Hindi News >>Home >>Odisha Education And Job

Agnipath Scheme: ବିରୋଧର ନିଆଁରେ ତରଳିଲା କେନ୍ଦ୍ର, ନିଯୁକ୍ତି ପ୍ରକ୍ରିୟାର ସପ୍ତାହେ ପୂର୍ବରୁ କଲା ଏହି ବଡ଼ ପରିବର୍ତ୍ତନ

Advertisement
ଫାଇଲ ଫଟୋ
Stop
Shankarshan Bagh|Updated: Jun 18, 2022, 10:33 AM IST

Agnipath Scheme: ଦେଶବ୍ୟାପୀ ବିରୋଧ ପରେ କେନ୍ଦ୍ର ସରକାର ତରଳିଛନ୍ତି। ଅଗ୍ନିବୀର ନିଯୁକ୍ତି ନିୟମରେ ପୁଣିଥରେ ପରିବର୍ତ୍ତନ ହୋଇଛି। ଲଗାତର ଦୁଇ ଦିନରେ ଦୁଇ ଥର ନିୟମ ବଦଳିଛି। ଅବସର ପରେ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ପୋଲିସ ବଳରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସହ ବୟସ ସୀମାରେ ରିହାତି ଦିଆଯିବ। ଶନିବାର କେନ୍ଦ୍ର ଗୃହମନ୍ତ୍ରାଳୟ ଟ୍ୱିଟ କରି ଏହି ସୂଚନା ଦେଇଛି। ଆସନ୍ତା ୨୪ ତାରିଖରୁ Agnipath Schemeରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

Agnipath Scheme ବିରୋଧରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଓ ପୋଡାଜଳା ହେଉଛି। ଦେଶର ପ୍ରାୟ ଅଧା ରାଜ୍ୟରେ ହିଂସାତ୍ମକ ଆନ୍ଦୋଳନ ଚାଲିଛି। ଏହି ଆନ୍ଦୋଳନରେ ବିଶେଷ କରି ଯୁବପିଢି ସାମିଲ ହୋଇଛନ୍ତି। ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ଆନ୍ଦୋଳନକାରୀମାନେ ଏକାଧିକ ଟ୍ରେନ ଜାଳି ଦେଇଛନ୍ତି। ବିଭିନ୍ନ ସ୍ଥାନରେ ସର୍ବସାଧାରଣ ସମ୍ପତ୍ତିକୁ ଭଙ୍ଗାରୁଜା ମଧ୍ୟ କରାଯାଇଛି। ଏଥିରେ ଅନେକ ପୋଲିସ କର୍ମୀ ଆହତ ହୋଇଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କିଛି ରାଜ୍ୟରେ ଶତାଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ଅଟକ ରଖିଛି।

Also Read: Agnipath scheme: ବିରୋଧରେ ଦେଶବ୍ୟାପୀ ପୋଡ଼ାଜଳା, ସରକାର ନିରବ

ଏହି ହିଂସାତ୍ମକ ପ୍ରଦର୍ଶନ ଭିତରେ ଶନିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ (Home Ministry) ପକ୍ଷରୁ ଦୁଇଟି ଟ୍ୱିଟ୍ କରାଯାଇଛି। ଏଥିରେ ଅବସର ପରେ ଅଗ୍ନିବୀରଙ୍କୁ କେନ୍ଦ୍ରୀୟ ପୋଲିସ ବଳରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିବ। ଏହାବ୍ୟତୀତ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମାରେ ବିଶେଷ ରିହାତି ଦିଆଯିବ। ଦୁଇ ଦିନର ପୋଡାଜଳା ପରେ କେନ୍ଦ୍ର ସରକାର ଏହି ବୟାନ ଜାରି କରିଛନ୍ତି। ଗୃହ ମନ୍ତ୍ରାଳୟ କହିଛି ଯେ, ଅଗ୍ନୀପଥ ଯୋଜାନରେ ନିଯୁକ୍ତିର ୪ ବର୍ଷ ପରେ ଅଗ୍ନିବୀରଙ୍କୁ CAPF (କେନ୍ଦ୍ରୀୟ ଶସସ୍ତ୍ର ପୋଲିସ ବଳ) ଓ ଆଶାମ ରାଇଫଲ୍ସର ନିଯୁକ୍ତିରେ ୧୦% ସଂରକ୍ଷଣ ଦିଆଯିବ। ସର୍ବାଧିକ ବୟସ ସୀମାରେ ୩ ବର୍ଷ କୋହଳ ରହିବ ଓ ଏହା ପ୍ରଥମ ବ୍ୟାଚ ପାଇଁ ୫ ବର୍ଷ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଗ୍ନିପଥ ନୁଯୁକ୍ତି ସ୍କିମରେ ଶୁକ୍ରବାର ପ୍ରଥମ ପରିବର୍ତ୍ତନ କରାଯାଇଥିଲା। ଯୁବପିଢିଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ସରକାର ଅଗ୍ନିବୀରଙ୍କ ସର୍ବାଧିକ ବୟସ ସୀମାକୁ ଦୁଇ ବର୍ଷ ବୃଦ୍ଧି କରିଛି। ପୂର୍ବରୁ ୧୭.୫ ବର୍ଷରୁ ୨୧ ବର୍ଷର ଆଶାୟୀଙ୍କୁ ଅଗ୍ନିପଥ ନୁଯୁକ୍ତି ସ୍କିମରେ ନିଯୁକ୍ତି ଦେବାର ବ୍ୟବସ୍ଥା ଥିଲା। କିନ୍ତୁ ସର୍ବାଧିକ ବୟସ ସୀମାକୁ ୨୧ ବଦଳରେ ୨୩ ବର୍ଷ କରାଯାଇଛି। କୋରୋନା ସମୟରେ ଦୁଇ ବର୍ଷ ଭାରତୀୟ ସେନାରେ କୌଣସି ନିଯୁକ୍ତି ବାହାରି ନଥିବାରୁ ଏପରି ପଦକ୍ଷେପ ନିଆଯାଇଥିବା ସହକାର କହିଛନ୍ତି। ତେବେ ଏହି ବୟସ ସୀମା ପ୍ରଥମ ବର୍ଷ ଅର୍ଥାତ କେବଳ ୨୦୨୨ ବର୍ଷ ପାଇଁ ଲାଗୁ ହେବ।

Also Read: Agnipath scheme: 'ଅଗ୍ନିପଥ' ପାଇଁ ଅଗ୍ନିକାଣ୍ଡ, ବିରୋଧ ପରେ ବଡ଼ ପରିବର୍ତ୍ତନ କଲେ ସରକାର

ଅନ୍ୟପଟେ ଅଗ୍ନିପଥ ସ୍କିମର ନୁଯୁକ୍ତି ପ୍ରକ୍ରିୟା ପାଇଁ ସମ୍ଭାବ୍ୟ ତାରିଖ ନିର୍ଦ୍ଧାରିତ ହୋଇଛି। ଅଗ୍ନିପଥ ସ୍କିମ ଅଧିନରେ ବାୟୁସେନା ପ୍ରଥମେ ନିଯୁକ୍ତି ଦେବ। ଚଳିତ ବର୍ଷ ଜୁନ ୨୪ ତାରିଖରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର ଚୌଧୁରୀ କହିଛନ୍ତି। ଆସନ୍ତା ସପ୍ତାହେ ମଧ୍ୟରେ ସ୍ଥଳ ସେନା ଓ ନୌସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହେବ। ଡିସେମ୍ବର ବେଳକୁ ତାଲିମ ଆରମ୍ଭ ହେବ ଓ ୨୦୨୩ ମଧ୍ୟ ଭାଗ ବେଳକୁ ନିଯୁକ୍ତି ଓ ସକ୍ରିୟ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି।   

 

 

 

Read More
{}{}