Hindi News >>Home >>Odisha Education And Job

ଦଶମ ପାସ୍ କରିଥିଲେ ବିନା ଲିଖିତ ପରୀକ୍ଷାରେ କରିପାରିବେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

India Post Recruitment 2022: ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଦିଆଯାଇଥିବା ବିଜ୍ଞପ୍ତିକୁ ଭଲ ଭାବରେ ପଢ଼ିବା ଉଚିତ୍ । ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ପ୍ରାର୍ଥୀମାନେ ପୋଷ୍ଟଅଫିସରେ ଚାକିରି ପାଇପାରିବେ ।

Advertisement
ସୌ: ସୋସିଆଲ ମିଡିଆ
Stop
Jagdish Barik|Updated: Jul 10, 2022, 04:56 PM IST

India Post Recruitment 2022: ପୋଷ୍ଟ ଅଫିସରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ଏଥିପାଇଁ ଇଣ୍ଡିଆ ପୋଷ୍ଟ ଷ୍ଟାଫ୍ କାର୍ ଡ୍ରାଇଭର ଖାଲି ପଦବୀ ପୂରଣ ପାଇଁ ଆବେଦନ କରିଛି । ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଓ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି, ସେମାନେ ଇଣ୍ଡିଆ ପୋଷ୍ଟର ଅଫିସିଆଲ୍ ୱେବସାଇଟ୍  indiapost.gov.in ରେ ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ଜୁଲାଇ ୨୦୨୨ ରହିଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ  ସିଧାସଳଖ www.indiapost.gov.in/vas/Pages ଲିଙ୍କ ମାଧ୍ୟମରେ ଆବେଦନ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୪ ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ 
ଆବେଦନ କରିବାର ଶେଷ ତାରିଖ - ୨୦ ଜୁଲାଇ ୨୦୨୨ 

ଖାଲିଥିବା ପଦବୀ ବିବରଣୀ
ମୋଟ ପଦବୀ  ସଂଖ୍ୟା- ୨୪ 

ଶିକ୍ଷାଗତ ଯୋଗ୍ୟତା
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିବା ଉଚିତ୍ । ବୈଧ ଡ୍ରାଇଭିଂ ଲାଇସେନ୍ସ ଓ ଡ୍ରାଇଭିଂ ଅଭିଜ୍ଞତା ଥିବା ଆବଶ୍ୟକ ।

ବୟସ ସୀମା
ପ୍ରାର୍ଥୀମାନଙ୍କର ବୟସ ୫୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ ।

ଏହପରି କରିପାରିବେ ଆବେଦନ
ଆବେଦନ ଫର୍ମ ପୂରଣ କରନ୍ତୁ ଓ ଏହି ଠିକଣାରେ ପଠାନ୍ତୁ - ଶ୍ରୀରାମ ମ୍ୟାନେଜର (JAG), ମେଲ ମୋଟର ସେବା ନମ୍ବର -୩୭, ଗ୍ରୀମ୍ସ ରୋଡ, ଚେନ୍ନାଇ- ୬୦୦୦୦୬ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଇଣ୍ଡିଆ ପୋଷ୍ଟ ୱେବସାଇଟ୍ ଭିଜିଟ୍ କରିପାରିବେ । ପ୍ରାର୍ଥୀମାନଙ୍କୁ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢିବାକୁ ପରାମର୍ଶ ଦିଆଯାଇଛି । ଥରେ ଆବେଦନ କରିସାରିବା ପରେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ପ୍ରତ୍ୟାହାର କରିବାକୁ ସମର୍ଥ ହେବେ ନାହିଁ । ତେଣୁ ଆବେଦନ କରିବା ପୂର୍ବରୁ ସମ୍ପୂର୍ଣ୍ଣ ବିଜ୍ଞପ୍ତିକୁ ଧ୍ୟାନରେ ସହ ପଢନ୍ତୁ ।

ଏହା ବି ପଢନ୍ତୁ:  ଗ୍ରାଚ୍ୟୁଟି ପାଇଁ ୫ ବର୍ଷ ଚାକିରୀ କରିବା ଜରୁରୀ ନୁହେଁ, ଜାଣନ୍ତୁ କ’ଣ ରହିଛି ନିୟମ

ଏହା ବି ପଢନ୍ତୁ: ରେଲୱେ ଦେଉଛି ବମ୍ପର ନୁଯୁକ୍ତି; ଦଶମ ଓ ITI ପାସ୍ କରିଥିଲେ କରନ୍ତୁ ଆବେଦନ

Read More
{}{}