Hindi News >>Home >>Odisha Education And Job

CRPF Exam: ଓଡ଼ିଆ ସମେତ ଏହି ୧୩ଟି ଆଞ୍ଚଳିକ ଭାଷାରେ ହେବ CRPF କନଷ୍ଟେବଳ ନିଯୁକ୍ତି ପରୀକ୍ଷା, MHA ଦେଲା ମଞ୍ଜୁରୀ

CRPF Exam: ଏକ ଐତିହାସିକ ନିଷ୍ପତ୍ତିରେ ଗୃହ ମନ୍ତ୍ରଣାଳୟ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ (CAPF) ରେ କନଷ୍ଟେବଳ (General Duty) ପଦବୀ ପାଇଁ ପରୀକ୍ଷା ପରିଚାଳନାକୁ ଅନୁମୋଦନ କରିଛି ।

Advertisement
ସାଙ୍କେତିକ ଛବି
Stop
Jagdish Barik|Updated: Apr 15, 2023, 06:05 PM IST

Central Armed Police Forces Exam: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ ଟି ଆଞ୍ଚଳିକ ଭାଷାରେ କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (CRPF) ରେ ନିଯୁକ୍ତି ପାଇଁ କନଷ୍ଟେବଳ (General Duty) ପରୀକ୍ଷା ପରିଚାଳନାକୁ ଅନୁମୋଦନ କରିଛି । CAPF ରେ ସ୍ଥାନୀୟ ଯୁବକଙ୍କ ଅଂଶଗ୍ରହଣ ବୃଦ୍ଧି ତଥା ଆଞ୍ଚଳିକ ଭାଷାକୁ ଉତ୍ସାହିତ କରିବା ପାଇଁ ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କ ଉଦ୍ୟମରେ ଏହି ଐତିହାସିକ ନିଷ୍ପତ୍ତି ନିଆଯାଇଛି । 

ବର୍ତ୍ତମାନ CRPF ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଆସାମି, ବଙ୍ଗାଳୀ, ଗୁଜୁରାଟୀ, ମରାଠୀ, ମାଲାୟାଲମ୍, କନ୍ନଡ, ତାମିଲ, ତେଲୁଗୁ, ଓଡି଼ଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀରେ ସ୍ଥିର ହେବ ।

ଗୃହ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ଯୋଗୁଁ ଲକ୍ଷ ଲକ୍ଷ ପ୍ରାର୍ଥୀ ମାତୃଭାଷା / ଆଞ୍ଚଳିକ ଭାଷାରେ ପରୀକ୍ଷାରେ ଭାଗ ନେଇପାରିବେ । ଯେଉଁଥିପାଇଁ ସେମାନଙ୍କର ଚୟନ ସମ୍ଭାବନା ବଢିବ । କନଷ୍ଟେବଲ୍ (ଜେନେରାଲ୍ ଡ୍ୟୁଟି) ପରୀକ୍ଷା ଷ୍ଟାଫ୍ ଚୟନ ଆୟୋଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ପରୀକ୍ଷା ମଧ୍ୟରୁ ଅନ୍ୟତମ । ଯେଉଁଥିରେ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ପ୍ରାର୍ଥୀ ଅଂଶଗ୍ରହଣ କରନ୍ତି । ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧ ଜାନୁଆରୀ ୨୦୨୪ ରୁ ୧୩ ଟି ଆଞ୍ଚଳିକ ଭାଷାରେ ପରୀକ୍ଷା କରାଯିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓ ଗୃହ ଓ ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଆଞ୍ଚଳିକ ଭାଷାର ବ୍ୟବହାର ତଥା ବିକାଶକୁ ଉତ୍ସାହିତ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପ୍ରତିବଦ୍ଧ ।

କହିରଖୁଛୁ ଯେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ତାଙ୍କୁ ବିଭିନ୍ନ ଆଞ୍ଚଳିକ ଭାଷାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ନିଯୁକ୍ତି ପରୀକ୍ଷା ଦେବାକୁ ଅନୁରୋଧ କରିଥିଲେ । ଏହି ନିଯୁକ୍ତି ପରୀକ୍ଷାରେ 'ମୌଳିକ ହିନ୍ଦୀ ବୁଝାମଣା' ପାଇଁ ରଖାଯାଇଥିବା ୨୫ ପ୍ରତିଶତ ମାର୍କ ବିଷୟରେ ଷ୍ଟାଲିନ ଅଭିଯୋଗ କରିଛନ୍ତି । ଷ୍ଟାଲିନ କହିଥିଲେ ଯେ ତାମିଲ ସହିତ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ମଧ୍ୟ ଏଥିରେ ରଖାଯିବା ଉଚିତ । ଷ୍ଟାଲିନ କହିଛନ୍ତି ଯେ ଏହି କାରଣରୁ ତାମିଲନାଡୁର ଯୁବକମାନଙ୍କ CRPF ଚାକିରି ପାଇଁ ମନୋନୀତ ହେବାର ସମ୍ଭାବନା କମିଛି । ଷ୍ଟାଲିନ ଅମିତ ଶାହାଙ୍କୁ କହିଛନ୍ତି ଯେ ପ୍ରାର୍ଥୀଙ୍କୁ ତାମିଲ ଓ ଅନ୍ୟାନ୍ୟ ଭାଷାରେ ପରୀକ୍ଷାରେ ହାଜର ହେବାକୁ ଅନୁମତି ଦିଆଯାଉ ।

ଏହା ବି ପଢ଼ନ୍ତୁ: Property Document Correction: ଜମି ରେଜିଷ୍ଟ୍ରି କିମ୍ବା ସମ୍ପତ୍ତି ଡକ୍ୟୁମେଣ୍ଟରେ ଆପଣଙ୍କ ନାମ ଭୁଲ୍ ରହିଛି କି? ଜାଣନ୍ତୁ କିପରି କରିପାରିବେ ଠିକ୍

ଏହା ବି ପଢ଼ନ୍ତୁ: Knowledge: ସିଗାରେଟ୍ କଥା ଛାଡନ୍ତୁ...ବିଡିକୁ ଇଂରାଜୀରେ କ’ଣ କୁହାଯାଏ ଆପଣ ଜାଣନ୍ତି କି? ଏବେବି ଅନେକ ଧନୀ ଲୋକ କାହିଁକି ଏହାକୁ ଟାଣନ୍ତି

ଏହା ବି ପଢ଼ନ୍ତୁ: Maci Currin: ଏ ହେଉଛନ୍ତି ଦୁନିଆର ସବୁଠୁ ଲମ୍ବା ଗୋଡ ଥିବା ଝିଅ, ଗିନିଜ ୱାର୍ଲ୍ଡ ରେକର୍ଡରେ ଲିପିବଦ୍ଧ ରହିଛି ନାମ

{}{}