Hindi News >>Home >>Odisha Education And Job

Government Jobs 2023: ରାଜ୍ୟ ସରକାର NLUOରେ ବାହାର କଲେ ବମ୍ପର ନିଯୁକ୍ତି, ଦରମା ୩୦ ହଜାର ଉପରେ

Government Jobs 2023: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ବାହାର କଲେ ବମ୍ପର ନିଯୁକ୍ତି । ଆଜିହିଁ କରନ୍ତୁ ଆବେଦନ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା, କଟକ (National Law University, Cuttack, Odisha) ପକ୍ଷରୁ ଏକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ଦରମା ୩୦ ହଜାର ଉପରେ ...  

Advertisement
ସୌଜନ୍ୟ- ସୋସିଆଲ ମିଡି଼ଆ
Stop
Zee Odisha Desk|Updated: Oct 19, 2023, 09:34 AM IST

Government Jobs 2023: ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ବାହାର କଲେ ବମ୍ପର ନିଯୁକ୍ତି । ଆଜିହିଁ କରନ୍ତୁ ଆବେଦନ। ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡ଼ିଶା, କଟକ (National Law University, Cuttack, Odisha) ପକ୍ଷରୁ ଏକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପ୍ରୋଜେକ୍ଟ ମ୍ୟାନେଜର ଏବଂ ପ୍ରୋଜେକ୍ଟ ଆସୋସିଏଟ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି।  ଇଚ୍ଛକ ପ୍ରାର୍ଥୀ ବା ଆଶାୟୀ ତଳେ ଦିଆଯାଇଥିବା ଅଫିସିଆଲ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ।  ଏବଂ ଆବେଦନ ମଧ୍ୟ କରିପାରିବେ। 

Also Read: Gold Rate: ସୁନା ଦରରେ ବିରାଟ ପରିବର୍ତ୍ତନ, ଜାଣନ୍ତୁ ଭୁବନେଶ୍ବର-କଟକରେ ଆଜି କେତେ ରହିଛି ରେଟ୍ ?

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, (National Law University, Cuttack, Odisha) କଟକରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟଟି କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ବିଶ୍ବ ବିଦ୍ୟାଳୟର ମାନ୍ୟତା ପାଇଛି। ବିଶ୍ବ ବିଦ୍ୟାଳୟରେ ଏବେ ଏକାଧିକ ପଦବୀ ଖାଲି ରହିଛି । ଏନେଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାସ୍ କରି ଯୋଗ୍ୟ ପ୍ରାର୍ଥୀଙ୍କୁ  ପ୍ରୋଜେକ୍ଟ ମ୍ୟାନେଜର ଏବଂ ପ୍ରୋଜେକ୍ଟ ଆସୋସିଏଟ ପଦରେ ନିଯୁକ୍ତି ଦିଆଯିବ । ୫ଟି ପ୍ରୋଜେକ୍ଟ ମ୍ୟାନେଜର ପଦ ଖାଲି ଥିବା ବେଳେ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ସେଥିରେ ନିଯୁକ୍ତି ଦିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସେହିପର ୧୦ଟି ପ୍ରୋଜେକ୍ଟ ଆସୋସିଏଟ ପଦ ଖାଲିଥିବା ବେଳେ ସେଥିରେ ଅଣସଂରକ୍ଷିତ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

ଦରମା:
ପ୍ରୋଜେକ୍ଟ ମ୍ୟାନେଜର (Project manager)ପଦରେ ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ବେତନ ସହିତ ଅନ୍ୟ ସୁବିଧା ମିଳିବ। ସେହିପରି ପ୍ରୋଜେକ୍ଟ ଆସୋସିଏଟ (Project Associate) ପଦରେ ପ୍ରାର୍ଥୀଙ୍କୁ ମାସିକ ୧୩,୫୦୦ ଟଙ୍କା ବେତନ ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ। ନଭେମ୍ବର ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପତ୍ର ସ୍ପିଡ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ପଠାଇ ପାରିବେ। ପ୍ରଥମ ପଦ ପାଇଁ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଓ ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀଙ୍କୁ ୨୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ (ଡିଡି) ପଠାଇବାକୁ ପଡ଼ିବ ।

ଓ୍ବେବ୍ ସାଇଟ୍ ଲିଙ୍କ୍ : https://www.nluo.ac.in/

Read More
{}{}