Hindi News >>Home >>Odisha Education And Job

CBSE Supplementary Exam: ଏହି ଦିନ ହେବ ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା

Supplementary Exam:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ର ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ପଢନ୍ତୁ ପୂରା ରିପୋର୍ଟ...

Advertisement
CBSE Supplementary Exam: ଏହି ଦିନ ହେବ ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା
Stop
Zee Odisha Desk|Updated: May 19, 2024, 11:34 AM IST

Supplementary Exam:  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (CBSE) ର ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ସିବିଏସ୍ଇ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୧୫ ତାରିଖରେ ଆରମ୍ଭ ହେବ ବୋଲି ଜଣାପଡିଛି।  ଏନେଇ ସିବିଏସଇ ପକ୍ଷରୁ ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରାଯିବ।  ସୂଚନାଯୋଗ୍ୟ, ଗତ ସୋମବାର  ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଗୋଟିଏ କିମ୍ବା ୨ ଟି ବିଷୟରେ ଫେଲ୍ ହୋଇଥିବା ପିଲାମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇପାରିବେ।  ଏନେଇ ସେମାନଙ୍କୁ ସୁଯୋଗ ମିଳିବ। ଏ-ସମ୍ପର୍କରେ ସମସ୍ତ ବିବରଣୀ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ଜଣାପଡିଛି। 

ALSO READ: Plus Two Result 2024: ଏହି ଦିନ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ !

ଚଳିତ ବର୍ଷ ଦଶମରେ ୯୩.୬୦ ପ୍ରତିଶତ  ଓ ଦ୍ବାଦଶ ଶ୍ରେଣୀରେ ୮୭.୯୮ ପ୍ରତିଶତ ରେଜଲ୍ଟ ହୋଉଛି। ଦଶମରେ ୧ ଲକ୍ଷ ୩୨ ହଜାର ଓ ଦ୍ବାଦଶରେ ୧ ଲକ୍ଷ ୨୨ ହଜାର ରୁ ଅଧିକ ପିଲା କମ୍ପାଟମେଣ୍ଟ ତଥା ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ଯେଉଁମାନେ ଗୋଟିଏ କିମ୍ବା ୨ଟି ବିଷୟରେ ଫେଲ୍ ହୋଇଛନ୍ତି। ଏହି ପରୀକ୍ଷା ଦେବା ପାଇଁ ସିବିଏସ୍ଇ ଓ୍ବେବସାଇଟ୍ cbse.govt.inରେ ସମସ୍ତ ସୂଚନା ରହିଛି।

 

 

{}{}