Hindi News >>Home >>Odisha Education And Job

UPSC Civil Service: ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ ପାଇଁ ଜାରି ହେଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ

UPSC Civil Service Exam:  ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଚଳିତ ବର୍ଷ ମେ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥି ସହିତ ପରୀକ୍ଷା ଶୁଳ୍କ ଭରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ। 

Advertisement
UPSC Civil Service: ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ ପାଇଁ ଜାରି ହେଲା ବିଜ୍ଞପ୍ତି, ଜାଣନ୍ତୁ ଆବେଦନ କରିବାର ଶେଷ ତାରିଖ
Stop
Zee Odisha Desk|Updated: Feb 01, 2023, 10:19 PM IST

UPSC Civil Services 2023: କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୩ ପାଇଁ ଫେବୃଆରୀ ୧ ତାରିଖରେ ପ୍ରକାଶ ପାଇଛି ବିଜ୍ଞପ୍ତି। ୟୁପିଏସସି ଦ୍ୱାରା ଜାରି ହୋଇଥିବା ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଆବେଦନ ପ୍ରକ୍ରିୟା ଫେବୃଆରୀ ୧ ତାରିଖ ବୁଧବାର ଠାରୁ ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ। 

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କେନ୍ଦ୍ରୀୟ ଲୋକସେବା ଆୟୋଗ (Union Public Service Commission) ୟୁପିଏସସି (UPSC) ୱେବସାଇଟ୍ upsc.gov.in ପରିଦର୍ଶନ କରି ଆବେଦନ କରିପାରିବେ। ସର୍ବପ୍ରଥମେ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ ଜରିଆରେ ଉପଲବ୍ଧ ହେଉଥିବା ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍ (One Time Registration) ଓଟିଆର ପ୍ଲାଟଫର୍ମ (OTR Plattform) ଠାରେ ପଞ୍ଜୀକରଣ କରିବାକୁ ହେବ। ଏହା ପରେ upsconline.nic.in ୱେବସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଯଦି ଆପଣ ପୂର୍ବରୁ ଓଟିଆର ପ୍ଲାଟଫର୍ମ ପ୍ଲାଟଫର୍ମ ଠାରେ ପଞ୍ଜୀକୃତ ହୋଇ ସାରିଛନ୍ତି, ତାହେଲେ ଆପଣଙ୍କୁ ପୁନର୍ବାର ପଞ୍ଜୀକରଣ କରିବାକୁ ପଡିବ ନାହିଁ।

ୟୁପିଏସସି ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ଚଳିତ ବର୍ଷ ମେ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥି ସହିତ ପରୀକ୍ଷା ଶୁଳ୍କ ଭରିବାର ଶେଷ ତାରିଖ ହେଉଛି ୨୧ ଫେବୃଆରୀ। ଏହା ବ୍ୟତୀତ ଯଦି ଆପଣ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାରର ସଂଶୋଧନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ୨୨ ଫେବୃଆରୀରୁ ୨୮ ଫେବୃଆରୀ ମଧ୍ୟରେ ସଂଶୋଧନ କରିପାରିବେ।

ଯଦି ଆପଣ ୟୁପିଏସସି ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କର ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ବୟସ ୩୨ ବର୍ଷ ହେବା ଆବଶ୍ୟକ। ଏହି ପରୀକ୍ଷାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷର ଆଶ୍ୱସ୍ତି ପ୍ରଦାନ କରାଯିବ। ସ୍ନାତକୋତ୍ତର ସମାପ୍ତ କରିଥିବା ପ୍ରାର୍ଥୀ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିପାରିବେ।

Read More
{}{}