Hindi News >>Home >>Odisha State

ଭାଲୁ-ମଣିଷ ରକ୍ତାକ୍ତ ସଙ୍ଘର୍ଷ; ତିନି ଯୁବକ ମୃତ, ଆତ୍ମରକ୍ଷା ନାଁରେ ଜନ୍ତୁକୁ ହତ୍ୟା

ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଗୁରୁତର ଆହତ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷ ଶହ ଡାକ୍ତରୀ ରିପୋର୍ଟକୁ ନେଇ ସେମାନଙ୍କୁ ସହଯୋଗ ମିଳିବ 
ବୋଲି ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।

Advertisement
ପ୍ରତିକାତ୍ମକ ଫଟୋ
Stop
Zee Odisha Desk|Updated: Jul 16, 2022, 09:39 AM IST

ନୂଆପଡା: ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ ସମର ସିଂ ଗାଁରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଭାଲୁକୁ ଗ୍ରାମବାସୀ ପିଟି ପିଟି ମରିଦେଇଥିବା ବେଳେ ଘଟଣା ସ୍ଥଳରେ ବନବିଭାଗର ଏକ ଟିମ ପହଂଚିଛି ତଦନ୍ତ କରିଛି। ମୃତକଙ୍କ ପରିବାରକୁ ବନବିଭାଗ ପକ୍ଷରୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯିବ। ଗୁରୁତର ଆହତ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷ ଶହ ଡାକ୍ତରୀ ରିପୋର୍ଟକୁ ନେଇ ସେମାନଙ୍କୁ ସହଯୋଗ ମିଳିବ ବୋଲି ବନଖଣ୍ଡ ଅଧିକାରୀ ସୁଶୀଲ କୁମାର ତ୍ରିପାଠୀ ପ୍ରକାଶ କରିଛନ୍ତି।

ସୂଚନାନୁସାରେ, ସମରସିଙ୍ଗ ଗାଁର ରତନ ମାଝୀ ଶୁକ୍ରବାର ଦିନ ୧୦ଟା ସମୟରେ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ସଂପର୍କୀୟ ନକୁଳ ମାଝୀ ଶହ ବାଦଲ ମାଝୀ, ଶଙ୍କର ମାଝୀ, ନୂଆଧର ମାଝୀ, କୁନା ମାଝୀ ଓ ପରମେଶ୍ୱର ମାଝୀ ତାଙ୍କୁ ଜଙ୍ଗଲରେ ଖୋଜିବାକୁ ଯାଇଥିଲେ। ଏ ସମୟରେ ଜଙ୍ଗଲରେ ଥିବା ଭାଲୁଟି ପରମେଶ୍ୱର ମାଝୀଙ୍କୁ ଆକ୍ରମଣ କରିଥିଲା କିନ୍ତୁ ପରମେଶ୍ୱର ଗଛ ଉପରକୁ ଚଢି ଯାଇଥିଲେ। ପରେ ଭାଲୁଟି ନକୁଳ ମାଝୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିବା ପରେ କୁନା ମାଝୀଙ୍କୁ ମଧ୍ୟ ଆକ୍ରମଣ କରିଥିଲା। 

Also Read: ସନ୍ଦେହରୁ ବିଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀର କଟାମୁଣ୍ଡ ଧରି ଥାନାକୁ ଚାଲିଲା ନାକଫୋଡି

କୁନା ମାଝୀ, ବାଦଲ ମାଝୀ, ଶଙ୍କର ମାଝୀ ଓ ନୂଆଧର ମାଝୀ ଭାଲୁ ମୁହଁରୁ କୌଶଳ କ୍ରମେ ବାହାରି ଗାଁକୁ ଯାଇଥିଲେ। ଜଙ୍ଗଲରେ ରତନ ମାଝୀକୁ ଭାଲୁ ମରିଦେଇଥିବା, ନକୁଳ ମାଝୀଙ୍କୁ ରକ୍ତାକ୍ତ କରିଥିବା ଓ ପରମେଶ୍ୱର ମାଝୀ ଗଛରେ ଚଢି ରହିଥିବା କହିବା ପରେ ଗ୍ରାମବାସୀ ଏକଜୁଟ ହୋଇ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ପୁଣି ଭାଲୁଟି ରବି ରଣାଙ୍କୁ ଆକ୍ରମଣ କରିଥିଲା। ଫଳରେ ଗ୍ରାମବାସୀ ମିଳିତ ଭାବେ ଭାଲୁକୁ ମରିଦେଇଥିଲେ। 

ଭାଲୁର ଆକ୍ରମଣରେ ରତନ ମାଝୀ, ନକୁଳ ମାଝୀ ଓ ରବି ରଣାଙ୍କ ମୃତ୍ୟୁ ହୋଇଛି। ଗୁରୁତର ପରମେଶ୍ୱର ମାଝୀ ଓ କୁନା ମାଝୀଙ୍କୁ ନୂଆପଡା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ବନବିଭାଗ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି। ଭାଲୁ ଓ ମଣିଷ ରକ୍ତାକ୍ତ ସଙ୍ଘର୍ଷ ମଧ୍ୟରେ ଆତ୍ମରକ୍ଷା ପାଇଁ ଗ୍ରାମବାସୀ ଭାଲୁକୁ ମାରି ଥିବା ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

 

 

Read More
{}{}