Hindi News >>Home >>Odisha Education And Job

Railway Recruitment 2023: ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ୨୧ ଅଗଷ୍ଟ ପୂର୍ବରୁ କରନ୍ତୁ ଆବେଦନ

railway jobs vacancy 2023: ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଖାଲି ପଡ଼ିଥିବା ୧୦୧୬ ପଦବୀ ପୂରଣ କରିବ। 

Advertisement
Railway Recruitment 2023: ଦଶମ ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ୨୧ ଅଗଷ୍ଟ ପୂର୍ବରୁ କରନ୍ତୁ ଆବେଦନ
Stop
Zee Odisha Desk|Updated: Jul 25, 2023, 08:38 PM IST

indian railway jobs for 10th pass: ରେଳବାଇ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ରେଳବାଇ ନିଯୁକ୍ତି ସେଲ୍ ପକ୍ଷରୁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍ନିସିଆନ୍ ଏବଂ ଜୁନିୟର ଇଞ୍ଜିନିୟର ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଖାଲି ପଡ଼ିଥିବା ୧୦୧୬ ପଦବୀ ପୂରଣ କରିବ। ଏହି ପଦ ପାଇଁ ଆଗ୍ରହୀ ରହିଥିବା ପ୍ରାର୍ଥୀ ରେଳବାଇ ଅଫିସିଆଲ୍ ୱେବସାଇଟ୍ www.secrindianrailways.gov.in ମାଧ୍ୟମରେ ଆବେଦନ କରିପାରିବେ। ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ପକ୍ଷରୁ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦ ପାଇଁ ପ୍ରାର୍ଥୀ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଆବେଦନ କରିପାରିବେ। 

ଆରଆରସି ନିଯୁକ୍ତି ବିବରଣୀ: ପଦବୀ ସଂଖ୍ୟା
ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ମୋଟ ୧୦୧୬ ପଦବୀ ପୂରଣ କରିବ। ଯେଉଁଥିରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ପାଇଁ ୮୨୦, ଟେକ୍ନିସିଆନ ପାଇଁ ୧୩୨ ଏବଂ ଜୁନିୟର ଇଞ୍ଜିନିୟ ପାଇଁ ୬୪ ପଦ ଅନ୍ତର୍ଭୂକ୍ତ ରହିଛି।

ରେଳବାଇ ନିଯୁକ୍ତି ୨୦୨୩: ଶିକ୍ଷାଗତ ଯୋଗ୍ୟତା
ସହକାରୀ ଲୋକୋ ପାଇଲଟ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପାଖରେ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡ ଦଶମ ସାର୍ଟିଫିକେଟ ସହିତ ସମ୍ପୃକ୍ତ କ୍ଷେତ୍ରରେ ଆଇଆଇଟି ସାର୍ଟିଫିକେଟ୍ କିମ୍ବା ଡିପ୍ଲୋମା ଡିଗ୍ରୀ ରହିଥିବା ଆବଶ୍ୟକ। ଅନ୍ୟପକ୍ଷରେ ଟେକ୍ନିସିଆନ ପଦ ପାଇଁ ଦଶମ ପାସ ସହିତ ସମ୍ପୃକ୍ତ ବିଭାଗରେ ଆଇଟିଆଇ ସାର୍ଟିଫିକେଟ୍ ରହିଥିବା ଆବଶ୍ୟକ। ଜୁନିଅର ଇଞ୍ଜିନିୟର ପଦ ପାଇଁ ପ୍ରାର୍ଥୀଙ୍କ ପାଖରେ ମୌଳିକ ବିଭାଗରେ ୩ ବର୍ଷର ଡିପ୍ଲୋମା ରହିବା ଆବଶ୍ୟକ।

ରେଳ ନିଯୁକ୍ତି ୨୦୨୩: ବୟସ ସୀମା 
ରେଳବାଇର ଏହି ପଦ ପାଇଁ ୧୮ ବର୍ଷର ପ୍ରାର୍ଥୀ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୨ ବର୍ଷ ହୋଇଥିବା ଆବଶ୍ୟକ।

ରେଳ ନିଯୁକ୍ତି ୨୦୨୩: ଚୟନ ପ୍ରକ୍ରିୟା 
ପରୀକ୍ଷା ଆଧାରରେ ରେଳବାଇ ପ୍ରାର୍ଥୀ ଚୟନ କରିବ। ଏହି ପରୀକ୍ଷା କମ୍ପ୍ୟୁଟର ବେସଡ ମୋଡ ମାଧ୍ୟମରେ ହେବ। ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଯୋଗ୍ୟତା ଅର୍ଜନ କରନ୍ତି ସେମାନଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ରାଉଣ୍ଡ ଦେଇ ଯିବାକୁ ପଡିବ।

ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ କିପରି କରିବେ ଆବେଦନ?

  • ସର୍ବପ୍ରଥମେ ପ୍ରାର୍ଥୀ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ ଅଫିସିଆଲ୍ ୱେବସାଇଟ୍ www.secr. Indianrailways.gov.in ପରିଦର୍ଶନ କରନ୍ତୁI 
  • Recruitment/News/Press ବିଜ୍ଞପ୍ତି ଉପରେ କ୍ଲିକ୍ କରନ୍ତୁ।
  • Recruitment Link ଉପରେ କ୍ଲିକ୍ କରନ୍ତୁ।
  • ବର୍ତ୍ତମାନ ଆବେଦନ ଫର୍ମ ପୂରଣ କରନ୍ତୁ।
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
  • RRC SECR ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତର ବ୍ୟବହାର ପାଇଁ ଏହାର ପ୍ରିଣ୍ଟ କାଢି ନିଅନ୍ତୁ। 
Read More
{}{}