Hindi News >>Home >>Odisha Education And Job

BSF Recruitment 2024: BSFରେ ନିଯୁକ୍ତି ସୁଯୋଗ, ଦଶମ ଓ ITI ପାସ୍ କରିଥିଲେ କରିପାରିବେ ଆବେଦନ...

BSF Recruitment 2024: ଯଦି ଆପଣ ପ୍ରତିରକ୍ଷା ବିଭାଗରେ ଚାକିରି କରିବାକୁ ଇସ୍ଛୁକ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୀମା ସୁରକ୍ଷା ବଳ(BSF) ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏନେଇ BSF ଏକ ବିଜ୍ଞପ୍ତି ମାଧ୍ୟରେ ସୂଚନା ଦେଇଛି। ଉଭୟ ପୁରୁଷ ଓ ମହିଳା ଏହି ଚାକିରି ପାଇଁ ଆବେଦନ କରିପାରିବେ।

Advertisement
BSF Recruitment 2024: BSFରେ ନିଯୁକ୍ତି ସୁଯୋଗ, ଦଶମ ଓ ITI ପାସ୍ କରିଥିଲେ କରିପାରିବେ ଆବେଦନ...
Stop
Zee Odisha Desk|Updated: Mar 21, 2024, 01:00 PM IST

BSF Recruitment 2024: ଯଦି ଆପଣ ପ୍ରତିରକ୍ଷା ବିଭାଗରେ ଚାକିରି କରିବାକୁ ଇସ୍ଛୁକ ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ସୀମା ସୁରକ୍ଷା ବଳ(BSF) ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏନେଇ BSF ଏକ ବିଜ୍ଞପ୍ତି ମାଧ୍ୟରେ ସୂଚନା ଦେଇଛି। ଉଭୟ ପୁରୁଷ ଓ ମହିଳା ଏହି ଚାକିରି ପାଇଁ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ ନିଜ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବସାଇଟ୍ https://rectt.bsf.gov.in/ କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। 

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହି ପ୍ରକ୍ରିୟା ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ଖାଲି ପଦବୀ:

ସହକାରୀ ବିମାନ ମେକାନିକ୍ (ASI)  ପାଇଁ ୦୮ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ସହକାରୀ ରେଡିଓ ମେକାନିକ୍ (ASI) ପାଇଁ ୧୧ଟି ପୋଷ୍ଟ୍‌ ଖାଲି ପଡ଼ିଛି ସେହିପରି କନଷ୍ଟେବଲ୍ (ଷ୍ଟୋରମ୍ୟାନ୍) ପାଇଁ ୦୩ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ SI (ୱାର୍କ୍ସ) ପାଇଁ ଖାଲି ପଡ଼ିଛି ୧୩ଟି ପୋଷ୍ଟ। SI / JE (ଇଲେକ୍ଟ୍ରିକାଲ୍)  ପାଇଁ ୦୯ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ହେଡ୍ କନ୍‌ଷ୍ଟେବଲ୍ (ପ୍ଲମ୍ବର)  ପାଇଁ ୦୧ଟି ପୋଷ୍ଟ୍‌ ଓ ହେଡ୍ କନ୍‌ଷ୍ଟେବଲ୍ (କାର୍ପେଣ୍ଟର) ପାଇଁ ୦୧ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି କନ୍‌ଷ୍ଟେବଲ୍ (ଜେନେରେଟର ଅପରେଟର୍) ପାଇଁ ୧୩ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ କନ୍‌ଷ୍ଟେବଲ୍ (ଜେନେରେଟର ମେକାନିକ୍) ପାଇଁ ଖାଲି ପଡ଼ିଛି ୧୪ଟି ପୋଷ୍ଟ୍‌। କନ୍‌ଷ୍ଟେବଲ୍ (ଲାଇନ୍‌ମ୍ୟାନ୍) ପାଇଁ ୦୯ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୮୨ଟି ପଦବୀ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଉପରୋକ୍ତ ପଦବୀମାନଙ୍କରେ ଆବେଦନ ପାଇଁ ପ୍ରାର୍ଥୀ ସରକାରୀ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ତିନି ବର୍ଷ ଡିପ୍ଲୋମା କରିଥିବା ଆବଶ୍ୟକ। ସେହିପରି ସିଭିଲ୍ ଆଭିଏସନ୍ ନିର୍ଦ୍ଦେଶାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଟେଲି ଯୋଗାଯୋଗ କିମ୍ବା ଇଲେକ୍ଟ୍ରୋନିକ୍ ଇଞ୍ଜିନିୟରିଂରେ ତିନି ବର୍ଷର ଡିପ୍ଲୋମା କରିଥିବା ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଦଶମ ପାଶ୍‌ କିମ୍ବା ଆବେଦନ କରୁଥିବା ଟ୍ରେଡ୍‌ରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ।

ବୟସ ସୀମା:

ସର୍ବନିମ୍ନ ବୟସ – ୧୮ ବର୍ଷ

ସର୍ବାଧିକ ବୟସ – ୩୦ ବର୍ଷ

ଆବେଦନ ଶୁଳ୍କ:

ଗ୍ରୁପ୍ ବି – ୨୦୦ ଟଙ୍କା

ଗ୍ରୁପ୍ ସି – ୧୦୦ ଟଙ୍କା

ଦରମା:

ସର୍ବନିମ୍ନ ମାସିକ ଦରମା – ୨୧, ୭୦୦ ଟଙ୍କା

ସର୍ବାଧିକ ମାସିକ ଦରମା – ୧,୧୨, ୪୦୦ ଟଙ୍କା

 

Read More
{}{}