧାନ ଏଜେନ୍ସି ଏବଂ ଅନ୍ୟାନ୍ୟ ବାହିନୀରେ ନିଯୁକ୍ତି ପାଇବାକୁ ଅଯୋଗ୍ୟ ହୋଇଛନ୍ତି। କାରଣ ତାଙ୍କ ଡାହାଣ ହାତରେ 'ଧାର୍ମିକ ଟାଟୁ' ରହିଛି। ବର୍ତ୍ତମାନ ଏ ସମ୍ପର୍କିତ ଏକ ମାମଲା ଦିଲ୍ଲୀ ହାଇକୋର୍ଟ ପାଖରେ ପହଞ୍ଚିଛି। ଏହି ମାମଲାରେ ସରକାରୀ ଓକିଲ ହାଇକୋର୍ଟରେ ଦାଖଲ ହୋଇଥିବା  ଆବେଦନକୁ ବିରୋଧ କରି କହିଛନ୍ତି ଯେ ଡାହାଣ ହାତ ହେଉଛି ସଲାମ ଦେଉଥିବା ହାତ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ଟାଟୁ ଅନୁମୋଦିତ ନୁହେଁ। ଯଦି ଆପଣ ମଧ୍ୟ ଏକ ସରକାରୀ ଚାକିରି ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ତାହେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ ଜାଣନ୍ତୁ। 

ପ୍ରତିରକ୍ଷା ସେବାରେ ଟାଟୁ ନିୟମ
ଟାଟୁ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ, ଯଦି କୌଣସି ପ୍ରାର୍ଥୀଙ୍କ ନିଜ ଶରୀରରେ ଯେ କୌଣସି ପ୍ରକାରର ଟାଟୁ ରହିଛି ତାହେଲେ ତାଙ୍କୁ ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ ଏବଂ ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପ୍ରଦାନ କରିବାରୁ ବଞ୍ଚିତ କରାଯିବ।

ଟାଟୁ ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଆଦିବାସୀ ଅଞ୍ଚଳ କିମ୍ବା ଆଦିବାସୀ ସମ୍ପ୍ରଦାୟର ପ୍ରାର୍ଥୀ ଅନୁସୂଚିତ ଜନଜାତି ଆଦେଶ/ଅଧିନିୟମ/ତାଲିକା ଦ୍ୱାରା ଏହା ଘୋଷଣା କରାଯାଇଛି ସେମାନଙ୍କ ଶରୀର ଯେ କୌଣସି ଅଂଶରେ ସ୍ଥାୟୀ ଶରୀର ଟାଟୁ ରଖିବାକୁ ଅନୁମତି ରହିଛି। କାରଣ ଅନେକ ଆଦିବାସୀ ସମ୍ପ୍ରଦାୟରେ ଟାଟୁ କରିବା କିମ୍ବା ଚିତା କୁଟାଇବାର ପରମ୍ପରା ରହିଛି।

ଯେଉଁ ପ୍ରାର୍ଥୀଙ୍କ ଶରୀରରେ ଯେ କୌଣସି ପ୍ରକାରର ଟାଟୁ ରଖି ଶରୀରର ଅଗ୍ରଭାଗର ଅନ୍ୟ ପାର୍ଶ୍ୱରୁ ଅର୍ଥାତ୍ କହୁଣୀ ଭିତର ପାର୍ଶ୍ୱରୁ ହାତଗୋଡ ପର୍ଯ୍ୟନ୍ତ ଏବଂ ହାତ ପାପୁଲିର ପଛ  ପର୍ଯ୍ୟନ୍ତ ଟାଟୁ ରହିଛି ତାହେଲେ ଆପଣଙ୍କ ସୁରକ୍ଷା ବାହିନୀରେ ନିଯୁକ୍ତି ମିଳିବାର ସମ୍ଭାବନା କମ ରହିଛି। ଯଦି ଆପଣ ଶରୀରର ଦୃଶ୍ୟମାନ ଅଂଶରେ ଟାଟୁ କରିସାରିଛନ୍ତି ତାହେଲେ ଆପଣ ଏହି ପ୍ରମୁଖ ସରକାରୀ ଚାକିରି ପାଇଁ ଆବେଦନ କରିପାରିବେ ନାହିଁ...

  • ଭାରତୀୟ ପ୍ରଶାସନିକ ସେବା (Indian Administrative Service)
  • ଭାରତୀୟ ପୋଲିସ୍ ସେବା (Indian Police Service)
  • ଭାରତୀୟ ରାଜସ୍ୱ ସେବା (Indian Revenue Service)
  • ଭାରତୀୟ ବୈଦେଶିକ ସେବା (Indian Foreign Service) 
  • ଭାରତୀୟ ସେନା (Indian Army)
  • ଭାରତୀୟ ନୌସେନା (Indian Navy)
  • ଭାରତୀୟ ବାୟୁସେନା (Indian Air Force)
  • ଭାରତୀୟ ତଟରକ୍ଷକ ବଳ (Indian Coast Guard)
  • ପୋଲିସ (Police)
Read More
{}{}