Hindi News >>Home >>Odisha Education And Job

UPSC Recruitment 2023: ୪୫ଟି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କଲା ୟୁପିଏସସି, ୧୧ ମାର୍ଚ୍ଚରୁ କରିପାରିବେ ରେଜିଷ୍ଟ୍ରେସନ୍

UPSC Recruitment 2023: ୟୁପିଏସି ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ ପଦବୀରେ ନିୟୁକ୍ତି ଦେବ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ୨୦୨୩ରୁ upsc.gov.in. ରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା  ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ଯାଏଁ ଚାଲିବ । 

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 10, 2023, 07:44 PM IST

UPSC Recruitment 2023: ୟୁପିଏସି ଉପନିର୍ଦ୍ଦେଶକ ଓ ଅନ୍ୟାନ୍ୟ ପଦବୀରେ ନିୟୁକ୍ତି ଦେବ ଇଚ୍ଛୁକ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ୨୦୨୩ରୁ upsc.gov.in. ରେ ଆବେଦନ କରିପାରିବେ । ୟୁନିୟନ ପବ୍ଲିକ ସର୍ଭିସ କମିସନ(Union Public Service Commission) ଡେପୁଟୀ ଡାଇରେକ୍ଟର ଓ ଅନ୍ୟ ପଦବୀରେ ନିୟୁକ୍ତି ପାଇଁ ଆବେଦନ ବାହାର କରିଛି । ଆଶାୟୀ ପ୍ରାର୍ଥୀମାନେ ୟୁପିଏସସିର(UPSE) ଅଫିସିଆଲ ସାଇଟ୍ upsc.gov.in.ରେ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏହି ପ୍ରକ୍ରିୟା  ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇ ୩୦ ମାର୍ଚ୍ଚ ଯାଏଁ ଚାଲିବ । ଏଥିରେ ସଙ୍ଗଠନରେ ୪୫ଟି ପଦବୀ ପୂରଣ କରାଯିବ।

ଖାଲି ଥିବା ପଦବୀ

ଯୁଗ୍ମ ନିର୍ଦ୍ଦେଶକ ପାଇଁ ୩ଟି ପଦବୀ

ଉଦ୍ୟାନ କୃଷି ବିଶେଷଜ୍ଞ ପାଇଁ ୧ ପଦବୀ

ସହକାରୀ ଉଦ୍ୟାନ କୃଷି ବିଶେଷଜ୍ଞ ୨ଟି ପଦବୀ

ମାର୍କେଟିଂ ଅଫିସର ପାଇଁ ୫ଟି ପଦବୀ

ଅର୍ଥନୈତିକ ଅଧିକାରୀ ପାଇଁ ୧ଟି ପଦ

ବରିଷ୍ଠ ଡିଜାଇନ୍ ଅଧିକାରୀ ପାଇଁ ୫ଟି ପଦବୀ

ସ୍ପେଶାଲିଷ୍ଟ ଗ୍ରେଡ୍-୩ ପାଇଁ ୧୦ଟି ପଦବୀ

ଖଣି ସୁରକ୍ଷା ଉପନିର୍ଦ୍ଦେଶକ ପାଇଁ ୧୮ଟି ପଦବୀ

ଯୋଗ୍ୟତା

ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀ ଏଠାରେ ଉପଲବ୍ଧ ବିସ୍ତୃତ ବିଜ୍ଞପ୍ତି ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ବିଷୟରେ ଜାଣିପାରିବେ।

ଆବେଦନ ଶୁଳ୍କ

ଏହି ଆବେଦନ ପ୍ରକ୍ରିୟା ପାଇଁ ୨୫ ଟଙ୍କା ଫି’ ରହିଥିବା ବେଳେ ଆଶାୟୀ ପ୍ରାର୍ଥୀ ମାନେ କେବଳ ନଗଦ କିମ୍ବା ଏସବିଆଇର ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ବ୍ୟବହାର କରି ପାରିବେ। ଏହାଛଡା ଭିସା, ମାଷ୍ଟର କ୍ରେଡିଟ୍ ଓ ଡେବିଟ କାର୍ଡ଼ ମାଧ୍ୟମରେ ଫି’ ଦେଇ ପାରିବେ। ଏସସି, ଏସଟି, ପିଡବ୍ଲୁଡି଼ ଓ ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଅନ୍ୟାନ୍ୟ ବିବରଣୀ

ସାକ୍ଷାତକାରରେ ବର୍ଗ ଅନୁସାରେ ସର୍ବନିମ୍ନ ସ୍ତରର ଉପଯୁକ୍ତତା ଚୟନ କେବଳ ସାକ୍ଷାତକାର ଦ୍ୱାରା ହେଉ କିମ୍ବା ନିଯୁକ୍ତି ପରୀକ୍ଷା ପରେ ସାକ୍ଷାତକାର ଦ୍ୱାରା ହେଉ, ମୋଟ ନମ୍ବର ୧୦୦ ରହିଥିବା ବେଳଏ ୟୁଆର/ ଇଡବ୍ଲ୍ୟୁଏସ୍ ପାଇଁ ୫୦ ମାର୍କ ରହିବ, ଓବିସି ପାଇଁ ୪୫ ମାର୍କ, ଏସସି/ଏସଟି/ପିଡବ୍ଲୁବିଡି ପାଇଁ ୪୦ ମାର୍କ ରହିଅଛି। ଅଧିକ ବିବରଣୀ ପାଇଁ ଆଶାୟୀ ପ୍ରାର୍ଥୀ ୟୁପିଏସସିର ଅଫିସିଆଲ ୱେବସାଇଟ ଯାଇ ସେଠାରେ ଯାଞ୍ଚ କରିପାରିବେ।

 

 

 

Read More
{}{}