Hindi News >>Home >>Odisha Education And Job

Indian Post Recruitment 2023: ଡାକ ବିଭାଗରେ ୪୦ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଯଥାଶୀଘ୍ର କରନ୍ତୁ ଆବେଦନ

India Post Bharti 2023: ଭାରତୀୟ ଡାକସେବାରେ ଏକାଧିକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଏକାଥରକେ ୪୦ ହଜାରରୁ ଅଧିକ ନିଯୁକ୍ତି ବାହାରିଛି । ଗ୍ରାମୀଣ ଡାକ ସେବକ (Gramin Dak Sevaks), ଶାଖା ପୋଷ୍ଟମାଷ୍ଟର , ଆସିଷ୍ଟାଣ୍ଟ ଶାଖା ପୋଷ୍ଟମାଷ୍ଟର (ABPM)/Dak Sevak)ର ୪୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ନିଯୁକ୍ତି ପାଇଁ ଆବେଦନ କରିନାହାଁନ୍ତି ତେବେ ଶୀଘ୍ର କରନ୍ତୁ ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 15, 2023, 05:17 PM IST

India Post Bharti 2023: ଭାରତୀୟ ଡାକସେବାରେ  ଏକାଧିକ ପଦବୀ ପାଇଁ ନିଯୁକ୍ତି ବାହାର କରିଛି । ଏକାଥରକେ ୪୦ ହଜାରରୁ ଅଧିକ  ନିଯୁକ୍ତି ବାହାରିଛି ।  ଗ୍ରାମୀଣ ଡାକ ସେବକ (Gramin Dak Sevaks), ଶାଖା ପୋଷ୍ଟମାଷ୍ଟର , ଆସିଷ୍ଟାଣ୍ଟ ଶାଖା ପୋଷ୍ଟମାଷ୍ଟର (ABPM)/Dak Sevak)ର ୪୦ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାରିଛି।  ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଏହି  ନିଯୁକ୍ତି ପାଇଁ ଆବେଦନ କରିନାହାଁନ୍ତି ତେବେ ଶୀଘ୍ର କରନ୍ତୁ । ଏହାର କାରଣ ହେଉଛି ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ପାଖେଇ ଆସୁଛି । ତେବେ, ଆବେଦନ ପକ୍ରିୟା ପାଇଁ ଶେଷ ତାରିଖ ଆସନ୍ତାକାଲି(୧୬ ଫେବୃଆରୀ ) ରହିଛି । ଏହି ପଦବୀ ଗୁଡିକରେ ଆବେଦନ କରିବାକୁ ଚାହୁଁଥିବା  ପ୍ରାର୍ଥୀମାନେ ଇଣ୍ଡିଆନ୍ ପୋଷ୍ଟର indiapostgdsonline.gov.in ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ। 

ଆପ୍ଲିକେସନ କରେକସନ୍ ଓ୍ବିଣ୍ତୋ : ଡାକ ବିଭାଗରେ ଏହି ଚାକିରି ପାଇଁ ଆବେଦନ ଫର୍ମ ପୂରଣ କରିଥିବା ପ୍ରାର୍ଥୀମାନେ ମଧ୍ୟ ଯଦି ଭରିଥିବା ଫର୍ମରେ କୌଣସି ତ୍ରୃଟି ଥାଏ। ତେବେ, ତାହାକୁ ସୁଧାରି ପାରିବେ। ପ୍ରାର୍ଥୀମାନେ ୧୯ ଫେବୃଆରୀ ପର୍ଯ୍ୟନ୍ତ ନିଜ ଫର୍ମରେ ଥିବା ଦୋଷତ୍ରୃଟିକୁ ମଧ୍ୟ ସଂଶୋଧନ କରିପାରିବେ। 

କେଉଁମାନେ ଆବେଦନ କରିପାରିବେ ? : ଗ୍ରାମୀଣ ଡାକ ସେବାର ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଉଚିତ୍ । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ କୋହଳ କରାଯାଇଛି । ଏହା ସହିତ ପ୍ରାର୍ଥୀ ଜଣକ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ, ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏବଂ ସାଇକେଲ ଚଳନା ଜାଣିବା ସହ କମ୍ପ୍ୟୁଟର ଜ୍ଞାନ ମଧ୍ୟ ଥିବା ଆବଶ୍ୟକ ।

ଆବେଦନ ଶୁଳ୍କ: ଇଣ୍ଡିଆନ୍ ପୋଷ୍ଟର ଏହି ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫି ଦେବାକୁ ପଡିବ। ଏବଂ  ସମସ୍ତ ମହିଳା ଆବେଦନକାରୀ, ଏସସି / ଏସଟି ଆବେଦନକାରୀ  ଏବଂ ତୃତୀୟ ଲିଙ୍ଗଙ୍କୁ କୌଣସି ଦେୟ ଦେବାକୁ ପଡିବନି। 

ଚୟନ ପ୍ରକ୍ରିୟା: ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଦଶମ ଶ୍ରେଣୀରେ ପ୍ରାପ୍ତ ମାର୍କ ଆଧାରରେ ପ୍ରାର୍ଥୀଙ୍କ ଯୋଗ୍ୟତା ପ୍ରସ୍ତୁତ ହେବ ।

ଏହାବି ପଢନ୍ତୁ : NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?

ଏହାବି ପଢନ୍ତୁ :  Agniveer Recruitment New Rules: ବଦଳିଲା ନିୟମ, ଅଗ୍ନିବୀରରେ ସାମିଲ ହେବାକୁ ହେଲେ କରିବାକୁ ପଡ଼ିବ ଏହି କାମ

ଏହାବି ପଢନ୍ତୁ : CBSE Board Exams 2023: ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା, ଜାଣନ୍ତୁ କେବେ ଶେଷ ହେବ ଏକଜାମ୍?

ଏହାବି ପଢନ୍ତୁ :  Kendriya Vidalaya Recruitment: ଘୁଞ୍ଚିଲା କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ପରୀକ୍ଷା; ଜାଣନ୍ତୁ ସବିଶେଷ ତଥ୍ୟ

 

Read More
{}{}