Hindi News >>Home >>Odisha Education And Job

RRB Technician Jobs 2024: ଦଶମ ପାସ୍ ପାଇଁ ବମ୍ପର ନିଯୁକ୍ତି, ୯୧୪୪ ପଦବୀରେ ନିଯୁକ୍ତି ଦେବ ରେଲୱେ, ଜାଣନ୍ତୁ କିପରି କରିବେ ଆବେଦନ?

RRB Technician Jobs 2024: ରେଲୱେରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର ଅଛି। ୯୧୪୪ ଟି ପଦବୀରେ ନିଯୁକ୍ତି ପାଇଁ ରେଳବାଇ ବିଜ୍ଞପ୍ତି ଜାରି କରିଛି। ଇଚ୍ଛୁକ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ। ତେବେ ଆସନ୍ତୁ ଜଣାଉଛି କିପରି ଓ କେବେ ଆପଣ ଆବେଦନ କରି ପାରିବେ।  

Advertisement
RRB Technician Jobs 2024
Stop
Jagdish Barik|Updated: Apr 03, 2024, 07:05 PM IST

RRB Technician Jobs 2024: ଦଶମ ପାସ୍ ଯୁବ ବର୍ଗଙ୍କ ପାଇଁ ରେଳବାଇରେ ଚାକିରି କରିବାକୁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଟେକ୍ନିସିଆନ ପଦବୀରେ ନିଯୁକ୍ତି ପାଇଁ ଭାରତୀୟ ରେଳ ବିଜ୍ଞପ୍ତି ଜାରି କରିଛି। ଚାକିରି ପାଇବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନେ ରେଳବାଇର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ୮ ଏପ୍ରିଲ ମଧ୍ୟରେ ଆବେଦନ କରିପାରିବେ।

ଭାରତୀୟ ରେଳବାଇ ୯ ହଜାର ୧୪୪ ଟି ପଦବୀରେ ନିଯୁକ୍ତି ଦେବ। RRB ଟେକ୍ନିସିଆନ ଗ୍ରେଡ୍-୧ ସିଗନାଲ୍ ୧୦୯୨ ଟି ପୋଷ୍ଟ ଏବଂ RRB ଟେକ୍ନିସିଆନ୍ ଗ୍ରେଡ୍-୩ ସିଗନାଲ୍ ୮୦୫୨ ଟି ପଦବୀ ପାଇଁ ନିଯୁକ୍ତି ମିଳିବ।

କିପରି କରିବେ ଆବେଦନ?
ଭାରତୀୟ ରେଳ ନିଯୁକ୍ତି ବୋର୍ଡ ଟେକ୍ନିସିଆନ ଗ୍ରେଡ୍ ୨୦୨ୣ୪ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ରେଳବାଇର ଅଫିସିଆଲ୍ ୱେବସାଇଟ୍ https://www.rrbapply.gov.in/#/auth/ ଭିଜିଟ୍ କରି ଆପଣ ଆବେଦନ କରିପାରିବେ। ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ ହେଉଛି ୮ ଏପ୍ରିଲ୍।

ବୟସ ସୀମା କ’ଣ ହେବା ଉଚିତ୍?
ପ୍ରାର୍ଥୀମାନେ ଦଶମ ପାସ୍ ହେବା ସହିତ ITI ଡିଗ୍ରୀ ଧାରକ ହେବା ଉଚିତ୍। ୧୮ ରୁ ୩୬ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ଟେକ୍ନିସିଆନ ଗ୍ରେଡ୍ ନିଯୁକ୍ତି ପାଇଁ ଆବେଦନ କରିପାରିବେ।

ଦରମା ୧୯,୯୦୦ ରୁ ୨୯,୨୦୦ ଟଙ୍କା ମଧ୍ୟରେ ରହିବ
ଆରଆରବି ଟେକ୍ନିସିଆନ ଗ୍ରେଡ୍-ଲେଭଲ୍ -୫ ଅନୁଯାୟୀ ମାସିକ ୨୯,୨୦୦ ଟଙ୍କା ବେତନ ଦିଆଯିବ।

କେଉଁ ପ୍ରାର୍ଥୀମାନେ ବୟସରେ ଆରାମ ପାଇବେ?
SC / ST-୫ ବର୍ଷର ଆରାମ 
ପୂର୍ବ ସେବାରତ -୩ ରୁ ୮ ବର୍ଷର ଆରାମ 
ଶାରୀରିକ ଅକ୍ଷମ - ୮ ରୁ ୧୫ ବର୍ଷର ଆରାମ 
OBC ନନ୍ କ୍ରିମିଲେୟାର-୩ ବର୍ଷର ଆରାମ 

ନିଯୁକ୍ତି ପାଇଁ ଆବେଦନ ଶୁଳ୍କ 
SC / ST, X Serviceman, ଅର୍ଥନୈତିକ ପଛୁଆ, ସଂଖ୍ୟାଲଘୁ, ମହିଳା ଟ୍ରାନ୍ସଜେଣ୍ଡରଙ୍କୁ ୨୫୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ। ଯେତେବେଳେ କି ଅନ୍ୟ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ୫୦୦ ଟଙ୍କା ଦେୟ ଦେବାକୁ ପଡିବ।

Read More
{}{}