Hindi News >>Home >>Odisha Education And Job

Railway Recruitment 2023: ୨ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରିକଲା ଭାରତୀୟ ରେଳବାଇ, ଫଟାଫଟ୍ କରନ୍ତୁ ଆବେଦନ

Railway Recruitment 2023: କେନ୍ଦ୍ରୀୟ ରେଳବାଇ ଦୁଇ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ସାଇଟ୍ ଭିଜିଟ୍ କରି ଏହି ପଦବୀ ପାଇଁ ଆବେଦନ କରିପାରିବେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Aug 29, 2023, 09:22 PM IST

RRC CR Apprentice Recruitment 2023: ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଯାହା ଅନୁଯାୟୀ କେନ୍ଦ୍ରୀୟ ରେଳବାଇରେ ଦୁଇ ହଜାରକୁ ଅଧିକ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ । ଏହି ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ rrccr.com ଭିଜିଟ୍ କରି ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ପ୍ରାର୍ଥୀମାନେ ଏହି ପଦବୀ ପାଇଁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଏହି ନିଯୁକ୍ତି ଡ୍ରାଇଭ୍ କେନ୍ଦ୍ରୀୟ ରେଳବାଇରେ ଆପ୍ରେଣ୍ଟିସର ୨୪୦୯ ଟି ପଦ ପୂରଣ କରିବ । ଏହି ନିଯୁକ୍ତି ଡ୍ରାଇଭ୍ ଅଧୀନରେ ମୁମ୍ବାଇ କ୍ଲଷ୍ଟରର ୧୬୪୯ ଟି ପୋଷ୍ଟ, ପୁଣେ କ୍ଲଷ୍ଟରର ୧୫୨ ଟି ପୋଷ୍ଟ, ସୋଲାପୁର କ୍ଲଷ୍ଟରର ୭୬ଟି ପୋଷ୍ଟ, ଭୁସାବଲ କ୍ଲଷ୍ଟରର ୪୧୮ ଟି ପୋଷ୍ଟ ଓ ନାଗପୁର କ୍ଲଷ୍ଟରର ୧୧୪ ଟି ପଦବୀ ପୂରଣ ହେବ । ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ନିଶ୍ଚିତ ଭାବରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିମ୍ବା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ପାସ କରିଥିବା ଆବଶ୍ୟକ । ଏହା ସହିତ ପ୍ରାର୍ଥୀଙ୍କର ସମ୍ପୃକ୍ତ ଟ୍ରେଡରେ ITI ସାର୍ଟିଫିକେଟ୍ ମଧ୍ୟ ରହିବା ଉଚିତ୍ ।

RRC CR Apprentice Recruitment 2023: ବୟସ ସୀମା 
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍ ।

RRC CR Apprentice Recruitment 2023: ଚୟନ ପକ୍ରିୟା
ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ପାଇଁ ଯୋଗ୍ୟତା ତାଲିକା ମାଟ୍ରିକ୍ (ସର୍ବନିମ୍ନ ୫୦% ଏଗ୍ରିଗେଟ୍ ମାର୍କ ସହିତ) ମାର୍କର ଶତକଡ଼ା ଆଧାରରେ ପ୍ରସ୍ତୁତ ହେବ, ସମ୍ଫୃକ୍ତ ଆପ୍ରେଣ୍ଟିସର ଟ୍ରେଡରେ ଆଇଟିଆଇ ମାର୍କକୁ ମଧ୍ୟ ବିଚାର କରାଯିବ ।

RRC CR Apprentice Recruitment 2023: ଷ୍ଟାଇପେଣ୍ଡ୍ 
ଏହି ପଦବୀରେ ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୭ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଇପେଣ୍ଡ ଦିଆଯିବ ।

RRC CR Apprentice Recruitment 2023: ଆବେଦନ ଶୁଳ୍କ 
ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ । ଏହି ନିଯୁକ୍ତି ଅଭିଯାନ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରଖାଯାଇଛି । ପ୍ରାର୍ଥୀମାନେ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ / ଏସବିଆଇ ଚାଲାଣ ଇତ୍ୟାଦି ମାଧ୍ୟମରେ ଆବେଦନ ଶୁଳ୍କ ଦେଇପାରିବେ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ ଭିଜିଟ୍ କରିପାରିବେ ।

ଏହା ବି ପଢ଼ନ୍ତୁ: Govt Jobs: ଦଶମ ଓ ଦ୍ୱାଦଶ ପାସଙ୍କ ପାଇଁ ବିମାନବନ୍ଦରରେ ବାହାରିଲା ବମ୍ପର ନିଯୁକ୍ତି, ଦରମା ୯୦ ହଜାର, ଏଠାରେ କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: Govt Bank Jobs: ସରକାରୀ ବ୍ୟାଙ୍କରେ ୩୦୨୯ ପଦବୀ ପାଇଁ ବାହାରିଲା ବମ୍ପର ନିଯୁକ୍ତି, ଏହି ଲିଙ୍କ୍ ମାଧ୍ୟମରେ କରନ୍ତୁ ଆବେଦନ

Read More
{}{}