Hindi News >>Home >>Odisha Education And Job

UPSC ESE Result 2024: ପ୍ରକାଶ ପାଇଲା ଇଂଜିନିୟରିଂ ସର୍ଭିସ୍ ମେନ୍ ଫଳାଫଳ

UPSC ESE Mains Result 2024:  ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଆଜି ଇଞ୍ଜିନିୟରିଂ ସେବା ପରୀକ୍ଷା (ମେନ୍ସ)  ଫଳାଫଳ ପ୍ରକାଶ କରିଛି ।  ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। 

Advertisement
UPSC ESE Result 2024: ପ୍ରକାଶ ପାଇଲା ଇଂଜିନିୟରିଂ ସର୍ଭିସ୍ ମେନ୍ ଫଳାଫଳ
Stop
Soubhagya Ranjan Mishra|Updated: Jul 30, 2024, 09:32 PM IST

UPSC ESE Mains Result 2024: ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ଆଜି ଇଞ୍ଜିନିୟରିଂ ସେବା ପରୀକ୍ଷା (ମେନ୍ସ)  ଫଳାଫଳ ପ୍ରକାଶ କରିଛି ।  ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsc.gov.in ରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। 

ଏହି ପରୀକ୍ଷା ଜୁନ୍ ମାସରେ ଅନୁଷ୍ଠିତ ହୋଇଥିଲା । ଇଞ୍ଜିନିୟରିଂ ସେବା ପରୀକ୍ଷା (ମେନ୍ସ) ଆୟୋଗ ଦ୍ୱାରା ୨୩ ଜୁନ୍ ୨୦୨୪ ରେ କରାଯାଇଥିଲା। ଏହି ପରୀକ୍ଷା ସକାଳ ୯ ଟାରୁ ୧୨ ଟା ଏବଂ ଅପରାହ୍ନ ୨ଟା୩୦ ରୁ ୫ଟା୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି । 

ଆଗକୁ ସଫଳ ପ୍ରାର୍ଥୀଙ୍କୁ ବର୍ତ୍ତମାନ ସାକ୍ଷାତକାର / ବ୍ୟକ୍ତିତ୍ୱ ପରୀକ୍ଷାରେ ହାଜର ହେବାକୁ ପଡିବ । ସାକ୍ଷାତକାର ପାଇଁ ବିସ୍ତୃତ ଆବେଦନ ଫର୍ମ ଯଥା DAF ପୂରଣ କରିବା ବାଧ୍ୟତାମୂଳକ । ଧାର୍ଯ୍ୟ ସମୟ ମଧ୍ୟରେ ଆୟୋଗ ଦ୍ୱାରା ସାକ୍ଷାତକାରର ତାରିଖ ପ୍ରକାଶ କରାଯିବ । UPSC ଇଞ୍ଜିନିୟରିଂ ସେବା ପରୀକ୍ଷା ମାଧ୍ୟମରେ ସିଭିଲ୍, ମେକାନିକାଲ୍, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ ଇଞ୍ଜିନିୟରିଂ ଷ୍ଟ୍ରିମରେ ମୋଟ ୧୬୭ ଟି ପଦବୀ ପୂରଣ ହେବ । ୬ ସେପ୍ଟେମ୍ବରରୁ ୨୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନଗୁଡିକ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ ଭିଜିଟ୍ କରିପାରିବେ ।

Also Read- Paris Olympics 2024: ବିଜୟ ଧାରା ଜାରି ରଖିଲା ଭାରତୀୟ ପୁରୁଷ ହକି ଟିମ

Also Read- Sawan: ମଧ୍ୟପ୍ରଦେଶର ଅମରନାଥ, ଶ୍ରାବଣରେ ଖୋଲାଯାଏ ମାତ୍ର ୧୦ ଦିନ

Read More
{}{}