Hindi News >>Home >>Odisha State

ହାତୀକୁ ହତାଦର; ଅସୁସ୍ଥ ଦନ୍ତାକୁ ଘୋଷାଡି ମାରିଲା ବନ ବିଭାଗ!

ସମ୍ବଲପୁର ସାପଲହରା ଗ୍ରାମ ନିକଟ ପୋଖରୀରେ ପଙ୍କରେ ଫସି ରହିଥିବା ହାତୀର ମୃତ୍ୟୁ ହୋଇଛି। ଦୀର୍ଘ ପାଞ୍ଚ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଦନ୍ତା ଶେଷରେ ଆଖି ବୁଜିଛି। ମଙ୍ଗଳବାର ଅପରାହ୍ନରେ ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ପ୍ରୟାସ କରିଥିଲା।

Advertisement
ଡିଜାଇନ୍ ଫଟୋ
Stop
Shankarshan Bagh|Updated: Jun 21, 2022, 05:54 PM IST

ସମ୍ବଲପୁର: ଶେଷରେ ବନ ବିଭାଗ ଯାହା ଚାହୁଁଥିଲା, ସେଇୟା ହିଁ ହେଲା! ମଙ୍ଗଳବାର କୂଳକୁ ଆସୁ ଆସୁ ଅସୁସ୍ଥ ଦନ୍ତା ଆଖି ବୁଜିଲା। ସାପଲହରା ଗ୍ରାମ ନିକଟ ପୋଖରୀରେ ପଙ୍କରେ ଫସି ରହିଥିବା ହାତୀର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ସମ୍ବଲପୁର ଡିଏଫଓ ସୂଚନା ଦେଇଛନ୍ତି।

ସମ୍ବଲପୁର ସାପଲହରା ଗ୍ରାମ ନିକଟ ପୋଖରୀରେ ପଙ୍କରେ ଫସି ରହିଥିବା ହାତୀର ମୃତ୍ୟୁ ହୋଇଛି। ଦୀର୍ଘ ପାଞ୍ଚ ଦିନ ମୃତ୍ୟୁ ସହ ସଂଗ୍ରାମ କରି ଦନ୍ତା ଶେଷରେ ଆଖି ବୁଜିଛି। ମଙ୍ଗଳବାର ଅପରାହ୍ନରେ ହାତୀକୁ ଉଦ୍ଧାର କରିବାକୁ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀ ପ୍ରୟାସ କରିଥିଲା। ସେଥିପାଇଁ ହାତୀର ପେଟରେ ରସି ବାନ୍ଧି କ୍ରେନ ସାହାଯ୍ୟରେ ତାକୁ କୂଳ ଆଡୁକୁ ଟଣା ହୋଇଥିଲା। ଆଉ ଶେଷରେ ହାତୀଟି କୂଳକୁ ମଧ୍ୟ ଆଣିବାରେ ସଫଳ ହେଲା।

ପାଣି ଭିତରେ ହାତୀ ଗୋଡ ଓ ଶୁଣ୍ଢ ହଲାଉ ଥିଲା। କିନ୍ତୁ କୂଳକୁ ଆସିବାର କିଛି ମିନିଟ ମଧ୍ୟରେ ସେ ନିସ୍ତେଜ ହୋଇଗଲା। ପରେ ସେଠାରେ ଉପସ୍ଥିତ ଥିବା ପଶୁ ଡାକ୍ତର ହାତୀକୁ ମୃତ ଘୋଷଣା କରିଥିଲେ। ସମ୍ବଲପୁର ଡିଏଫଓ, ଅସୁସ୍ଥ ହାତୀଟିର ମୃତ୍ୟୁର ସୂଚନା ଦେଇ କହିଛନ୍ତି ଯେ, ପୋଷ୍ଟମର୍ଟମ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ। ହାତୀଟି କେବଳ ଔଷଧରେ ବଞ୍ଚିଥିଲା। ସେ ଦୀର୍ଘ ୫ ଦିନ ହେଲା କୌଣସି ଖାଦ୍ୟ ଗ୍ରହଣ କରୁନଥିବା ଡିଏଫଓ କହିଛନ୍ତି।

Also Read: ଅପରେସନ୍ ଗଜରାଜ: ୭୨ ଘଣ୍ଟା ପରେ ପୋଖରୀ ପଙ୍କରୁ ଦନ୍ତା ଉଦ୍ଧାର, ବନ ବିଭାଗର ଦକ୍ଷତା ଉପରେ '?'

ହତୀ ମୃତ୍ୟୁର ଯାଞ୍ଚ ନେଇ ଡିଏଫଓ କହିଛନ୍ତି ଯେ, ମାମଲାର ତଦନ୍ତର ପ୍ରଶ୍ନ ଉଠୁ ନାହିଁ। ବନ କର୍ମଚାରୀମାନେ ବହୁତ ବଢିଆ କାମ କରିଛନ୍ତି। ହାତୀ ଉଦ୍ଧାର ପାଇଁ ସେମାନେ ଆବଶ୍ୟକତାଠାରୁ ଅଧିକ ପ୍ରୟାସ କରିଛନ୍ତି। ସେ ନିଜେ ସ୍ଥିତି ଉପରେ ନଜର ରଖିଥିଲେ ବୋଲି ଡିଏଫଓ କହିଛନ୍ତି। ଗୋଡର ଆହତ ପାଇଁ ନା ପାଣିରୁ ବାହାର କଲେ ବେଳେ କୌଣସି ତୃଟି ପାଇଁ ହାତୀର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ ରହିଛି। ଜଣେ ସ୍ଥାନୀୟ ପଶୁ ଚିକିତ୍ସକ ଓ ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସହାୟତାରେ ହାତୀର ପୋଷ୍ଟମର୍ଟମ କରାଯିବ ବୋଲି ଡିଏଫ କହିଥିଲେ।

ହାତୀକୁ ଉଦ୍ଧାର ସମୟରେ ଘଟଣା ସ୍ଥଳରେ କୌଣସି ବିଶେଷଜ୍ଞ ଟିମ୍ ଉପସ୍ଥିତ ନଥିଲେ। ବନ, ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ଜଣେ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ସହାୟତାରେ ହାତୀକୁ ଉଦ୍ଧାର ପାଇଁ ପ୍ରୟାସ କରାଯାଇଥିଲା। କୌଣସି କାରଣରୁ ଓୟୁଏଟି କିମ୍ବା ସାତକୋଶିଆର ବିଶେଷଜ୍ଞ ଟିମ୍ ଫେରି ଯାଇଥିଲେ। ପ୍ରଥମ ଥର ହାତୀ ପାଖକୁ ଆସିଥିବା ସ୍ଥାନୀୟ ଡାକ୍ତର କେବଳ ଓୟୁଏଟି ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଚିକିତ୍ସା କରୁଥିଲେ।

ପାଣି ପିଇବାକୁ ଆସି ଗତ ଗୁରୁବାର ରାତିରୁ ଅସୁସ୍ଥ ହାତୀଟି ସାପଲହରା ଗ୍ରାମ ନିକଟ ପୋଖରୀ ପଙ୍କରେ ଫଶି ଯାଇଥିଲା। ସେବା ଠାରୁ ହାତୀ କୌଣସି ଖାଦ୍ୟ ଗ୍ରହଣ କରିନାହିଁ। ପୂର୍ବରୁ ବନ ବିଭାଗ କହିଥିଲା ଯେ, ଗୋଡର ଘାଆ ପାଇଁ ହାତୀର ଶରୀରର ଉତ୍ତାପ ବଢୁଛି। ତେଣୁ ସେ ତାପମାତ୍ରା ନିୟନ୍ତ୍ରଣ ପାଇଁ ପାଣିରେ ବୁଡିଛି। କିନ୍ତୁ ଓୟୁଟି ଟିମ ଆସିବା ପରେ ହାତୀକୁ ପୋଖରୀ କୂଳକୁ ଅଣାଯାଇ ଚିକିତ୍ସା କରାଯାଉଥିଲା। ଏହି ସମୟରେ ମଧ୍ୟ ହାତୀ ଗୋଟିଏ କଡରେ ହିଁ ପଡି ରହିଥିଲା। 

Also Read: ଗଜରାଜଙ୍କୁ ହଜେଇଦେବ ବନବିଭାଗ

ପଞ୍ଚମ ଦିନରେ ହାତୀର ମୃତ୍ୟୁ ହୋଇଛି। ପୋଖରୀ ପାଣିରୁ କ୍ରେନ ସାହାଯ୍ୟରେ ବାହାରକୁ ଟାଣିବା ବେଳେ ହାତୀ ଗୋଡ ଓ ଶୁଣ୍ଢ ହଲାଉ ଥିଲା। କିନ୍ତୁ ବାହାରକୁ ଆସିଲା ପରେ ସେ ମୃତ୍ୟୁ ବରଣ କରିଛି। ବନ ବିଭାଗ କର୍ମଚାରୀ, ହାତୀ ଉପରେ ପାଣି ଢାଳି, ପେଟକୁ ଚାପି ନିଶ୍ୱାସ ପ୍ରଶ୍ୱାସ ଚଳାଇବାକୁ ଚେଷ୍ଟା କରିଥେଲେ ମଧ୍ୟ ସବୁ ପ୍ରୟାସ ବିଫଳ ହୋଇଛି। ଯେଉଁ କାମ ପାଞ୍ଚ ଦିନ ପୂର୍ବ କରିବାର ଥିଲା ତାହା ମଙ୍ଗଳବାର କରାଯାଇଛି। ଆଉ ଶେଷରେ ବନ ବିଭାଗର ଅପରେସନ ଗଜରାଜ ଫେଲ୍ ମାରିଛି।

ଏବେ ହାତୀ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ହାତୀ ଉଦ୍ଧାରରେ ଓଡିଶା ବନ ବିଭାଗ କର୍ମଚାରୀ କେତେ ପାରଙ୍ଗମ? ଅସୁସ୍ଥ ହାତୀକୁ ଟ୍ରାକିଂ କରାଯାଉଥିଲା କି? ପାଞ୍ଚ ଦିନ ପୂର୍ବରୁ ହାତୀକୁ କାହିଁକି ପାଣିରୁ ବାହାର କରାଗଲା ନାହିଁ? କ୍ରେନ ସାହାଯ୍ୟରେ ହାତୀକୁ ଉଠାଇବା ବଦଳରେ କାହିଁକି ଘୋଷାରା ଗଲା? ହାତୀକୁ କୂଳକୁ ଆଣିବା ପୂର୍ବରୁ କୌଣସି ବିଶେଷଜ୍ଞ ଟିମର ପରାମର୍ଶ ନିଆଯାଇଛି କି? ଡାକ୍ତରୀ ଟିମର ଅନୁପସ୍ଥିତିରେ କିପରି ହାତୀକୁ ବାହାରକୁ ଟଣାଗଲା? କ୍ରେନ ରଶିରେ ଚାପି ହୋଇ ହାତୀର ମୃତ୍ୟୁ ହୋଇନିତ? ଅପରେସନ ଗଜରାଜ ଫେଲ୍ ପାଇଁ କିଏ ଦାୟୀ?    

Read More
{}{}