Hindi News >>Home >>Odisha State

Rayagada School Student Missing: ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ବେଫିକର ସ୍କୁଲ ପ୍ରଶାସନ, ଚିନ୍ତାରେ ପରିବାର

ରାୟଗଡା ଜିଲ୍ଳା ସଦର ବ୍ଳକ ଡାଙ୍ଗଲୋଡି ଗ୍ରାମ ପଂଚାୟତ ପେନିକଣା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୦ଦିନ ହେଲା ଦଶମ ଶ୍ରେଣୀର ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ସବୁ କିଛି ଜାଣିଶୁଣି ବେଫିକର ହୋଇ ଚୁପ ବସିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ।

Advertisement
Rayagada School Student Missing: ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ବେଫିକର ସ୍କୁଲ ପ୍ରଶାସନ, ଚିନ୍ତାରେ ପରିବାର
Stop
Zee Odisha Desk|Updated: Aug 28, 2022, 03:59 PM IST

Rayagada School Student Missing: ରାୟଗଡା (ତୁଷାର ରଞ୍ଜନ ସାହୁ) : ଦୀର୍ଘ ୧୦ଦିନ ହେଲା ଦଶମ ଶ୍ରେଣୀର ଜଣେ ଛାତ୍ର ନିଖୋଜ, ବେଫିକର ହୋଇ ଚୁପ ବସିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ । ନିଖୋଜ ଘଟଣାକୁ ନେଇ ପରିବାର ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶେଷଖଲ ଥାନାରେ ଅଭିଯୋଗ ପରେ ପୋଲିସ ବିଦ୍ୟାଳୟରେ ପହଞ୍ଚି ଛାନବିନ ଆରମ୍ଭ କରିଛି ।

ରାୟଗଡା ଜିଲ୍ଳା ସଦର ବ୍ଳକ ଡାଙ୍ଗଲୋଡି ଗ୍ରାମ ପଂଚାୟତ ପେନିକଣା ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୧୦ଦିନ ହେଲା ଦଶମ ଶ୍ରେଣୀର ଜଣେ ଛାତ୍ର ନିଖୋଜ ହୋଇଥିବା ବେଳେ ସବୁ କିଛି ଜାଣିଶୁଣି ବେଫିକର ହୋଇ ଚୁପ ବସିଥିଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜଣକ ହେଲେ ଲିଙ୍ଗରାଜ ନାଏକ । ଗତ ଅଗଷ୍ଟ ୧୭ତାରିଖରୁ ଲିଙ୍ଗରାଜ ହଷ୍ଟେଲରୁ ନିଖୋଜ ଅଛନ୍ତି । ତେବେ ଆଜି ଯାଏଁ ଲିଙ୍ଗରାଜଙ୍କ କୌଣସି ପତା ମିଳୁ ନ ଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି ।

ଅପରପକ୍ଷେ ନିଖୋଜ ଲିଙ୍ଗରାଜଙ୍କ ବିଷୟରେ ଖୋଜାଖୋଜି ତ ଦୂରର କଥା ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିନାହାନ୍ତି ବିଦ୍ୟାଳୟ କର୍ତୁପକ୍ଷ । ଏପରିକି ଏହି ବିଦ୍ୟାଳୟର ହଷ୍ଟେଲରେ ଅନେକ ସମୟରେ ପିଲାମାନେ ଏପରି ବାହାରକୁ ଚାଲି ଯାଇ ୫ରୁ ୬ଦିନ ମଧ୍ୟରେ ପୁଣି ଚାଲି ଆସୁଥିବାରୁ ଲିଙ୍ଗରାଜ ମଧ୍ୟ ଫେରି ଆସିବ ଭାବି ଚୁପ୍ ବସିଥିଲେ କର୍ତୁପକ୍ଷ । ବିଡମ୍ବନାର ବିଷୟ ହଷ୍ଟେଲ ୱାର୍ଡନ ଦାୟିତ୍ୱରେ ରହିଥିବା ବିଞାନ ଶିକ୍ଷକ ରମେଶ କୁମାର ନାଏକ ଅନ୍ତେବାସୀ ଛାତ୍ର ଲିଙ୍ଗରାଜ ନିଖୋଜ ହୋଇଥିବା ଜାଣି ମଧ୍ୟ ୨୧ତାରିଖ ଯାଏଁ କୈାଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ ।

ଲିଙ୍ଗରାଜଙ୍କ ନିଖୋଜ ଘଟଣା ସମ୍ପର୍କରେ ହଷ୍ଟେଲ ୱାର୍ଡନ ଦାୟିତ୍ୱରେ ଥିବା ରମେଶ କୁମାର ନାଏକ ପରିବାର ଲୋକେ କିମ୍ବା କୌଣସି ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ସୂଚନା ଦେଇ ନଥିଲେ । ପରେ ଉକ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଅନ୍ତେବାସୀ ଛାତ୍ରୀ ଧର୍ମିନ୍ଦ୍ରୀ ନାୟକ ନିଜ ଭାଇ ଲିଙ୍ଗରାଜଙ୍କ ନିଖୋଜ ଘଟଣା ସଂପର୍କରେ ପରିବାରଙ୍କୁ ଜଣାଇଥିଲେ । ରାୟଗଡା ଜିଲ୍ଳା କାଶିପୁର ବ୍ଳକ ମୁନୁଷଗାଁ ପଂଚାୟର ଅନ୍ତର୍ଗତ ବେନ୍ଦାଲପାସ ଗ୍ରାମରେ ରହୁଥିବା ନିଖୋଜ ଲିଙ୍ଗରାଜଙ୍କ ବାପା ଚିତ୍ର ନାଏକ ଓ ଭିଣୋଇ ଆନନ୍ଦ ନାଏକ ପେନିକଣା ଗାଁକୁ ଆସି ନିଖୋଜ ଲିଙ୍ଗରାଜଙ୍କ ବିଷୟରେ ପଚାରି ବୁଝିଥିଲେ ।

 ନିଖୋଜ ପୁଅକୁ ଖୋଜିବା ପାଇଁ ପରିବାର ଲୋକେ ବ୍ୟସ୍ତବିବ୍ରସ୍ତ ହୋଇ ପଡିଥିଲେ ମଧ୍ୟ ବିଦ୍ୟାଳୟ କର୍ତୁପକ୍ଷ ନିଖୋଜ ଛାତ୍ର ସମ୍ବନ୍ଧରେ ଥାନାରେ ଲିଖିତ ଅଭିଯୋଗ କରି ନ ଥିଲେ । ଘଟଣାକୁ ନେଇ ପରିବାର ଲୋକେ ବିଦ୍ୟାଳୟ କର୍ତୁପକ୍ଷ ସଂପୂର୍ଣ୍ର ଦାୟୀ ବୋଲି ଅଭିଯୋଗ କରିବା ପରେ ଗତକାଲି ତରବର ଭାବେ ଶେଷଖାଲ ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ କରାଯାଇଛି । କଲ୍ୟାଣ ବିଭାଗ ଅଧିନସ୍ଥ ପେନିକଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନ୍ତେବାସୀ ଭାବେ ରହି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀମାନେ ଅନେକ ଅବ୍ୟବସ୍ଥା ଘେରରେ ରହିଛନ୍ତି । 

ଏହି ବିଦ୍ୟାଳୟରେ ୩୧୦ଜଣ ଅନ୍ତେବାସୀ ରହୁଥିବା ବେଳେ ଏଥିମଧ୍ୟରୁ ୨୧୭ଜଣ ବାଳିକା ଓ ୯୩ ଜଣ ବାଳକ ରହିଛନ୍ତି । ଦୀର୍ଘ ଦିନରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଜଣେ ଦଶମ ଶ୍ରେଣୀର ଛାତ୍ର ନିଖୋଜ ଘଟଣା ଏବେ ବିଦ୍ୟାଳୟ କର୍ତୁପକ୍ଷଙ୍କ ଅବହେଳାକୁ ପଦାରେ ପକାଇଛି । ଅନ୍ୟପଟେ ଘଟଣାର ତଦନ୍ତ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ହଷ୍ଟେଲରୁ ଅନ୍ତେବାସୀ ଛାତ୍ର ଲିଙ୍ଗରାଜ ନିଖୋଜ ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣତଃ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଅଧିକ ପଢନ୍ତୁ: ନବୀନ ସରକାରଙ୍କ ଅଡୁଆ ବଢାଇଲେ ସରକାରୀ କର୍ମଚାରୀ

Read More
{}{}