Hindi News >>Home >>Odisha Education And Job

JEE ରେଜଲ୍ଟ ପୂର୍ବରୁ ଜାଣିରଖନ୍ତୁ ବେଷ୍ଟ୍ IIT କଲେଜର ନାମ, ଏଠାରେ ଆଡ଼ମିସନ ପାଇଲେ ହୋଇଯିବେ 'ଶ୍ରେଷ୍ଠ'

ଜାନୁଆରୀରେ ହୋଇଥିବା ପ୍ରଥମ ସେସନ୍ JEE ମେନ୍ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଫାଇନାଲ୍ ଏନସାର କି ଜାରି କରିଛି । JEE ମେନ୍ ପରୀକ୍ଷା ଜାନୁଆରୀ ୨୦୨୩ ଫାଇନାଲ ଏନସାର-କି ଡାଉନଲୋଡ୍ କରିବାକୁ ଆପଣ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଲିଙ୍କରେ ଯାଇ କରିପାରିବେ । ତେଣୁ ଜାନୁଆରୀ ସେସନର JEE ମେନ୍ ପରୀକ୍ଷ

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Feb 06, 2023, 07:55 PM IST

Top IITs and NITs of India: ଜାନୁଆରୀରେ ହୋଇଥିବା ପ୍ରଥମ ସେସନ୍ JEE ମେନ୍ ପରୀକ୍ଷା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି (NTA) ଫାଇନାଲ୍ ଏନସାର କି ଜାରି କରିଛି । JEE ମେନ୍ ପରୀକ୍ଷା ଜାନୁଆରୀ ୨୦୨୩ ଫାଇନାଲ ଏନସାର-କି ଡାଉନଲୋଡ୍ କରିବାକୁ ଆପଣ ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଲିଙ୍କରେ ଯାଇ କରିପାରିବେ । ତେଣୁ ଜାନୁଆରୀ ସେସନର JEE ମେନ୍ ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାର୍ଥୀମାନେ ପରୀକ୍ଷା ପୋର୍ଟାଲରେ ଥିବା ଆକ୍ଟିଭ ଲିଙ୍କରୁ jeemain.nta.nic.in ସିଧାସଳଖ ଲିଙ୍କରୁ ଫାଇନାଲ୍ ଏନସାର୍ କି ଡାଉନଲୋଡ୍ କରିପାରିବେ । ଫାଇନାଲ ରେଜଲ୍ଟ ଆସିବା ପୂର୍ବରୁ, ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଆଡମିଶନ କରିବାକୁ ଚିନ୍ତା କରୁଥିବା ଛାତ୍ରମାନେ ଜାଣିବା ଉଚିତ୍ କେଉଁ ଇଞ୍ଜିନିୟରିଂ କଲେଜଗୁଡ଼ିକ ସେମାନଙ୍କ ପାଇଁ ଠିକ୍ ଓ କେଉଁଟି ଠିକ୍ ନୁହେଁ । ଏହା ବ୍ୟତୀତ, ଛାତ୍ରମାନେ କିପରି ଏକ ସଠିକ୍ ଇଞ୍ଜିନିୟରିଂ କଲେଜ ବାଛିବେ ତାହା ମଧ୍ୟ ଜାଣିବା ଆବଶ୍ୟକ । ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ କହିବୁ ଯେ କିପରି ଆପଣ ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ଏକ ଉତ୍ତମ IIT କିମ୍ବା NIT ବାଛିପାରିବେ ।

ଏଥିପାଇଁ, NIRF ରେଙ୍କିଙ୍ଗ୍, ଭିତ୍ତିଭୂମି ଓ ପ୍ଲେସମେଣ୍ଟ୍ ସହିତ ଏହିପରି ଅନେକ ମାନଦଣ୍ଡ ଅଛି, ଯାହାକୁ କେବଳ ଯାଞ୍ଚ କରିବା ପରେ କୌଣସି ବି ଛାତ୍ର ବି.ଟେକ୍ ଓ BE ପାଠ୍ୟକ୍ରମ ପାଇଁ ଏକ ଉତ୍ତମ କଲେଜ ବାଛି ପାରିବେ । ଅନେକ ଛାତ୍ରଛାତ୍ରୀ ମାନେ ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଖୋଜିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ବିଭିନ୍ନ ମାନଦଣ୍ଡ ଆଧାରରେ ଭାରତର ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜଗୁଡ଼ିକର ତାଲିକା ଉପସ୍ଥାପନ କରୁଛୁ ।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରେଙ୍କିଙ୍ଗ୍ ଫ୍ରେମୱାର୍କ (NIRF) 2022 ଅନୁଯାୟୀ ଶ୍ରେଷ୍ଠ ୧୦ ଇଞ୍ଜିନିୟରିଂ କଲେଜ ବିଷୟରେ ନିମ୍ନରେ ଜାଣନ୍ତୁ...
ରେଙ୍କ୍ ୧: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ, ଚେନ୍ନାଇ, ତାମିଲନାଡୁ (IIT Madras)
ରେଙ୍କ୍ ୨: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ନୂଆଦିଲ୍ଲୀ (IIT Delhi)
ରେଙ୍କ୍ ୩: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ, ମୁମ୍ବାଇ, ମହାରାଷ୍ଟ୍ର (IIT Bombay)
ରେଙ୍କ୍ ୪: ଉତ୍ତରପ୍ରଦେଶର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି କାନପୁର (IIT Kanpur)
ରେଙ୍କ୍ ୫: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଖଡଗପୁର, ପଶ୍ଚିମବଙ୍ଗ  (IIT Kharagpur)
ରେଙ୍କ୍ ୬: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରୁରକି, ଉତ୍ତରପ୍ରଦେଶ (IIT Roorkee)
ରେଙ୍କ୍ ୭: ଆସାମର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଗୁଆହାଟି (IIT Guwahati)
ରେଙ୍କ୍ ୮: ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ତିରୁଚିରାପଲ୍ଲୀ, ତାମିଲନାଡୁ (NIT Trichy)
ରେଙ୍କ୍ ୯: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ହାଇଦ୍ରାବାଦ, ତେଲେଙ୍ଗାନା (IIT Hyderabad)
ରେଙ୍କ୍ ୧୦. ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି NITK ସୁରଥକାଲ୍ (NITK Surathkal)

ଏହା ବି ପଢ଼ନ୍ତୁ: Door Of Hell: ପୃଥିବୀରେ ଏହି ସ୍ଥାନରେ ରହିଛି 'ନର୍କ ଦ୍ୱାର', ଏଠାକୁ ଯିଏ ଥରେ ଯାଏ, ସେ କେବେ ଜୀବନ୍ତ ଫେରେ ନାହିଁ

 

Read More
{}{}