Hindi News >>Home >>Odisha Education And Job

High Court Recruitment 2023: ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ, ଦରମା ୬୩ ହଜାର ଉପରେ…

High Court Recruitment 2023: ହାଇକୋର୍ଟ ପକ୍ଷରୁ ଏକ ନୂତନ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଓଡି଼ଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in କୁ ଯାଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Dec 08, 2023, 11:05 AM IST

Odisha High Court Recruitment 2023: ଓଡ଼ିଶା ହାଇକୋର୍ଟରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ହାଇକୋର୍ଟ ପକ୍ଷରୁ ଏକ ନୂତନ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଓଡି଼ଶା ହାଇକୋର୍ଟର ଅଫିସିଆଲ୍ ୱେବ୍‌ସାଇଟ୍ www.orissahighcourt.nic.in କୁ ଯାଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ Odisha High Court DEO Recruitment Notificationରେ କ୍ଲିକ୍‌ କରି ଦେଖିପାରିବେ । ଅନଲାଇନ ଆବେଦନ ଡିସେମ୍ବର ୮ରୁ ଆରମ୍ଭ ହୋଇ ୨୭ ତାରିଖ ଯାଏଁ ଚାଲିବ ।

ଖାଲି ପଡ଼ିଥିବା ପଦବୀ

UR – ୧୫ଟି ପୋଷ୍ଟ୍

SEBC – ୦୪ଟି ପୋଷ୍ଟ୍

SC – ୦୯ଟି ପୋଷ୍ଟ୍

ST – ୦୬ଟି ପୋଷ୍ଟ୍

ମୋଟ ପଦବୀ – ୩୪ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା

କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତର ଡିଗ୍ରୀ ସହ ପିଜିଡ଼ିସିଏରେ କମ୍ପ୍ୟୁଟର ନଲେଜ ।

ବୟସ

ସର୍ବନିମ୍ନ ବୟସ ୨୧ ବର୍ଷ ରହିଥିବା ବେଳେ ସର୍ବାଧିକ ବୟସ ୩୨ ବର୍ଷ ରଖାଯାଇଛି । କିନ୍ତୁ ଓବିସିଙ୍କ ପାଇଁ ୩ ବର୍ଷ, ST/SC/PWD/Ex- Servicemenଙ୍କ ପାଇଁ ୫ ବର୍ଷ , PWD+SC+STଙ୍କ ପାଇଁ ୧୫ ବର୍ଷ ବୟସ ସୀମା କୋହଳ କରାଯାଇଛି ।

ଦରମା

ସର୍ବନିମ୍ନ ଦରମା- ୧୯,୯୦୦ ଟଙ୍କା

ସର୍ବାଧିକ ଦରମା-୬୩,୨୦୦ ଟଙ୍କା

ଆବଶ୍ୟକ ଡକ୍ୟୁମେଣ୍ଟ

1-SC ସାର୍ଟିଫିକେଟ୍ ଓ ମାର୍କ ସିଟ୍

2-+ ୨, + ୩ ସାର୍ଟିଫିକେଟ୍ ,ମାର୍କ ସିଟ୍ ଓ କମ୍ପ୍ୟୁଟର ସାର୍ଟିଫିକେଟ୍

3-ପରିଚୟ ପତ୍ର

4-ଜାତିଗତ ପ୍ରମାଣପତ୍ର

5-ଆବାସିକ ପ୍ରମାଣପତ୍ର

6- ଫଟୋଗ୍ରାଫ୍

ଆବେଦନ ଶୁଳ୍କ

SC / ST / OBC / PhD ପ୍ରାର୍ଥୀ – ଦେୟ ମୁକ୍ତ, ସାଧାରଣ ବର୍ଗ / SEBC – ୫୦୦ ଟଙ୍କା

ଆବେଦନ ପକ୍ରିୟା

ଅଫିସିଆଲ ୱେବସାଇଟ www.orissahighcourt.nic.in  କୁ ଯାଆନ୍ତୁ । ସେଠାରେ Quick Link – Recruitment Corner – Examination Portal କୁ ଯାଇ Junior Grade Typist / Data Entry Operator 2023 ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରି ଫର୍ମ ଫିଲପ କରନ୍ତୁ ।

 

 

 

 

Read More
{}{}