Hindi News >>Home >>Odisha Education And Job

Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ

Indian Air Force Recruitment: ପ୍ରାର୍ଥୀମାନେ IAF ର ଅଫିସିଆଲ୍ ୱେବ୍‌ସାଇଟ୍‌ https://agnipathvayu.cdac.in/AV/କୁ ଯାଇ ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IAF Recruitment 2024: Apply for Airmen posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisement
Indian Air Force Recruitment: ଭାରତୀୟ ବାୟୁସେନାରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ, ଏବେ ହିଁ କରନ୍ତୁ ଆବେଦନ
Stop
Zee Odisha Desk|Updated: May 21, 2024, 07:26 PM IST

Indian Air Force Recruitment: ଭାରତୀୟ ବାୟୁସେନାରେ(IAF) ଚାକିରି କରିବାକୁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିରେ IAF ରେ ଗ୍ରୁପ୍ ମେଡିକାଲ୍ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରାହୀ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ IAF ର ଅଫିସିଆଲ୍ ୱେବ୍‌ସାଇଟ୍‌ https://agnipathvayu.cdac.in/AV/କୁ ଯାଇ ଦେଖିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ IAF Recruitment 2024: Apply for Airmen posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ତାରିଖ ମେ ୨୨ରୁ ଆରମ୍ଭ ହେଉଥିବା ବେଳେ ଏହା ଜୁନ୍ ୫ ତାରିଖ ପର୍ଯ୍ୟ.ନ୍ତ ଚାଲିବ।

ଶିକ୍ଷାଗତ ଯୋଗ୍ୟତା:

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଇଂରାଜୀ ବିଷୟ ସହିତ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ଦ୍ୱାଦଶ ପାଶ୍

ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଫାର୍ମାସୀରେ ଡିପ୍ଲୋମା କିମ୍ବା ବି.ଏସ୍। ଇଂରାଜୀରେ ମଧ୍ୟ ୫୦% ମାର୍କ ରଖିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ।

ବୟସ ସୀମା:

ପ୍ରାର୍ଥୀମାନେ ୨ ଜାନୁଆରୀ ୨୦୦୪ ରୁ ୨ ଜାନୁୟାରୀ ୨୦୦୮ ମଧ୍ୟରେ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ। ସେହିପରି ୨ ଜାନୁଆରୀ ୨୦୦୧ ରୁ ୨ ଜାନୁୟାରୀ ୨୦୦୪ ମଧ୍ୟରେ ଫାର୍ମାସୀରେ ଡିପ୍ଲୋମା କିମ୍ବା ବି.ଏସ୍ ପାସ୍ କରିଥିବା ଆବଶ୍ୟକ।

ଶାରୀରିକ ମାପଦଣ୍ଡ:

ଉଚ୍ଚତା – ୧୫୨ ସେମି

ଛାତି – ଅତିକମରେ ୫ ସେମି ଫୁଲୁଥିବ

ଓଜନ – ବୟସ ଏବଂ ଉଚ୍ଚତା ଅନୁପାତରେ

ଶ୍ରବଣ କ୍ଷମତା – ଶ୍ରବଣ କ୍ଷମତା ସାଧାରଣ ହେବା ଉଚିତ। ପ୍ରତ୍ୟେକ କାନ ପୃଥକ ଭାବରେ ଛଅ ମିଟର ଦୂରରୁ ଆସୁଥିବା ଶବ୍ଦ ଶୁଣିପାରୁଥିବ

ଦାନ୍ତ – ମାଢ଼ି ସୁସ୍ଥ ଏବଂ ଦାନ୍ତ ଭଲ ହେବା ଉଚିତ। ଅତିକମରେ ୧୪ଟି ଡେଣ୍ଟାଲ୍ ପଏଣ୍ଟ ଥିବା ଜରୁରୀ

{}{}