Hindi News >>Home >>Odisha State

Republic Day: ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

Republic Day: ଆଜି ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ଫରଫର ହୋଇ ଉଡୁଛି ତ୍ରିରଙ୍ଗା । ଏହି ସାଧାରଣତନ୍ତ୍ର ଦିବସ ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀରେ ନୀଳାଦ୍ରୀବିଚରେ ଏକ ସୁନ୍ଦର ବାଳୁକା ଚିତ୍ରକଳା ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ତ ଆର୍ଟ ଇଣ୍ଟଲେସନରେ ଏହି ବାଲୁକା ଚିତ୍ରକଳା ନିର୍ମାଣ କରାଯାଇଛି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏନେଇ ଶତାଧିକ ଷ୍ଟିଲଗିନା,ଦୀପକୁ ଲଗାଯାଇ ଏହି ସୁନ୍ଦର ଚିତ୍ରକଳା କରାଯାଇଛି ।

Advertisement
ସୌଜନ୍ୟ- ସୋସିଆଲ ମିଡିଆ
Stop
Zee Odisha Desk|Updated: Jan 26, 2023, 11:22 AM IST

Republic Day: ଆଜି ସାରା ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ଫରଫର ହୋଇ ଉଡୁଛି ତ୍ରିରଙ୍ଗା ।  ଏହି ସାଧାରଣତନ୍ତ୍ର ଦିବସ ଅବସରରେ  ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ  ପୁରୀରେ ନୀଳାଦ୍ରୀବିଚରେ  ଏକ ସୁନ୍ଦର ବାଳୁକା ଚିତ୍ରକଳା  ନିର୍ମାଣ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ତ ଆର୍ଟ ଇଣ୍ଟଲେସନରେ ଏହି ବାଲୁକା ଚିତ୍ରକଳା ନିର୍ମାଣ କରାଯାଇଛି । ଯାହାକି ବେଶ ଆକର୍ଷଣୀୟ ହୋଇଛି । ଏନେଇ ଶତାଧିକ ଷ୍ଟିଲଗିନା,ଦୀପକୁ ଲଗାଯାଇ ଏହି ସୁନ୍ଦର ଚିତ୍ରକଳା କରାଯାଇଛି । ଦେଶରପ୍ରତ୍ୟକ ନାଗରିକ  ଓ ଯୁବପୀଢି ଭାରତୀୟ ଭାବେ ଗର୍ବ କରି ସାଧାରଣତନ୍ତ୍ର ଦିବସକୁ  ପାଳନ କରିବାକୁ ଏହି ବାଲୁକା କଳାରେ ନିର୍ଦ୍ଦେଶ ଦିଆଯାଇଛି । ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ଦେଖିବାକୁ ପର୍ଯ୍ୟଟକଙ୍କ ବେଶ ଭିଡ ଲାଗିଛି । 

୧୯୪୭ ଅଗଷ୍ଟ ୧୫ ତାରିଖରେ ବ୍ରିଟିଶ ଶାସନରୁ ଭାରତ ମୁକ୍ତ ହୋଇଥିଲା। ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା। ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ପ୍ରଣୟନ ହୋଇଥିଲା। ଏହାପରେ ଭାରତ ନିଜକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ଏହି ଦିନକୁ ସମ୍ମାନ ଜଣାଇ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ ପାଳନ ହୋଇଆସୁଛି। ସାଧାରଣତନ୍ତ୍ର ଦିବସରେ ଅବସରରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏବଂ  ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୋଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କ ଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଛନ୍ତି । 

Also Read: Republic Day 2023: ଜାଣନ୍ତୁ କେଉଁଠି କେଉଁ ମନ୍ତ୍ରୀ କଲେ ପତାକା ଉତ୍ତୋଳନ, ତାଲିକା ଉପରେ ପକାନ୍ତୁ ନଜର

ଆଜିର ପରେଡରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ସମସ୍ତଙ୍କର ଧ୍ୟାନ ରହିଛି । ପରେଡରେ ଯେଉଁ ୨୧ ତୋପୀ ସଲାମୀ ଦିଆଯାଇଛି ତାହାବି ଭାରତରେ ନିର୍ମିତ ହୋଇଥିବା ୧୦୫ଏମଏମ ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି । ଆଜିର କାର୍ଯ୍ୟକ୍ରମରେ ଭାରତୀୟ ସେନା ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିବ ତାହା ମଧ୍ୟରେ ରହିଛି ଭାରତରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର । ଏହା ବ୍ୟତୀତ ନାଗ୍ ମିସାଇଲ ସିଷ୍ଟମ, କେ୯ ବଜ୍ର ଆର୍ଟିଲରି ଗନ, ଅର୍ଜୁନ ସାର୍କ ଟ୍ୟାଙ୍କ, ବିଏମପି-୨ସାରଥ, ଶର୍ଟ ସ୍ପିନ୍ ବ୍ରିଜ ସିଷ୍ଟମ, ମୋବାଇଲ ସିକ୍ୟୁରିଟି ସିଷ୍ଟମ ଓ କ୍ୱିକ୍ ଆକ୍ସନ ଟିମ୍ ଭେଇକିଲ ବି ନିଜର ଶକ୍ତି ପ୍ରଦର୍ଶନ କରିବ । ଏହାସହ ପ୍ରଥମଥର ପାଇଁ ଶତ୍ରୁଠାରୁ ସହଜରେ ରକ୍ଷା ପାଇବାକୁ ଦେଶରେ ନିର୍ମିତ ହୋଇଥିବା ଗରୁଡ କମାଣ୍ଡୋ ବି ପରେଡରେ ସାମିଲ ହୋଇଛନ୍ତି ।

Read More
{}{}