Hindi News >>Home >>Odisha State

Heavy Rain: ସାମାନ୍ୟ ବର୍ଷାରେ ଭୁଶୁଡିଲା କୁକୁଡ଼ା ଫାର୍ମ , ଅଳ୍ପକେ ବର୍ତିଲେ କୁକୁଡ଼ା ଚାଷୀ

Weather Update: ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ବୁଧବାର ଓ ଗୁରୁବାର ଦିନ ପବନର ବେଗ ୬୦ରୁ ୭୦ କିମି ରହିବ ଓ ମଝିରେ ମଝିରେ ୮୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। 

Advertisement
Heavy Rain: ସାମାନ୍ୟ ବର୍ଷାରେ ଭୁଶୁଡିଲା କୁକୁଡ଼ା ଫାର୍ମ , ଅଳ୍ପକେ ବର୍ତିଲେ କୁକୁଡ଼ା ଚାଷୀ
Stop
Surya Narayana Mohanty|Updated: May 10, 2023, 12:00 PM IST

Weather News in Odia: ଖୋର୍ଦ୍ଧା: ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା କୁକୁଡ଼ା ଫାର୍ମର ଆଜବେଷ୍ଟ୍। ଅଳ୍ପକେ ବର୍ତିଗଲେ କୁକୁଡ଼ା ଚାଷୀ। କାଳବୈଶାଖୀ ପାଇଁ ଆଜି ଆମ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସହିତ ପବନ ବହିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଏହାର ମଧ୍ୟ ପ୍ରଭାବ ପଡ଼ିଛି। ବୋଲଗଡ଼ ଅଞ୍ଚଳରେ ସାମାନ୍ୟ ବର୍ଷା ସାଙ୍ଗକୁ ପବନ ବହିଥିବା ବେଳେ ଗୌଡ଼ ନୂଆଗାଁର ବିକାଶ କୁମାର ପରିଡ଼ାଙ୍କ କୁକୁଡ଼ା ଫାର୍ମର ଆଜବେଷ୍ଟ ଭାଙ୍ଗିରୁଜି ଚୂର୍ ମାର୍ ହୋଇଯାଇଛି।

ମିଳିଥିବା ବିକାଶ ନିଜର ସୁନା ଅଳଙ୍କାର ବ୍ୟାଙ୍କରେ ବନ୍ଧା ପକାଇ କୁକୁଡ଼ା ଚାଷ ପାଇଁ ମନ ବଳାଇଥିଲେ। ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଋଣ ଆଣିବା ପରେ କୁକୁଡ଼ା ଚାଷ ଆରମ୍ଭ କରିଥିଲେ। ତେବେ ଆଜିର କାଳବୈଶାଖୀ ବିକାଶଙ୍କ କୁକୁଡ଼ା ଫାର୍ମକୁ ସମ୍ପୂର୍ଣ ଭାବେ ନଷ୍ଟ କରିଦେଇଛି। ହଠାତ୍ ବର୍ଷା ସହିତ ପବନ ବହିଥିବା ବେଳେ ଆଜବେଷ୍ଟ ତଳେ ବିକାଶଙ୍କ ସହିତ ପ୍ରାୟ ୬ ହଜାର୍ କୁକୁଡ଼ା ଚାପି ହୋଇ ରହିଯାଇଥିଲେ। ତେବେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପ୍ରଥମେ ବିକାଶଙ୍କୁ ଉଦ୍ଧାର କରିଥିଲେ। ପରେ ଚାପି ହୋଇଥିବା କୁକୁଡ଼ାକୁ ଉଦ୍ଧାର କରୁଥିବା ଦେଖା ଯାଇଛି। 

ସେପଟେ ରାଜ୍ୟରେ ବାତ୍ୟା ଆଶଙ୍କା ବୃଦ୍ଧି ପାଇଛି। ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ସୃଷ୍ଟି ହୋଇଥିବା ଅବପାତ ଅଧିକ ଘନୀଭୂତ ହୋଇ ଆଜି ବାତ୍ୟାର ରୂପ ନେବ । ପ୍ରଥମେ ବାତ୍ୟା ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ପରେ ଏହା ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବମୁହାଁ ହେବ । ୧୨ ତାରିଖ ଅର୍ଥାତ୍ ଶୁକ୍ରବାର ଦିନ ସମ୍ଭାବ୍ୟୟ ବାତ୍ୟା ଦିଗ ବଦଳାଇ ବାଂଲାଦେଶ ଓ ମିଆଁମାର ଆଡ଼କୁ ମୁହାଁଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କିନ୍ତୁ ପ୍ରକୃତରେ କେଉଁଠି ବାତ୍ୟାଟି  ଲ୍ୟାଣ୍ଡଫଲ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (India Meteorological Department )। ଏହାର ପ୍ରଭାବରେ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ତେଣୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର, ଆଣ୍ଡାମାନ ସାଗରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

ଓଡି଼ଶା ଉପରେ କିପରି ରହିବ ପ୍ରଭାବ
ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଆନୁଯାୟୀ, ବାତ୍ୟା ଭାରତ କିମ୍ବା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଏଣୁ ଭୟଭୀତ ହେବାର କାରଣ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। କିନ୍ତୁ ବୁଧବାର ଓ ଗୁରୁବାର ଦିନ ପବନର ବେଗ ୬୦ରୁ ୭୦ କିମି ରହିବ ଓ ମଝିରେ ମଝିରେ ୮୦ କିମି ବେଗରେ ପବନର ଝଟ୍‌କା ଅନୁଭୂତ ହେବ। ତେଣୁ ଗଭୀର ସମୁଦ୍ରକୁ ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି। ସେପଟେ ବାତ୍ୟା (Cyclone) ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର ।  ଏନେଇ ୧୧ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ବଜ୍ରାପାତ ନେଲା ୩ ଜୀବନ
ନୟାଗଡ଼ ଜିଲ୍ଲା ଶରଣକୂଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଭାଲିଆଡ଼ିହି ଗାଁର ଧନେଶ୍ବର ପରିଡ଼ା ଗାଈ ଚରାଇବାକୁ ଯାଇଥି୍ବାବେଳେ ବ୍ରଜପାତରେ ତାଙ୍କର ମୃତ୍ୟୁ ହୋଇଛି । ସେପରି ମହୁଲିଆ ଗାଁର ଜିତେନ୍ଦ୍ର ଦୋରା ଆମ୍ବୋତୋଟାରେ ଥିବାବେଳେ ବ୍ରଜପାତରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଜାକେଡ଼ା ଗାଁର ପଦ୍ମା ପ୍ରଧାନ କାଜୁ ତୋଟାର ଥିବା ସମୟରେ ବ୍ରଜପାତ ଘଟି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Also Read: Cyclone Mocha: ବଳ ଗୋଟାଉଛି ଅବପାତ, ଆଜି ନେଇପାରେ ବାତ୍ୟାର ରୂପ!

Also Read: Karnatak Election 2023: ୨୨୪ଟି ଆସନ ପାଇଁ ମତଦାନ ଜାରି, ଭୋଟ ଦେଲେ ହେବିଓ୍ୱେଟ

Read More
{}{}