Hindi News >>Home >>Zee Odisha

Airbag seatbelt mechanism:କଣ ସିଟବେଲ୍ଟ ନ ଲଗାଇଲେ ଏୟାରବ୍ୟାଗ ଖୋଲିବ ନାହିଁ ? ଜାଣନ୍ତୁ କେମିତି ରହିବେ ସୁରକ୍ଷିତ

ଯେମିତି ଗାଡ଼ି ଗୁଡ଼ିକ ରାସ୍ତାରେ ଚାଲନ୍ତି ସେମିତି ଗାଡ଼ି ଭିତରେ ଥିବା ଜୀବନ ଗୁଡ଼ିକ ମଧ୍ୟ ଚାଲେ । ଯେମିତି ଆବଶ୍ୟକ ପଡ଼ିଲେ ଗାଡ଼ିର ବେଗ ଧିର କରିବାକୁ ପଡ଼େ । ସେମିତି ଜୀବନ ସୁରକ୍ଷିତ ରଖିବା ପାଇଁ ଗାଡ଼ିରେ ସିଟ୍ ବେଲ୍ଟ ଏବଂ ଏୟାର ବ୍ୟାଗ ମଧ୍ୟ ରହିଛି । ଏହା ସୁରକ୍ଷାର ଏମିତି ଏକ କୌଶଳ ଯାହା ଗୋଟିଏ ଟିମ୍ ଭଳି କାମ କର

Advertisement
Airbag seatbelt mechanism:କଣ ସିଟବେଲ୍ଟ ନ ଲଗାଇଲେ ଏୟାରବ୍ୟାଗ ଖୋଲିବ ନାହିଁ ? ଜାଣନ୍ତୁ କେମିତି ରହିବେ ସୁରକ୍ଷିତ
Stop
Updated: Dec 01, 2023, 10:16 PM IST

seatbelt airbag mechanism:

ଯେମିତି ଗାଡ଼ି ଗୁଡ଼ିକ ରାସ୍ତାରେ ଚାଲନ୍ତି ସେମିତି ଗାଡ଼ି ଭିତରେ ଥିବା ଜୀବନ ଗୁଡ଼ିକ ମଧ୍ୟ ଚାଲେ । ଯେମିତି ଆବଶ୍ୟକ ପଡ଼ିଲେ ଗାଡ଼ିର ବେଗ ଧିର କରିବାକୁ ପଡ଼େ । ସେମିତି ଜୀବନ ସୁରକ୍ଷିତ ରଖିବା ପାଇଁ ଗାଡ଼ିରେ ସିଟ୍ ବେଲ୍ଟ ଏବଂ ଏୟାର ବ୍ୟାଗ ମଧ୍ୟ ରହିଛି । ଏହା ସୁରକ୍ଷାର ଏମିତି ଏକ କୌଶଳ ଯାହା ଗୋଟିଏ ଟିମ୍ ଭଳି କାମ କରିଥାଏ । ଏୟାରବ୍ୟାଗ ଏବଂ ସିଲ୍ଟ ବେଲ୍ଟ ଉଭୟ ପରସ୍ପର ପରିପୂରକ । ସାଧାରଣରେ କହିବାକୁ ଗଲେ ଗୋଟିଏ ବିନା ଅନ୍ୟଟି ଅଧିୁରା ।

ଏୟାରବ୍ୟାଗ ଏକ ଜରୁରୀ ସୁରକ୍ଷିତ ଫିଚର । ଯାହା ସାରା ଦୁନିଆରେ କେତେ ଯେ ଲୋକଙ୍କ ଜୀବନ ରକ୍ଷା କରିଛି ତାହାର ହିସାବ ନାହିଁ । ସରକାର ମଧ୍ୟ ଏହି କାରଣରୁ ଗାଡ଼ିଗୁଡ଼ିକରେ ଏୟାରବ୍ୟାଗ ସଂଖ୍ୟା ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି । କିଛି ଦିନ ଭିତରେ ଦୁର୍ଘଟଣାର ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଚର୍ଚ୍ଚା ହେଉଛି ଯେ କଣ ସିଟ ବେଲ୍ଟ ନଲଗାଇଲେ ଏୟାରବ୍ୟାଗ କାମ କରେ ନାହିଁ ? ଆଜି ଆମେ ଆପଣଙ୍କୁ ଆଜି ଏୟାରବ୍ୟାଗ୍ ଏବଂ ସିଟ ବେଲ୍ଟ ମଧ୍ୟରେ ଥିବା ସଂଯୋଗ ବିଷୟରେ କହିବୁ ।

ଏୟାରବ୍ୟାଗ କଣ ?

ପ୍ରଥମେ ଜାଣିବା ଏୟାରବ୍ୟାଗ କଣ ?ସାଧାରଣରେ ଏୟାରବ୍ୟାଗ ପଲିଷ୍ଟର କପଡ଼ା ଭଳି ଦୃଢ଼ ବା ମଜବୁତ୍ କପଡ଼ାରେ ତିଆରି ହୋଇଥିବା ଗୋଲାକାର କଭର । ଏହାକୁ ସ୍ବତନ୍ତ୍ର ସାମଗ୍ରୀ ବା ମଜବୁତ୍ କପଡ଼ାରେ ତିଆରି କରାଯାଏ କାରଣ ଦୁର୍ଘଟଣା ସମୟରେ ଯାତ୍ରୀ ଯେମିତି ସତର୍କ ରହିବେ । ଏହା ଗାଡ଼ି ଭିତରେ ସୁରକ୍ଷିତ ତକିଆ ଭଳି କାମ କରେ । ଯେମିତି ଗାଡ଼ି ସହ କୌଣସି ଜିନିଷ ଧକ୍କା ହୁଏ ସେହି ସମୟରେ ଏହା ଆକ୍ଟିଭ ହୋଇଯାଏ ।

ଗୁରୁତ୍ବାକର୍ଷଣ ବଳ ଅର୍ଥାତ ଜି-ଫୋର୍ସ ଗୁରୁତ୍ବ

ଯଦି କୌଣସି ଗାଡ଼ିର ଆକ୍ସିଡ଼େଣ୍ଟ ହୁଏ ଗାଡ଼ିର ବେଗ ଯେତେ ଅଧିକ ଥିଲେ ସୁଦ୍ଧା ଏହାର ବେଗ କମିଯାଏ । ଦୁର୍ଘଟଣା କିଛି କ୍ଷଣକ ଭିତରେ ଘଟିଯାଏ । ଏହାଦ୍ବାରା ଗ୍ରାଭିଟି ଫୋର୍ସ ବଢ଼ିଯାଏ । ଧରନ୍ତୁ ଯଦି ଗାଡ଼ିର ତିବ୍ରତା ଘଣ୍ଟାପ୍ରତି ୫୦-୬୦ କିଲୋମିଟର ଅଛି ତାହେଲେ ଆଉ ଯଦି ଏହି ସମୟରେ ଦୁର୍ଘଟଣା ଘଟୁଛି ତାହେଲେ ଗାଡ଼ିରେ ବସିଥିବା ଲୋକର ୪୦ ଗୁଣା ଗ୍ରାଭିଟି ଫୋର୍ସ ଆସେ । ସେହିପରି ଯଦି ଗାଡ଼ିରେ ବସିଥିବା ଲୋକର ଯଦି ଓଜନ ୮୦ କିଲୋ ଥାଏ ଏବଂ ଗ୍ରାଭିଟି ୪୦ ହେବ ତାହେଲେ ୮୦ର ୪୦ ଗୁଣା ଓଜନ ମାନେ ୩୨୦୦ କିଲୋଗ୍ରାମ ହୋଇଯିବ । ଏଥିରୁ ଅନୁମାନ କରନ୍ତୁ ଯଦି କୌଣସି ବ୍ୟକ୍ତି ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ଗତି କରେ ଆଉ ୪୦ ଗୁଣ କୁରୁତ୍ବାକର୍ଷଣ ବଳ ଲାଗିବ ତାହେଲେ ବ୍ୟକ୍ତି ଜଣକ ଗାଡି କାଚ ଭାଙ୍ଗି ବାହାରକୁ ଆସିଯିବେ । ସାଧାରଣରେ ଗାଡ଼ିର ଓଜନ ମଧ୍ୟ ୨ ଟନ ଯାଏ ରହିଥାଏ । ଫଳରେ ଗ୍ରାଭିଟି ଫୋର୍ସ କ୍ଷତିକାରକ ପ୍ରମାଣିତ ହୁଏ ।

ସିଟବେଲ୍ଟ ଲାଗିଥିଲେ ମଧ୍ୟ ଯାତ୍ରୀଙ୍କ ଶରୀର ଡାସବୋର୍ଡ଼ ଆଡକୁ ଯିବ । ତେଣୁ କିଭଳି ଯାତ୍ରୀ ଦୁର୍ଘଟଣା ସମୟରେ ଅଦିକ ଆଗକୁ ନଯିବ ସେଥିପାଇଁ ଏୟାରବ୍ୟାଗ ଥାଏ । ଏହି କାରଣରୁ ସିଟ ବେଲ୍ଟକୁ ପ୍ରାଇମେରୀ ରିଷ୍ଟ୍ରେଣ୍ଟ ସିଷ୍ଟମ କୁହାଯାଏ । ଏବଂ ଏୟାରବ୍ୟାଗକୁ ସବୁବେଳେ ସପ୍ଲିମେଣ୍ଟ୍ରି ରିଷ୍ଟ୍ରେଣ୍ଟ ସିଷ୍ଟମ କୁହାଯାଏ । ସେଥିପାଇଁ କାରର ଷ୍ଟିୟରିଂ ହ୍ବିଲରେ SRS Airbag ଲେଖାଯାଇଥାଏ । କାରଣ ଏହାକୁ ସପ୍ଲିମେଣ୍ଟ୍ରି ରିଷ୍ଟ୍ରେଣ୍ଟ ସିଷ୍ଟମ କୁହାଯାଏ ।

ଏୟାରବ୍ୟାଗ କିଭଳି କାମ କରେ

ସିଟ ବେଲ୍ଟ ନିଜ କାମ କରିଥାଏ । ସେହିପରି ଏୟାର ବ୍ୟାଗରେ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି ହୋଇଥାଏ । ଦୁର୍ଘଟଣା ସମୟରେ ଏହା ଫୁଲି ଉଠେ ଏବଂ ଏକ ନରମ ତକିଆ ଭଳି ଯାତ୍ରୀଙ୍କୁ ସୁରକ୍ଷିତ ରଖେ । ଏଥିରେ ଛୋଟ ଛୋଟ ଛିଦ୍ର ଥାଏ । ଯାହା ଡ଼ିପ୍ଲୋଏ ହେବା ପରେ ଗ୍ୟାସ ବାହାରିଯାଏ ।

କଣ ସିଟ ବେଲ୍ଟ ନଲଗାଇବା ଦ୍ବାରା ଏୟାରବ୍ୟାଗ ଏୟାରବ୍ୟାଗ ଡିପ୍ଲୋଏ ହୁଏ ନାହିଁ ?

ସିଟବେଲ୍ଟ ଲଗାଇଲେ ଏୟାରବ୍ୟାଗ ଡ଼ିପ୍ଲୋଏ ହେବ କିନ୍ତୁ ଯାତ୍ରୀଙ୍କୁ ଅଦିକ ଆଘାତ ଲାଗିପାରେ । କିନ୍ତୁ ଯଦି ସିଟବେଲ୍ଟ ଲଗାଇଛନ୍ତି ତାହେଲେ ଅଧିକ କ୍ଷତି ହେବ ନାହିଁ ।

 

 

 

 

Read More
{}{}