Hindi News >>Home >>Odisha Education And Job

New NCERT Class 6 book : ବଦଳିଲା ଷଷ୍ଠ ଶ୍ରେଣୀ ବହି : ଏବେ ଗୋଟିଏ ପୁସ୍ତକରେ ପଢିବେ ୩ ଟି ବିଷୟ

Latest NCERT Books for Class 6 Social Science: ଏନସିଇଆରଟି ଷଷ୍ଠ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଷଷ୍ଠ ଶ୍ରେଣୀରେ ସାମାଜିକ ବିଜ୍ଞାନର ୩ଟି ଅଲଗା ଅଲଗା ବ‌ହିଥିବାବେଳେ ଏବେ ଏହାକୁ ମିସାଇ ‌‌ ଗୋଟିଏ ପୁସ୍ତକ କରିଦିଆଯାଇଛି। ଇତିହାସ, ଭୁଗୋଳ ଓ ନାଗରିକ ଶାସ୍ତ୍ରର ୩ଟି ବହିକୁ ମିସାଇ ଗୋଟିଏ ବହି କରିଦିଆଯାଇଛି।

Advertisement
NCERT
Stop
Zee Odisha Desk|Updated: Jul 21, 2024, 06:02 PM IST

NCERT : ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂର (ଏନସିଇଆରଟି) ଷଷ୍ଠ ଶ୍ରେଣୀର ସାମାଜିକ ବିଜ୍ଞାନ ପୁସ୍ତକରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଷଷ୍ଠ ଶ୍ରେଣୀରେ ସାମାଜିକ ବିଜ୍ଞାନର ୩ଟି ଅଲଗା ଅଲଗା ବ‌ହିଥିବାବେଳେ ଏବେ ଏହାକୁ ମିସାଇ ‌‌ ଗୋଟିଏ ପୁସ୍ତକ କରିଦିଆଯାଇଛି। ଇତିହାସ, ଭୁଗୋଳ ଓ ନାଗରିକ ଶାସ୍ତ୍ରର ୩ଟି ବହିକୁ ମିସାଇ ଗୋଟିଏ ବହି କରିଦିଆଯାଇଛି। ଏହି କ୍ରମରେ ଚଳିତବର୍ଷ  ତୃତୀୟ ଓ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନୂଆ ବହି ମିଳିବ। 

ନୂଆ ପାଠ୍ୟପୁସ୍ତକରେ ଗୋଟିଏ ନୂଆ ଅଧ୍ୟାୟରେ ୫ ସଂଯୁକ୍ତ ହୋଇଛି। ଏହି ଅଧ୍ୟାୟରେ ଭାରତର ଉତ୍ପତି ଉପରେ ବିସ୍ତୃତ ଚର୍ଚ୍ଚା କରାଯାଇଛି। ଏଥିରେ ଭାରତ ଓ ବିଷ୍ଣୁ ପୁରାଣ ଭଳି ପ୍ରାଚୀନ ଭାରତୀୟ ଗ୍ରନ୍ଥର ଉଦାହରଣ ସହିତ ମହାଭାରତ ଉପରେ ମଧ୍ୟ ବର୍ଣ୍ଣନା କରାଯାଇଛି। ମହାଭାରତରେ କାଶ୍ମୀର, କୁରୁକ୍ଷେତ୍ର, ବଙ୍ଗ, କଚ୍ଛ ଓ କେରଳ ଭଳି କ୍ଷେତ୍ରର ସୂଚୀ ରହିଛି। ପୁସ୍ତକରେ ଅନେକ ସଂସ୍କୃତ ଶବ୍ଦର ସଠିକ ଉଚ୍ଚାରଣ ସୁନିଶ୍ଚିତ କରିବା ପାଇଁ ବିଶେଷକ ଚିହ୍ନ ସହିତ ସାମିଲ କରାଯାଇଛି।

 ଏହି ଅଧ୍ୟାୟ ଛାତ୍ରଛାତ୍ରୀଙ୍କୁ ଭାରତର ଇତିହାସ ସହ ସଂଯୁକ୍ତ କରିବାକୁ ଶୈକ୍ଷଣିକ ଉପକରଣ ଭାବେ କାମ କରି କରିବ।ପୁସ୍ତକର ସପ୍ତମ ଅଧ୍ୟାୟରେ ବେଦ ଉପରେ ବିସ୍ତୃତ ଟିପ୍ପଣୀ ସହିତ ଭାରତୀୟ ସଂସ୍କୃତି ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ପୁରୁଣା ପାଠରେ ‘ଛାନ୍ଦୋଗ୍ୟ ଉପନିଷଦ' ଦ'ରୁ ଗୋଟିଏ କାହାଣୀ ଥିଲା। ତେବେ ନୂଆ ସଂସ୍କରଣରେ ‘କଥୋପନିଷଦ' ‘ବୃହଦାରଣ୍ୟକ ଉପନିଷଦ' ରୁ ଦୁଇଟି ଅତିରିକ୍ତ ବିଷୟ ସାମିଲ କରାଯାଇଛି। 

ନୂଆ ପାଠ୍ୟପୁସ୍ତକରେ ପ୍ରାଚୀନ ଭାରତୀୟ ସାମ୍ରାଜ୍ୟ ଉପରେ ସାମଗ୍ରୀକୁ ହଟାଇ ଦିଆଯାଇଛି। ଅଶୋକ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଗୁପ୍ତ, ପଲ୍ଲବ, ଚାଲୁକ୍ୟ ଓ କାଳିଦାସଙ୍କ ରଚନା ଭଳି ସାମ୍ରାଜ୍ୟର ବିଷୟରେ ଥିବା ୪ଟି ଅଧ୍ୟାୟକୁ ହଟାଇ ଦିଆଯାଇଛି।ଏବଂ ପୁରୁଣା ବହିର ଗାଁ, ସହର ବିଷୟ ଯେଉଁଥିରେ ଉପକରଣ, ମୁଦ୍ରା,ଜଳ ସେଚନ, ଶିଳ୍ପ ଓ ବ୍ୟବସାୟ ଆଦି ସାମିଲ ଥିଲା ତାହାକୁ ମଧ୍ୟ ହଟାଇ ଦିଆଯାଇଛି।କୁତୁବ ମିନାର, ଲୌହ ସ୍ତମ୍ବ, ସାଞ୍ଚିସ୍ତୁପ, ମହାବଳିପୁରମ ମନ୍ଦିର ଓ ଅଜନ୍ମା ଗୁମ୍ଫାମାନଙ୍କର ପେଣ୍ଟିଂ ସମ୍ପର୍କିତ ଐତିହାସିକ ସ୍ଥଳର ସନ୍ଦର୍ଭ ମଧ୍ୟ ହଟାଇ ଦିଆଯାଇଛି।

 ଏନସିଇଆରଟି ନିର୍ଦ୍ଦେଶକ ଦିନେସ ସକଲାନୀ ପୁସ୍ତକ ପରିଚୟ ଅଧ୍ୟାୟରେ କହିଛନ୍ତିଯେ,ଆମେ ‘ବଡ଼ ବିଚାର’ ଉପରେ ଧ୍ୟାନ କେନ୍ଦ୍ରିତ କରି ପାଠକୁ ଅଲଗା ରଖିବାକୁ ଉଦ୍ୟମ କରିଛୁ।ଏଣୁ ଆମେ କେତେକ ବିଷୟ ଇତିହାସ, ଭୁଗୋଳ, ରାଜନୀତି ବିଜ୍ଞାନ ଓ ଅର୍ଥ ଶାସ୍ତ୍ରକୁ ଗୋଟିଏ ପୁସ୍ତକରେ ସଂଯୋଜିତ କରିଛୁ।ଯାହାଦ୍ଵାରା ପିଲାଙ୍କୁ ପଢିବାକୁ ସହଜ ଓ ସୁବିଧା ହେବ।

Read More
{}{}