Hindi News >>Home >>Odisha Education And Job

Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୧୮୨ଟି ପୋଷ୍ଟ...

Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BA, B.Sc., B.Com ପାଶ୍‌ କରିଥିବା ପ୍ରାର୍ଥୀମାନେ କରିପାରିବେ ଆବେଦନ।ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 

Advertisement
Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ଖାଲି ପଡ଼ିଛି ୧୮୨ଟି ପୋଷ୍ଟ...
Stop
Zee Odisha Desk|Updated: May 17, 2024, 03:32 PM IST

Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି କରିବାକୁ ଚାହୁଁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। BA, B.Sc., B.Com ପାଶ୍‌ କରିଥିବା ପ୍ରାର୍ଥୀମାନେ କରିପାରିବେ ଆବେଦନ।ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍‌ https://orissahighcourt.nic.in / କୁ ଯାଇ ଯାଞ୍ଚ କରିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ ମେ ୨୦ ତାରିଖରେ ଆରମ୍ଭ ହେବାକୁ ଥିବା ବେଳେ ଅନ୍‌ଲାଇନ୍ ଆବେଦନ ଶେଷ ତାରିଖ ହେଉଛି ଜୁନ୍ ୧୮ ତାରିଖ।

ଖାଲି ପଦବୀ:

ଜୁନିଅର ଷ୍ଟେନୋଗ୍ରାଫର ପାଇଁ ୩୫ଟି ପୋଷ୍ଟ ଖାଲି ପଡ଼ିଥିବା ବେଳେ ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର ପାଇଁ ଖାଲି ପଡ଼ିଛି ୧୪୭ଟି ପୋଷ୍ଟ। ମୋଟ ୧୮୨ଟି ପୋଷ୍ଟ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

-ଜୁନିଅର ଷ୍ଟେନୋଗ୍ରାଫର ପୋଷ୍ଟ ପାଇଁ ଯେକୌସି ବିଷୟରେ ସ୍ନାତକ ଡିଗ୍ରୀ। ସର୍ଟହ୍ୟାଣ୍ଟ୍ ସ୍ପିଡ୍ ପ୍ରତି ମିନିଟ୍‌ରେ ୮୦ ଶବ୍ଦ ଏବଂ ଟାଇପିଂ ସ୍ପିଡ୍ ପ୍ରତି ମିନିଟ୍‌ରେ ୪୦ ଶବ୍ଦ। ଏହା ବ୍ୟତୀତ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

-ସେହିପରି ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର ପାଇଁ ଯେକୌଣସି ବିଭାଗରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୨ ବର୍ଷ ରଖାଯାଇଛି। ମାତ୍ର SC/ST/SEBEଙ୍କ ପାଇଁ ୫ ବର୍ଷ ଓ ଦିବ୍ୟାଙ୍ଗଙ୍କ ପାଇଁ ୧୦ ବର୍ଷ କୋହଳ କରାଯାଇଛି।

ଦରମା:

ଜୁନିଅର ଷ୍ଟେନୋଗ୍ରାଫର – ୨୫,୫୦୦ – ୮୧,୧୦୦ ଟଙ୍କା

ଆସିଷ୍ଟାଣ୍ଟ୍‌ ସେକ୍ସନ୍ ଅଫିସର – ୩୫,୪୦୦ – ୧,୧୨,୪୦୦ ଟଙ୍କା

ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: DRDO Recruitment: ଇଞ୍ଜିନିୟରିଂ କରିଥିଲେ ସୁବର୍ଣ୍ଣ ସୁଯୋଗ

{}{}