Hindi News >>Home >>Odisha Education And Job

SBI SO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧ ହଜାରରୁ ଅଧିକ ପଦବୀ...

SBI SO Recruitment 2024: SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। SBIରେ ସ୍ପେଶାଲିଷ୍ଟ ଅଫିସର(SO) ପଦବୀ ପୂରଣ ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI SO Recruitment Apply for 1040 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisement
SBI SO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବମ୍ପର ନିଯୁକ୍ତି ସୁଯୋଗ, ଖାଲି ପଡ଼ିଛି ୧ ହଜାରରୁ ଅଧିକ ପଦବୀ...
Stop
Priyambada Rana|Updated: Jul 23, 2024, 10:52 AM IST

SBI SO Recruitment 2024: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଆପଣ ଯଦି SBIରେ ଚାକିରି କରିବାର ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। SBIରେ ସ୍ପେଶାଲିଷ୍ଟ ଅଫିସର(SO) ପଦବୀ ପୂରଣ ପାଇଁ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଉଭୟ ପୁରୁଷ ଓ ମହିଳା ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://sbi.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ SBI SO Recruitment Apply for 1040 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୧୯ ଜୁଲାଇରେ ଆରମ୍ଭ ହୋଇଥିବା ବେଳେ ଏହି ଆବେଦନ ପ୍ରକ୍ରିୟା ୦୮ ଅଗଷ୍ଟରେ ଶେଷ ହେବ।

ଖାଲି ପଦବୀ:

କେନ୍ଦ୍ରୀୟ ଅନୁସନ୍ଧାନ ଦଳ (ପ୍ରଡକ୍ଟ୍ ଲିଡ୍) ପଦବୀ ପାଇଁ ୨ଟି ପୋଷ୍ଟ୍‌ ଖାଲି ଥିବା ବେଳେ କେନ୍ଦ୍ରୀୟ ଅନୁସନ୍ଧାନ ଦଳ (ସପୋର୍ଟ)  ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ପ୍ରକଳ୍ପ ବିକାଶ ପରିଚାଳକ (ଟେକ୍ନୋଲୋଜୀ)  ପାଇଁ ଗୋଟିଏ ପୋଷ୍ଟ୍‌ ଓ ପ୍ରକଳ୍ପ ବିକାଶ ପରିଚାଳକ (ବିଜ୍‌ନେସ୍) ପାଇଁ ୨ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସମ୍ପର୍କ ପରିଚାଳକ ପାଇଁ  ୨୭୩ଟି ପୋଷ୍ଟ୍‌ ଓ VP ସ୍ୱାସ୍ଥ୍ୟ – ୬୪୩ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି ରିଲେସନସିପ୍ ମ୍ୟାନେଜର୍(ଟିମ୍ ଲିଡ୍) ପାଇଁ ୩୨ଟି ପୋଷ୍ଟ୍‌ ଓ ଆଞ୍ଚଳିକ ମୁଖ୍ୟ ପାଇଁ ୬ଟି ପୋଷ୍ଟ୍‌, ବିନିଯୋଗ ବିଶେଷଜ୍ଞ ପାଇଁ ୩୦ଟି ପୋଷ୍ଟ୍‌ ଓ ବିନିଯୋଗ ଅଧିକାରୀ ପାଇଁ ୪୯ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ  ୧୦୪୦ଟି ପୋଷ୍ଟ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ଟେକ୍ନୋଲୋଜି, କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଷ୍ଟ୍ରୁମେଣ୍ଟେସନ୍, କିମ୍ବା BE, B.Tech ରେ ଡିଗ୍ରୀ ହାସଲ କରିବା ଆବଶ୍ୟକ କିମ୍ବା ସେକୌଣସି ସମ୍ବନ୍ଧୀୟ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୩ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୫୦ ବର୍ଷ ଧାର୍ଯ୍ୟ କରାଯାଇଛି।

Read More
{}{}