Hindi News >>Home >>Odisha Education And Job

Government Jobs 2023: ରେଳ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ ମିଳିବ ଚାକିରି

Government Jobs 2023: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। କାହିଁକିନା କେନ୍ଦ୍ର ସରକାର ବାହାର କରିଛନ୍ତି ରେଳ ବିଭାଗରେ ବମ୍ପର ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଆବେଦନ କରି ଚାକିରି ପାଇପାରିବେ। ଏହି ଚାକିରିରେ ଦରମା ମଧ୍ୟ ମଧ୍ୟ ମୋଟା ଅଙ୍କର ରହିଛି। 

Advertisement
Government Jobs 2023: ରେଳ ବିଭାଗରେ ବାହାରିଲା ବମ୍ପର ନିଯୁକ୍ତି, ଦଶମ ପାସ୍ କରିଥିଲେ ମିଳିବ ଚାକିରି
Stop
Zee Odisha Desk|Updated: Dec 03, 2023, 10:39 AM IST

Government Jobs 2023: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। କାହିଁକିନା କେନ୍ଦ୍ର ସରକାର ବାହାର କରିଛନ୍ତି ରେଳ ବିଭାଗରେ ବମ୍ପର ନିଯୁକ୍ତି ସୁଯୋଗ। ଇଚ୍ଛୁକ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଆବେଦନ କରି ଚାକିରି ପାଇପାରିବେ। ଏହି ଚାକିରିରେ ଦରମା ମଧ୍ୟ ମଧ୍ୟ ମୋଟା ଅଙ୍କର ରହିଛି। ଇଚ୍ଛୁ ପ୍ରାର୍ଥୀମାନେ ଅଫିସିଆର ଓ୍ବେବସାଇଟକୁ ଯାଇ ଆବେଦନ କରିପାରିବେ। ରେଲଓ୍ବେ ରିକ୍ୟୁଟମେଣ୍ଟ ସେଲରେ ସାଉଥ୍ ଇଷ୍ଟର୍ଣ୍ଣରେ (South Eastern Railway, Railway Recruitment Cell,(RRC SER) ଅପାରଣ୍ଟିସ ପଦ ପାଇଁ (Apprentices posts) ବମ୍ପର ନିଯୁକ୍ତି ବାହାରିଛି।  ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ଓ୍ବେବସାଇଟ୍ rrcser.co.in କୁ ଯାଇ ଆବେଦନ କରିପାରିବେ ।  ତେବେ, ଆବେଦନର ଶେଷ ତାରିଖ ୨୮  ଡିସେମ୍ବର ୨୦୨୩ ରହିଛି। 

ଏହାବି ପଢନ୍ତୁ : Animal: ବକ୍ସ ଅଫିସରେ ଧମାଲ୍ ମଚାଉଛି 'ଆନିମଲ' , ଦ୍ବିତୀୟ ଦିନରେ କଲା ଏତେ କୋଟି ରୋଜଗାର

ପଦବୀ ସଂଖ୍ୟା : ୧୭୮୫

ଆବେଦନର ଶେଷ ତାରିଖ: ୨୮  ଡିସେମ୍ବର ୨୦୨୩

ଶିକ୍ଷାଗତ ଯୋଗ୍ୟତା : ତେବେ, ଏହି ପଦବୀରେ ଆବେଦନ କରିବା ପାଇଁ  ପ୍ରାର୍ଥୀମାନେ ୧୦ ପାସ୍ କରିଥିବା ଜରୁରୀ। ଏବଂ ଏହାସହିତ ଆଇଟିଆଇ କରିଥିବା  ଆବଶ୍ୟକ ଅଟେ। 

ବୟସ ସୀମା :  ତେବେ, ପ୍ରାର୍ଥୀ ମାନଙ୍କ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ। 

ଆବେଦନ ଶୁଳ୍କ : ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ, ଓବିସି ଏବଂ (Economically Backward Class)ଆର୍ଥିକ ଶ୍ରେଣୀର ପଛୁଆ ବର୍ଗ ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ । ଅନୁସୂଚିତ ଜାତି,ଜନଜାତି ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। 

ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Read More
{}{}