Hindi News >>Home >>Odisha Education And Job

DRDO Recruitment: ଗ୍ରାଜୁଏଟଙ୍କ ପାଇଁ DRDOରେ ଚାକିରି ସୁଯୋଗ, ୫୦ହଜାର ଉପରେ ଦରମା..

DRDO Recruitment: ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ରେ ବମ୍ପର ନିଯୁକ୍ତି ସୁଯୋଗ। ଏ ନେଇ ଡିଆରଡିଓ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର ପଦବୀରେ ବାହାରିଛି ଚାକିରି। 

Advertisement
DRDO Recruitment: ଗ୍ରାଜୁଏଟଙ୍କ ପାଇଁ DRDOରେ ଚାକିରି ସୁଯୋଗ, ୫୦ହଜାର ଉପରେ ଦରମା..
Stop
Priyambada Rana|Updated: Nov 28, 2023, 12:23 PM IST

DRDO Recruitment: ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ରେ ବମ୍ପର ନିଯୁକ୍ତି ସୁଯୋଗ। ଏ ନେଇ ଡିଆରଡିଓ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରୋଜେକ୍ଟ ଆଡମିନି ଆସିଷ୍ଟାଣ୍ଟ ଏବଂ ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର ପଦବୀରେ ବାହାରିଛି ଚାକିରି। ଯୋଗ୍ୟ ପ୍ରାର୍ଥୀମାନେ ପ୍ରାର୍ଥୀମାଏନ୍ DRDO ର ଅଫିସିଆଲ୍ ୱେବସାଇଟ୍ drdo.gov.inକୁ ଯାଇ ଚାକିରି ପାଇଁ ଆବେଦନ କରି ପାରିପାରିବେ।

ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ(DRDO Recruitment Apply for Project Admin Notification)।ଆବେଦନ ତାରିଖ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ତାରିଖ ହେଉଛି ଡିସେମ୍ବର ୧୫ ତାରିଖ। ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ଡିସେମ୍ବର ୧୫ ତାରିଖ ଭିତରେ ଆବେଦନ କରି ପାରିବେ।

ଖାଲି ପଦବୀ:

ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର ପାଇଁ ଗୋଟିଏ ପଦବୀ ଖାଲି ପଡ଼ିଥିବା ବେଳେ ପ୍ରୋଜେକ୍ଟ ସିନିୟର ଆଡ୍‌ମିନ୍ ଆସିଷ୍ଟାଣ୍ଟ୍‌ ପାଇଁ ଖାଲି ପଡ଼ିଛି ୫ଟି ପୋଷ୍ଟ୍‌। ସେହିପରି ପ୍ରୋଜେକ୍ଟ ଆଡମିନ୍ ଆସିଷ୍ଟାଣ୍ଟ୍ ପାଇଁ  ୫ଟି ପୋଷ୍ଟ୍‌ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକ କିମ୍ବା ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା:

-ସର୍ଟଲିଷ୍ଟ୍‌

-ସାକ୍ଷାତକାର

ଆବେଦନ ଶୁଳ୍କ:

ଆବେଦନ କରିବାକୁ ଚାହୁଁଥିବା ସାଧାରଣ ବର୍ଗର ପ୍ରାର୍ଥୀମାନେ ବା ଓବିସି ବର୍ଗର ପ୍ରାର୍ଥୀମାନେ ୧୦୦ ଟଙ୍କା ଦେୟରେ ଆବେଦନ କରି ପାରିବେ। ସେହିପରି ଏସସି, ଏସଟି ଓ ମହିଳାମାନଙ୍କ ପାଇଁ ଏହି ଆବେଦନ ଦେୟମୁକ୍ତ ରହିଛି।

ମାସିକ ଦରମା:

ପ୍ରୋଜେକ୍ଟ ଷ୍ଟୋର୍‌ ଅଫିସର (PSO) – ୫୯,୨୭୬ ଟଙ୍କା

ପ୍ରୋଜେକ୍ଟ ସିନିୟର ଆଡ୍‌ମିନ୍ ଆସିଷ୍ଟାଣ୍ଟ (PSAA) – ୪୭,୪୯୬ ଟଙ୍କା

ପ୍ରୋଜେକ୍ଟ ଆଡମିନ୍ ଆସିଷ୍ଟାଣ୍ଟ (PAA) – ୩୫,୨୨୦ ଟଙ୍କା

Also Read: Govt Job: ଗ୍ରାଜୁଏଟମାନଙ୍କ ପାଇଁ ଖୁସି ଖବର, IB ଦେଉଛି ବମ୍ପର ନିଯୁକ୍ତି, ଏଠାରେ କରନ୍ତୁ ଆବେଦନ...

Read More
{}{}