Hindi News >>Home >>Odisha State

Road Accident: ଆଜି ଥିଲା ଶେଷ କ୍ରିକେଟ ମ୍ୟାଚ୍, ଟ୍ୟାଙ୍କର ଚାପାରେ ଏକାସଙ୍ଗେ ଚାଲିଗଲେ ତିନିସାଙ୍ଗ

Road Accident Update: ମୃତ ତିନି ଯୁବକମାନେ ରକାବାହଳି ଗାଁର ଟୁଟୁ ଗୌଡ଼, ରଘୁ ଗୌଡ଼ ଓ ଅକ୍ଷୟ ଗୌଡ଼ ବୋଲି ଜଣାପଡିଛି । ଉକ୍ତ ତିନି ଯୁବକ ଉତକେଲାରୁ କ୍ରିକେଟ ଖେଳି ଗାଁକୁ ଫେରୁଥିବା ବେଳେ ଏହି ବଡ଼ ଦୁର୍ଘଟଣା ଘଟିଛି। ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେଠାରେ ସାଧାରଣ ଲୋକଙ୍କ ଉତ୍ତେଜନା ପ୍ରକାଶ ପାଇଛି।

Advertisement
Road Accident: ଆଜି ଥିଲା ଶେଷ କ୍ରିକେଟ ମ୍ୟାଚ୍, ଟ୍ୟାଙ୍କର ଚାପାରେ ଏକାସଙ୍ଗେ ଚାଲିଗଲେ ତିନିସାଙ୍ଗ
Stop
Rasmita Sahoo|Updated: Jan 08, 2023, 07:00 PM IST

Road Accident: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ରାସ୍ତା ସମସ୍ୟା ହେଉ ବା ଘନ କୁହୁଡ଼ି ସଡ଼କ ଦୁର୍ଘଟଣାର ମାତ୍ରା ଏବେ ବଢି ବଢି ଚାଲିଛି । ଆଜି ଅପରାହ୍ଣରେ କଳାହାଣ୍ଡି ଭବାନୀପାଟଣା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଭବାନୀପାଟଣା ନିକଟରେ ଟ୍ୟାଙ୍କର ଚାପାରେ ବାଇକ୍ ରେ ଆସୁଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି। NH-୨୬ର ପାଷ୍ଟିକୁଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ସ୍ଥାନୀୟ ରକାବାହାଲି ଗାଁର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

ସୂଚନାନୁଯାୟୀ, ଉତକେଲାରୁ କ୍ରିକେଟ ମ୍ୟାଚ (Cricket Match) ଖେଳି ୩ ସାଙ୍ଗ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କ ଦ୍ୱାରା ଉତ୍ତେଜନା ହେବାସହ ରାସ୍ତାରୋକ କରାଯାଇଛି। କ୍ରିକେଟ ମ୍ୟାଚ ସାରି ଫେରୁଥିବା ବେଳେ ଗ୍ୟାସ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଥିଲା ପରେ ତଳେ ପଡ଼ିଯିବାରୁ ଚାପି ଦେଇଥିଲା ଟ୍ୟାଙ୍କର । ଫଳରେ ଘଟଣାସ୍ଥଳରେ ହିଁ ତିନି ଯୁବକଙ୍କ ଜୀବନ ଚାଲି ଯାଇଛି। ମୃତ ତିନି ଯୁବକମାନେ ରକାବାହଳି ଗାଁର ଟୁଟୁ ଗୌଡ଼, ରଘୁ ଗୌଡ଼ ଓ ଅକ୍ଷୟ ଗୌଡ଼ ବୋଲି ଜଣାପଡିଛି । ଉକ୍ତ ତିନି ଯୁବକ ଉତକେଲାରୁ କ୍ରିକେଟ ଖେଳି ଗାଁକୁ ଫେରୁଥିବା ବେଳେ ଏହି ବଡ଼ ଦୁର୍ଘଟଣା ଘଟିଛି। ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ସଦର ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। 

ସେହିପରି ଗତ କିଛିଦିନ ତଳେ କେନ୍ଦ୍ର ପରିବହନ ବିଭାଗ (Central Transport Department) ସଡକ ଦୁର୍ଘଟଣା (Road Accident) ନେଇ ଏକ ରିପୋର୍ଟ ଦେଇଥିଲା । ସଡ଼କ ଦୁର୍ଘଟଣା ଅପରାହ୍ଣ ୩ଟାରୁ ରାତି ୯ଟା ମଧ୍ୟରେ ଅଧିକ ହେଉଛି । ଏଥି ସହିତ, ରାତି ୧୨ ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ସମୟ ସବୁଠାରୁ ସୁରକ୍ଷିତ ବୋଲି ବିବେଚନା କରାଯାଇଛି। ପରିସଂଖ୍ୟାନ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୪ ଲକ୍ଷ ୧୨ ହଜାର ୪୩୨ ସଡକ ଦୁର୍ଘଟଣା ଘଟିଥିଲା। ଏଥିମଧ୍ୟରୁ ଅପରାହ୍ଣ  ତିନିଟାରୁ ୯ଟା ମଧ୍ୟରେ ଏକ ଲକ୍ଷ ୫୮ ହଜାର ୬୪୬ ଦୁର୍ଘଟଣା ଘଟିଛି। ୨୦୨୧ ମସିହାରେ, ରାତି ୬ଟାରୁ ରାତି ୯ଟା ମଧ୍ୟରେ ମୋଟ ୮୫ ହଜାର ୧୭୯ ଦୁର୍ଘଟଣା ଘଟିଥିଲା, ଯାହା ମୋଟ ମାମଲାର ୨୧ ପ୍ରତିଶତ ଅଟେ। ଅନ୍ୟପକ୍ଷରେ, ଅପରାହ୍ଣ ୩ ଟାରୁ ରାତି ୬ଟା ପର୍ଯ୍ୟନ୍ତ ୭୩ ହଜାର ୪୬୭ ଦୁର୍ଘଟଣା ଘଟିଛି, ଯାହା ମୋଟ ମାମଲାର ୧୮ ପ୍ରତିଶତ ଅଟେ। ୨୦୨୧ ମସିହାରେ ୪୯୯୬ ଟି ଏହିପରି ଦୁର୍ଘଟଣା ଘଟିଥିଲା, ଯାହାର ସମୟ ସ୍ଥିର ହୋଇପାରିନାହିଁ।

Also Read: Psycho Killer: ମହିଳାଙ୍କୁ ଉଲଗ୍ନ କରି ହାଣୁଛି ସାଇକୋ କିଲର, ଧରିବାକୁ ଗଠନ ହେଲା ୬ଟି ଟିମ୍

Also Read: Air India Peeing Case: ମୋବାଇଲ ବନ୍ଦ କରି ବ୍ରହ୍ମାଣ୍ଡ ବୁଲୁଥିଲା ଅଭିଯୁକ୍ତ, ତଥାପି ମାଡ଼ି ବସିଲା ପୋଲିସ

Also Read: Crime News: ସାଂଘାତିକ ଲଜ୍ଜ୍ୟା: ବାପା କଲା ଝିଅର ଦୁଷ୍କର୍ମ, ମାଆ କଲା ସହଯୋଗ

Read More
{}{}