Hindi News >>Home >>Odisha State

ରଜ ପାଳନ ବେଳେ ଅଘଟଣ; ବଜ୍ରାଘାତରେ ୨ ଗୁରତର

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ପଞ୍ଚାୟତର ଉର୍ଲାଯୋଡି ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। 

Advertisement
ରଜ ପାଳନ ବେଳେ ଅଘଟଣ; ବଜ୍ରାଘାତରେ ୨ ଗୁରତର
Stop
Tushar Ranjan Sahu|Updated: Jun 15, 2022, 08:11 PM IST

ରାୟଗଡ଼ା: ରଜ ପାଳନ ସମୟରେ ବଜ୍ରଘାତର ଶିକାର ହେଲେ ୬ ଜଣ ଯୁବତୀ। ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଝିଗିଡି ପଞ୍ଚାୟତର ଉର୍ଲାଯୋଡି ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। ଗ୍ରାମର ଏକ ଆମ୍ବ ତୋଟାରେ ରଜ ପାଳନ କରିବା ସମୟରେ ହଠାତ୍ କାଳ ବୈଶାଖୀ ସହ ବର୍ଷା ପବନ ମାଡ଼ି ଆସିଥିଲା। ବର୍ଷା ସହ ଘଡଘଡି ହେବା କାରଣରୁ ୬ ଜଣ ଯୁବତୀ ବଜ୍ରଘାତର ଶିକାର ହୋଇଥଲେ।  ସମସ୍ତ ୬ ଜଣ ଯୁବତୀଙ୍କୁ ଗ୍ରାମବାସୀ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ରକୁ ଆଣିଥିଲେ। 

ହେଲେ ସେମାନଙ୍କ ମଧ୍ୟରୁ ୨ ଯୁବତୀ ଗୁରୁତର ହୋଇଥିବାରୁ ସେମାନଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରାଜ୍ୟ ସରକାର ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ବାବଦରେ ଲୋକଙ୍କୁ ସଚେତନ କରୁଥିଲେ ମଧ୍ୟ ଗ୍ରାମାଞ୍ଚଳର ଲୋକେ ସଚେତନ ହୋଇପାରୁ ନାହାଁନ୍ତି। ଅନ୍ୟପଟେ ସେହିପରି କୋଲନରା ବ୍ଲକ ଗୁଆକଣା ଗ୍ରାମରେ ମଧ୍ୟ ବଜ୍ରପାତ ହେବାରୁ ୨୮ଟି ଛେଳି ଏବଂ ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଛେଳି ଗାଈ ଚରାଇବାକୁ ଯାଇଥିବା ସମୟରେ କଳା ବୈଶାଖୀ ବର୍ଷା ସହ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସମସ୍ତ ଛେଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଚରାଳୀ। ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପ୍ରଶାସନନିକ ଅଧିକାରୀ ପହଞ୍ଚି ନଥିବା ବେଳେ ଚିନ୍ତାରେ ଅଛନ୍ତି ଛେଳି ମାଲିକ।

Read More
{}{}