Hindi News >>Home >>Odisha Education And Job

+2 ⁠Admission 2024: ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ,ଜାଣନ୍ତୁ କିଭଳି କରିବେ ଆବେଦନ

+2 ⁠Admission 2024:  ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ପଢନ୍ତୁ ପୂରା ଖବର...

Advertisement
+2 ⁠Admission 2024: ଏହି ଦିନଠୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ,ଜାଣନ୍ତୁ କିଭଳି କରିବେ ଆବେଦନ
Stop
Narmada Behera|Updated: Jun 02, 2024, 06:53 AM IST

+2 ⁠Admission 2024:  ଯୁକ୍ତ ଦୁଇର ରେଜଲ୍ଟ ବାହାରି ସାରିଛି । ଆଉ ଏବେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।  ଜୁନ୍ ୭ରୁ  ଆରମ୍ଭ ହେବ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ।  ସାମସ୍ ପୋଟାର୍ଲ ମାଧ୍ୟମରେ  ନାମଲେଖା ପକ୍ରିୟା କରାଯିବ।  ଚଳିତ ବର୍ଷ  କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍  ଥିବା ବେଳେ  ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ ଓ ବାଣିଜ୍ୟରେ ୪୦ ହଜାରେ  ୧୦୪ ସିଟ୍ ରହିଛି।  ରାଜ୍ୟରେ ମୋଟ୍ ୨ ହଜାର ୨୨୧ ସିଟ୍ ରହିଛି।  ୨୦୨୪-୨୦୨୫ ଶିକ୍ଷା ବର୍ଷ ପାଇଁ ଇ- ଆଡମିସନ୍ ପ୍ରକ୍ରିୟାର ସମସ୍ତ ବିବରଣୀ ଖୁବ୍ ଶିଘ୍ର ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ ଆୟର କହିଛନ୍ତି। ନାମଲେଖା ସମ୍ପର୍କିକ  ସମସ୍ତ ସୂଚନା ସାମ୍୍ସ ଓ୍ବେବସାଇଟ୍ www.samsodisha.got.inରେ ଉପଲବ୍ଧ ହେବ। 

ALSO READ: Today Horoscope: ଆଜି ଲାଭରେ ରହିବେ ଏହି ସବୁ ରାଶି, ରହିଛି ଆକସ୍ମିକ ଧନପ୍ରାପ୍ତିର ଯୋଗ!

ALSO READ:Weather Update: ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନ ଜୀବନ, ଆଜି ୫ ଜିଲ୍ଲାକୁ ହିଟ୍ ଓ୍ବେଭ ନେଇ ୟେଲୋ ଆଲର୍ଟ ଜାରି

ଦଶମ ଶ୍ରେଣୀରେ ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀ ତଥା ଯୁକ୍ତ ୨ ନାମଲେଖା ପାଇଁ  ଆବେଦନ ଅନଲାଇନ୍ ରେ କରିବେ। ନାମଲେଖାର ସମସ୍ତ ପ୍ରକ୍ରିୟା ସାମସ ଓ୍ବେବସାଇଟ୍ ରେ କରାଯିବ। ସମସର ତଥ୍ୟ ଅନୁଯାୟୀ, ଗତବର୍ଷ ଅର୍ଥାତ୍ ୨୦୨୩-୨୪ ଶିକ୍ଷାବର୍ଷ ନାମଲେଖା ପାଇଁ ରାଜ୍ୟ ରାଜ୍ୟରେ ୨୨୧୬ କଲେଜକୁ ସାମିଲ୍ କରାଯାଇଥିଲା।  କଳାରେ ୨ ଲକ୍ଷ ୯୪  ହଜାର ୬୧୯ ସିଟ୍, ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ ସିଟ୍,  ବାଣିଜ୍ୟରେ ୪୦ ହଜାର ୧୦୬  ଏବଂ ସଂସ୍କୃତରେ  ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪,  ସିଟ୍ ରହିଥିଲା।  ମୋଟ୍ ୫ ଲକ୍ଷ ୨୪ ହଜାର ୫୩୦ ସିଟ୍ ଥିଲା। ଏଥିରୁ ୪ ଲକ୍ଷ ୧୪ ହଜାର ୧୭୨ ସିଟ୍ ରେ ନାମଲେଖା ହୋଇଥିବା ବେଳେ ୧ ଲକ୍ଷ ୧୦ ହଜାର ୧୭୮ ସିଟ୍ ଖାଲି ପଡିଥିଲା। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ ମାତ୍ର ୧୧୧୫ ସିଟ୍ ବଢିଛି।  ମୋଟ୍ ୫ ଲକ୍ଷ ୨୫ ହଜାର ୪୬୫ ସିଟ୍ ରେ ନାମଲେଖା ହେବ।  

{}{}