Hindi News >>Home >>Odisha State

ରାୟଗଡାର ଜଣେ ଶ୍ରମିକର ଝିଅ, ଜଗୁଛନ୍ତି ଭାରତ ନେପାଳ ସୀମା

Indo Nepal Border :- (ତୁଷାର, ରାୟଗଡା ) ଇଣ୍ଡୋ ନେପାଳ ସୀମାରେ ରାୟଗଡ଼ା ଜିଲ୍ଲାର ଆଦିବାସୀ ଝିଅ ରଶ୍ମିତା କୁମ୍ଭାରଙ୍କ ଡିଉଟି କୁ ନେଇ ଏବେ ବଡ ଚର୍ଚ୍ଚା । ରଶ୍ମିତା ସଶସ୍ତ୍ର ସୀମା ସୁରକ୍ଷା ବହିନୀରେ ସାମିଲ ହୋଇ ଦେଶକୁ ସୀମାରେ ସୁରକ୍ଷା ଦେଉଛନ୍ତି। ତେବେ ରଶ୍ମିତାଙ୍କ ଏଭଳି କୃତିତ୍ୱ ଯୋଗୁଁ ତାଙ୍କର ପରିବାର ବେଶ ଉତ୍ସାହିତ ଥିବା ଜଣାପଡିଛି। ରଶ୍ମିତା ସୀମା ସୁରକ୍ଷା ବହିନୀରେ ଯୋଗଦାନ କରି ଜିଲ୍ଲାବାସୀଙ୍କୁ ଗୌରାନ୍ବିତ କରିବା ସହ ଅନ୍ୟ ଯୁବତୀ ଓ ମହିଳାମାନଙ୍କ ପାଇଁ ଏକ  ଉଦାହରଣ ପାଲଟି ଯାଇଛନ୍ତି। ତେବେ କାର୍ଯ୍ୟକ୍ଷେତ୍ରରେ ଯୋଗ ଦେଇ ପ୍ରଥମ ଥର ରାୟଗଡ଼ା ଫେରିବା ପରେ ରଶ୍ମିତାଙ୍କୁ ଷ୍ଟେସନ ପରିସରରେ ଧୁମଧାମରେ ସ୍ୱାଗତ କରାଯାଇଛି । ଏଥି ସହିତ ତାଙ୍କର ନିଜ ନିଜର ଅଞ୍ଚଳବାସୀ ଷ୍ଟେସନ୍ରୁ ତାଙ୍କୁ ପାଛୋଟି ନେଇଛନ୍ତି । 

Advertisement
ରାୟଗଡାର ଜଣେ ଶ୍ରମିକର ଝିଅ, ଜଗୁଛନ୍ତି ଭାରତ ନେପାଳ ସୀମା
Stop
Tushar Ranjan Sahu|Updated: Jun 11, 2022, 03:47 PM IST

ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ ତଥା  ରାୟଗଡ଼ା ଜିଲ୍ଲାର ପ୍ରଥମ ମହିଳା ଭାବରେ ସଶସ୍ତ୍ର ସୀମା ସୁରକ୍ଷା ଯବାନ ଭାବେ ଯୋଗଦେଇ ଅଂଚଳ ପାଇଁ ଗୌରବ ଆଣି ପାରିଛନ୍ତି ।  କୁମାରୀ ରଶ୍ମିତା କୁମ୍ଭାର ଚାନ୍ଦିଲି ଥାନା ଅନ୍ତର୍ଗତ ଗେଟିପଡ଼ା ଗ୍ରାମର ଝିଅ ଅଟନ୍ତି। ସେ ସେନାରେ ଯୋଗ ଦେବା ପରେ ପ୍ରଥମ ଥର ପାଇଁ ରାୟଗଡ଼ା ମାଟିରେ ପାଦ ଦେଇଛନ୍ତି। ତାଙ୍କୁ ଗେଟିପଡ଼ା ଗ୍ରାମ ଓ ରାୟଗଡ଼ା ବାସି ବଡ ଆଡ଼ମ୍ବରରେ ରାୟଗଡ଼ା ରେଳ ଷ୍ଟେସନରୁ ବ୍ୟାଣ୍ଡ ବାଜା ସହ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ।

 ସେ ୨୦୧୯ ମସିହାରେ ଭରଟ ସଶସ୍ତ୍ର ସୀମା ବଳ ବାହିନୀରେ ଯୋଗ ଦେଇଥିଲେ। ରାୟଗଡ଼ା ମାଟିର ଝିଅ ଯିଏ ଦେଶ ସୁରକ୍ଷା ପାଇଁ ପିଲା ବେଳୁ ଲକ୍ଷ୍ୟ ରଖି ଆଜି ସଫଳତା ପାଇଥିଲେ। ରଶ୍ମିତା କୁମ୍ଭାର ନିଜ ଜୀବନରେ ଲକ୍ଷ୍ୟ ପଥ ହାସଲ କରି, ଅନ୍ୟ ଝିଅ ମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ଏହି ସଫଳତା ପଛରେ ଦୃଢ଼ ନିଷ୍ଠା ଇଚ୍ଛା ଶକ୍ତି ଓ  ପରିବାରର ସହଯୋଗ ମୁଖ୍ୟ କାରଣ ବୋଲି ସେ କହିଛନ୍ତି। ସେ ମହିଳା ଯୁବ ପିଢ଼ିଙ୍କୁ ଏଭଳି ଲକ୍ଷ୍ୟ ରଖି ସେନା ରେ ଯୋଗ ଦେଇ ଦେଶ ସେବା କରିବା ପାଇଁ ଆହ୍ବାନ ଦେଇଛନ୍ତି। ବାପା ତୁଳସୀ ରାମଙ୍କ ଜଣେ ଶ୍ରମିକ ଭାବେ ଜେକେ କାଗଜ କଳରେ କାର୍ଯ୍ୟ କରୁଥିଲେ।ତାଙ୍କ ପରିବାରରେ ବାପା , ୨ ଭାଇ ,୨ ଭଉଣୀ  ଓ ମାଙ୍କ ସହିତ ପରିବାରରେ ମୋଟ ସଦସ୍ୟ ୬ଜଣ। ଯେତିକି ରୋଜଗାର ହୁଏ ସେତିକିରେ ବହୁ କଷ୍ଟରେ ତାଙ୍କର ଘର ଚଳେ। ସେଥିରେ ପିଲାମାନଙ୍କ ପାଠ ପଢା ତାଙ୍କ ପାଇଁ ଅତି କଷ୍ଟସାଧ୍ୟ ହୋଇଥାଏ। ତେଣୁ ବାପା ତୁଳସୀ  ରାମଙ୍କ ଇଚ୍ଛା ଥିଲା ନିଜର ପୁଅ ଝିଅ ମାନଙ୍କ ମଧ୍ୟରୁ ଜଣଙ୍କୁ ସେ ଦେଶ ସୁରକ୍ଷା ବହିନୀରେ ନିୟୋଜିତ କରାଇବେ।

ଏହାକୁ ନେଇ ବାପା ସର୍ବଦା ସ୍ୱପ୍ନ ଦେଖୁଥିଲେ କିନ୍ତୁ ଦୁଇ ପୁଅ ଏଥିରେ ସଫଳ ହୋଇ ପାରିନଥିଲେ। ରଶ୍ମିତା ଇଚ୍ଛା ଶକ୍ତି ଓ  ଆଗ୍ରହକୁ ନେଇ ସେ ଆଶା କରିଥିଲେ ,ଶେଷରେ ଝିଅ ସନ୍ୟାବାହିନୀ ସାମିଲ ହେଉ ବୋଲି ତାଙ୍କ ବାପା ଇଛା ପ୍ରକାଶ କରିଥିଲେ। ପରିଶେଷରେ ରଶ୍ମିତାଙ୍କ ଏହି ସଫଳତା ତାଙ୍କ ପରିବାର ବର୍ଗକୁ ବେଶ ଉତ୍ସାହିତ କରିଛି। ତେବେ ରଶ୍ମିତାଙ୍କ ଦେଶର ସଶସ୍ତ୍ର ସୀମା ସୁରକ୍ଷା ବହିନୀରେ ଯୋଗଦାନ ନିଶ୍ଚିତ ଭାବେ ଅନ୍ୟ ମାନଙ୍କୁ ପେରାଣ ଯୋଗାଇ ଦେବ ବୋଲି ସ୍ଥାନୀୟ ଅଂଚଳର ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟା ସନ୍ଧ୍ୟା ପୁଲକା କହିଛନ୍ତି। ଜଣେ ମହିଳା ହୋଇ ମଧ୍ୟ ରଶ୍ମିତାଙ୍କ ଦେଶ ସେବା ପାଇଁ ନେପାଳ ସୀମାରେ ନିୟୋଜିତ ହେବା ନିଶ୍ଚିତ ଗର୍ଭ ଓ ଗୌରବର ବିଷୟ ବୋଲି ବେଶ ଉତ୍ସାହ ଅଞ୍ଚଳବାସୀ ।

Read More
{}{}